ଭୋଟ ବର୍ଜନ କଲେ ଗ୍ରାମବାସୀ

କୁଆଁରମୁଣ୍ଡା : ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୁମଝେରିଆ ପଞ୍ଚାୟତର କୁଇନରଗାଡା ଓ ପଟୁୱାବାହାଲ ଗ୍ରାମବାସୀ ମାନେ ଆଜି ଭୋଟ ହେଉଥିବା ବେଳେ ନିଜର ଅମୂଲ୍ୟ ଭୋଟକୁ ବର୍ଜନ କରିଛନ୍ତି | ଗାଁରେ ଯିବା ପାଇଁ ରାସ୍ତା ନଥିବାରୁ ଏବଂ ପିଇବା ପାଇଁ ସ୍ୱଚ୍ଛ ପାଣିର ସୁବିଧା ନାହିଁ ଯାହା ଫଳରେ ମହିଳା ପୁରୁଷ ଓ ଛୁଆ ମାନେ ରୋଗୀ ହେଉଛନ୍ତି | ଆମ୍ବୁଲାନ୍ସ କୁ ଡାକିଲେ ଗାଁରେ ଆମ୍ବୁଲାନ୍ସ ପହୁଛି ପାରୁନାହିଁ ଯାହା ଫଳରେ ଲୋକେ ମୃତ୍ୟୁ ବରଣ କରୁଛନ୍ତି | ରୋଗୀଙ୍କୁ ଚିକିତ୍ସା କରାଇବା ପାଇଁ ଖଟରେ ବୁହିକରି ତିନି କିଲୋମିଟର ଯାଏ ଚାଲି ମେନ ରୋଡ ବାହାର କରି ଆମ୍ବୁଲାନ୍ସରେ ହସ୍ପିଟାଲ କୁ ନିଅନ୍ତି | ବର୍ଷା ସମୟରେ ଏହି ରାସ୍ତାଟିଏ କାଦୁଅ ରେ ପାଲଟି ଥାଏ | ରାସ୍ତାରେ ଗୋଟିଏ ଝରଣା ମଧ୍ୟ ରହିଛି | ଲୋକମାନେ ଏହି ଝରଣାରେ କାଠ ପାଳକରି ଯିବା ଆସିବା କରିଥାନ୍ତି | ଏହା ବହୁତ ଦୁଃଖର ବିଷୟ ଭାରତ ବର୍ଷ ସ୍ଵାଧୀନ ୭୭ ବର୍ଷ ହୋଇଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଗାଁର ଲୋକମାନେ ସ୍ଵାଧୀନ ହେଇ ନାହାନ୍ତି ବାଲି କହିଥିଲେ | ଗାଁ ଲୋକେ ବାରମ୍ବାର ସରପଞ୍ଚ, ସମିତି ଏବଂ ଉନ୍ନୟନ ଅଧିକାରୀ ଙ୍କୁ ମଧ୍ୟ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣନ୍ତି ନାହିଁ | ଗ୍ରାମ ବାସୀଙ୍କ ଅଭିଯୋଗ ବ୍ୟରଥ ଯାଉଛି ବାଲି କହିଥିଲେ | ଆଜି କୁଆଁରମୁଣ୍ଡା ଭାଇସ ଚେୟାରମେନ ସୁନିତା ଅହିର ଲୋକଙ୍କ ଦୁଃଖ ବୁଝିଥିଲେ | ଅହିରଙ୍କ କହିବା ଅନୁଯାୟୀ କୁଆଁରମୁଣ୍ଡା ବ୍ଲକ ଉନ୍ନୟନ ଅଧିକାରୀ ଭୋଟକୁ ନେଇ ବ୍ୟସ୍ତ ଅଛନ୍ତି ବାଲି କହିଥିଲେ | ଲୋକଙ୍କ କହିବା ଅନୁଯାୟୀ ଯେତେ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ଆସି ଆମକୁ ଅଶ୍ୱାସନ୍ ନଦେଲେ ଆମେ ଭୋଟ ବର୍ଜନ କରିଥିବୁ | ଏହି ଦୁଇଟି ଗ୍ରାମର ପାଖା ପାଖି ୧୨୦୦ ରୁ ୧୫୦୦ ଭୋଟ ବର୍ଜନ କରାଯାଇଛି |

nis-ad
Leave A Reply

Your email address will not be published.