ବୀରମହାରାଜପୁରରେ ଶାନ୍ତି ଶୃଙ୍ଖଳା ସହ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଭୟ ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ରେ ଶାନ୍ତି ଶୃଙ୍ଖଳା ସହ ଭୋଟ ଗ୍ରହଣ ସରିଛି |ଏଥିରେ ଉଭୟ ମଣ୍ଡଳୀର ୧୫ପ୍ରାର୍ଥୀ ଭାଗ୍ୟ ଇଭିଏମରେ ସିଲ ହୋଇଛି |

ଜିଲ୍ଲାର ବିଭିନ୍ନ ବୁଥରେ ମତଦାନ ପାଇଁ ଭିଡ଼ ପରିଲକ୍ଷିତ ହୋଇଥିଲା | ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବାଘ ମାରି ୨୧୭ନମ୍ବର ବୁଥ ଚମ୍ପାମାଳ ଆଦର୍ଶ ମତଦାନ କେନ୍ଦ୍ର, ଶାଗଜୁରି ମତଦାନ କେନ୍ଦ୍ର, କେନ୍ଦୁପାଲି ୨୨୭ ଏବଂ ୫୪ନମ୍ବର.ବୁଥ ଉଲୁଣ୍ଡା ଯାନ୍ତ୍ରିକ ତୃଟି ଯୋଗୁଁମତ ଦାନ ବିଳମ୍ବର ରେ ଆରମ୍ଭ ହୋଇଥିଲା | ତେବେ ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ସହ ମତଦାନ ସରିଛି |

ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସୋନପୁର ନିର୍ବାଚନ ମଣ୍ଡଳୀରେ ୭୧. ୩୭%ଏବଂ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ୬୭ମତ ଦାନ ହୋଇ ଥିବା ସୂଚନା ମିଳିଛି |

nis-ad
Leave A Reply

Your email address will not be published.