ସୋନପୁରରେ ଲଞ୍ଚ ହେଲା ସୋନାଲିକାର ନିଉ ମୋଡେଲ ଟ୍ରାକ୍ଟର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ନିଉଁ ପ୍ରତୀକ ଟେଣ୍ଟ ହାଉସ୍ ଠାରେ ସୋନାଲିକା ଟ୍ରାକ୍ଟର କମ୍ପାନୀ ର ନିଉ ମୋଡେଲ ଟାଇଗର ସିରିଜ ଟ୍ରାକ୍ଟର ର ଲୋକାର୍ପଣ ଉତ୍ସବ ମହାସମାରୋହରେ ଅନୁଷ୍ଟିତ ହୋଇଯାଇଛି l ଚନ୍ଦ୍ରମା ମୋଟର୍ସ ଦ୍ବାରା ଆୟୋଜିତ ଡିଲର ପ୍ରଶାନ୍ତ ବାବୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧlନ ଓ ଶର୍ମିଷ୍ଠା ଅଗ୍ରୱାଲାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୋନାଲିକା ଟ୍ରାକ୍ଟର ବରିଷ୍ଠ ଅଧିକାରୀ ତଥା ସିନିୟର୍ ହେଡ୍ ବିବେକ୍ ବାଜପେୟୀ,ସିନିଅର ସିସିଏମ କୃପାସିନ୍ଧୁ ପଣ୍ଡା, ଏରିଆ ମେନେଜର ଚିତ୍ତରଞ୍ଜନ ଦାସ, ସିସିଆଇ ଶୁକଦେବ ଦାସ,ପିସିଏଚ୍ଚ ଆଚାର୍ଯ୍ୟ କୁମାର୍ ପରିଡ଼ା ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ରହି ସୋନାଲିକା କମ୍ପାନୀ ର ନୂତନ ଟାଇଗର ସିରିଜ୍ ଟ୍ରାକ୍ଟର ର ଲିଜେଣ୍ଡlରି ପାୱାର,ଷ୍ଟାଡ଼ାଣ୍ଡ ହାଇଡ୍ରଲିକ୍ସ ଏକ୍ସୋ ସେନ୍ସଙ୍ଗ,୨୫୦୦ କେଜି ଲିଫ୍ଟ କେପାସିଟି,ମଲ୍ଟି ସ୍ପିଡ୍ ଏଡିସନ୍, ଇଉରୋପ ଡିଜାଇନିଂ ଓ ଏହାର ଭବିଷ୍ୟତ ଓ ଟେକ୍ନୋଲୋଜି ବିଷୟ ରେ ବିସ୍ତୃତ ଆଲୋଚନା କରିଥିଲେ l ସୋନପୁର ଓ ବୌଦ୍ଧ ଜିଲ୍ଲା ରେ ଚାରି ହଜାର ଟ୍ରାକ୍ଟର ର ମର୍କେଟି ହୋଇସାରିଥିବା ବେଳେ ସାରା ଭାରତ ରେ ଏହି କମ୍ପାନୀ ର ୧୫ ଲକ୍ଷ ଟ୍ରାକ୍ଟର ବିକ୍ରୟ ହୋଇଥିବା କମ୍ପାନୀର ସିନିୟର ହେଡ଼ ଶ୍ରୀ ବାଜପେୟୀ ପ୍ରକାଶ କରିଥିଲେ l

ଏଥିରେ ନିଉଁ ମୋଡେଲ ଟ୍ରାକ୍ଟର ର ବୁକିଂ ଓ ଡେଲିଭରି କରା ଯାଇଥିବା ବେଳେ ଗ୍ରାହକ ମାନେ ଏହି ଟାଇଗର ସିରିଜ୍ ମୋଡେଲ କୁ ଖୁବ୍ ପସନ୍ଦ କରିଥିଲେ l ଅଲ୍ ଓଡ଼ିଶା ଲେବେଲ ରେ କମ୍ପାନୀ ତରଫ ରୁ ହୋଇଥିବା ଲଟେରୀ ବିଜେତା ତରଭା ବ୍ଲକ୍ ର ଚାଷୀ ଟେଙ୍ଗନୋ କର୍ମୀ ଙ୍କୁ ଏକ ସୋନାଲିକା ଟ୍ରାକ୍ଟର ପ୍ରଦାନ କରଯାଇଥିବା ବେଳେ ଅନେକ ଗୁଡ଼ିଏ ଚାଷୀ ବା ଗ୍ରାହକ ଙ୍କୁ ସିଲ୍ଭର ମେଡେଲ,ଗୋଲ୍ଡ ମେଡେଲ ଓ ଆକର୍ଷଣୀୟ ଉପହାର ସବୁ ପ୍ରଦାନ କରଯାଇଥିଲା l ଚାଷ ର ଉନ୍ନତି ଚାଷୀ ର ପ୍ରଗତୀ ପାଇଁ ଉଦ୍ଧିଷ୍ଟ ଏହି କାର୍ଯ୍ୟକ୍ରମ ସୋନପୁର ଜିଲ୍ଲା ପାଇଁ ଏହା ବେଶ୍ ଫଳ ପ୍ରଦ ହୋଇଥିଲା l ଏଥିରେ ହଜାର ସଂଖ୍ୟାରେ ଗ୍ରାହକ , ବ୍ୟାଙ୍କ୍ କର୍ମଚାରୀ, ଆଞ୍ଚଳିକ ପରିବହନ ବିଭାଗ କର୍ମଚାରୀ, ଟ୍ରାକ୍ଟର ଶୋ ରୁମ୍ କର୍ମଚାରୀ ଯୋଗ ଦେଇଥିଲେ l

nis-ad
Leave A Reply

Your email address will not be published.