ଆସନ୍ତା କାଲି ୨ୟ ପର୍ଯ୍ୟାୟ ଭୋଟ : ହିଞ୍ଜିଳି ବିଧାନସଭା ଆସନ

୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୩୨ ହଜାର ୧୦୯ ଭୋଟର : ୨୨୯ ବୁଥରେ ମତଦାନ କରିବେ ଭୋଟର
ହିଞ୍ଜିିଳିକାଟୁ : ଚଳିତ ସାଧାରଣ ନିର୍ବାଚନ ସକାଶେ ସୋମବାର ଦିନ ୨ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଆସିକା ଲୋକସଭା ସଂସଦୀୟ କ୍ଷେତ୍ର ଅଧିନସ୍ଥ ୭ ଟି ବିଧାନସଭା ଆସନରେ ଭୋଟର ମାନେ ନିଜର ବହୁ ମୂଲ୍ୟବାନ ମତଦାନ କରି ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଗଡ଼ ଭାବେ ପରିଚିତ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଭୋଟ ଅନୁଷ୍ଠିତ ହେବ । ନିର୍ବାଚନ ସକାଶେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ହଞ୍ଜିିଳି ବିଧାନସଭା ଆସନରେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୩୨ ହଜାର ୧୦୯ ଭୋଟର । ହିଞ୍ଜିିଳି ବ୍ଳକର ସମୁଦାୟ ୨୧ ଟି ପଞ୍ଚାୟତ, ଶେରଗଡ଼ ବ୍ଳକର ୨୨ ଟି ପଞ୍ଚାୟତ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ୨୧ ଟି ୱାର୍ଡ଼କୁ ନେଇ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ । ଚଳିତ ଥର ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧିନ ମିଶାଇ ମୋଟ ୧୦ ଜଣ ପ୍ରର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ହିଞ୍ଜିଳି ବିଧାନସଭା ଅସନରେ ବିଜେଡ଼ିର ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ୯ ଜଣ ନୁଆଁ ଚେହେରା । ବିଜେପିରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର, କଂଗ୍ରେସରୁ ରଜନୀକାନ୍ତ ପାଢି, ବହୁଜନ ସମାଜପାର୍ଟିର ବଳରାମ ନାହାକ, ଏସୟୁସିଆଇ(କମ୍ୟୁନିଷ୍ଟ)ରୁ ନାରାୟଣ ସାହୁ, ଆମ ଆଦମୀ ପାର୍ଟୀ ପକ୍ଷରୁ ଭଜରାମ ସାବତ, ସ୍ୱାଧିନ ପ୍ରାର୍ଥୀ ଭାବେ ରାମ ନାରାୟଣ ବିଶ୍ୱାସରାୟ, ଅକ୍ଷୟ କୁମାର, ଏସ୍‌. ଲକ୍ଷ୍ମୀ ଆଚାରୀ, ଓ ସବିତା କୁମାରୀ ସାହୁ ପ୍ରମୁଖ ମୈଦାନରେ ଅଛନ୍ତି ।
ଚଳିତ ସାଧାରଣ ନିର୍ବାଚନରେ ହିଞ୍ଜିଳି ବିଧାନସଭା ଆସନରେ ୨୨୯ ଟି ବୁଥ କରାଯାଇଛି । ୨୨୯ ଟି ବୁଥରେ —– ଜଣ ପୁଲିଂ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛି । ୨୨୯ ଟି ବୁଥ ମଧ୍ୟରୁ ହିଞ୍ଜିଳିକାଟୁ ପୌରାଞ୍ଚଳରେ ୧୯ ଟି, ହିଞ୍ଜିଳିକାଟୁ ବ୍ଳକରେ ୧୦୦ ଟି ଓ ହିଞ୍ଜିିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଳକରେ ୧୧୦ ଟି ବୁଥରେ ଭୋଟର ମାନେ ନିଜ ନିଜର ମତଦାନ କରିବେ ।୨୨୯ ଟି ବୁଥ ମଧ୍ୟରୁ ୩୨ଟି ସଖି ବୁଥ, ୧୦ଟି ଆଦର୍ଶ ବୁଥ, ୩ଟି ଯୁବ ପରିଚାଳିତ ମତଦାନ କେନ୍ଦ୍ର ଏବଂ ଗୋଟିଏ ପରିବେଶ ଅନୁକୂଳ ମତଦାନ କେନ୍ଦ୍ର ରହିଛି । ସଂପୃକ୍ତ ପରିବେଶ ଅନୁକୂଳ ମତଦାନ କେନ୍ଦ୍ର ମହିଳା ଅଧିକାରୀ ମାନଙ୍କ ଦ୍ଵାରା ପରିଚାଳନା କରାଯିବାର ବ୍ୟବସ୍ଥା ରହିଛି । ସମ୍ବେଦନଶୀଳ ବୁଥ୍ ମଧ୍ୟରୁ ୧୦୦ ଟି ବୁଥରେ ୱେବ କାଷ୍ଟିଂଙ୍ଗ ବ୍ୟବସ୍ଥା କରାଯାଇଥିବା ବେଳେ ଅବଶିଷ୍ଟ ୧୫ ଟି ବୁଥରେ ଭିଡ଼ିଓଗ୍ରାଫିର ବ୍ୟବସ୍ଥା କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହିଞ୍ଜିିଳି ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୩୨ ହଜାର ୧୦୯ ଭୋଟରଙ୍କ ମଧ୍ୟରୁ ହିଞ୍ଜିଳି ବ୍ଳକର (ପୁରୁଷ ୫୩,୧୮୦, ମହିଳା ୫୦,୦୫୨ ଓ ୧୦ ଜଣ ତୃତୀୟ ଲିଙ୍ଗୀ)୧ ଲକ୍ଷ ୩ ହଜାର ୨୩୨ ଭୋଟର ଥିବା ବେଳେ ପୌରାଞ୍ଚଳରେ (ପୁରୁଷ ୧୧,୧୫୨ ଓ ମହିଳା ୧୦,୧୨୬) ୨୧,୨୭୬ଶେରଗଡ଼ ବ୍ଳକରେ ୧ ଲକ୍ଷ ୭ ହଜାର ୫୮୯ ଭୋଟର ରହିଛନ୍ତି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ୧୫ ପ୍ଳାଟୁନ ପୋଲିସ ଫୋର୍ସ ଓ ୭୨ଜଣ ପୁଲିସ ଅଧିକାରୀଙ୍କୁ ନିୟୋଜନ କରାଯାଇଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.