ରାଜ୍ୟ ଶ୍ରମିକ ସମବାୟ ସମିତି ପକ୍ଷରୁ ସଭ୍ୟ ସଂଗ୍ରହ ମେଳା

ପାତ୍ରପୁର , ୧୯/୫ : ପାତ୍ରପୁର ବ୍ଲକ୍ ଅନ୍ତର୍ଗତ କେଶରିପଡା ଗ୍ରାମପଞ୍ଚାୟତର ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ସମବାୟ ସମିତି ପକ୍ଷରୁ ଏକ ମେଳା ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳରେ ଥିବା ଗରିବ ପରିବାରକୁ ବିଭିନ୍ନ ପ୍ରକାରର ଆସବାବପତ୍ର ,ପୋଷାକ ,ବିହନ , ବୈଦ୍ୟୁତିକ ଜିନିଷ ପତ୍ର ଆଦି ୧୫% ରୁ ୫୦% ରିହାତି ଦରରେ ଯୋଗାଇଦେବା ସମବାୟ ସମିତିର ମୂଳ ଲକ୍ଷ୍ୟ ଅଟେ।
ଭିନ୍ନକ୍ଷମ ମାନଙ୍କ ପାଇଁ ପ୍ରତ୍ୟେକ ମାସରେ ମାଗଣାରେ ରାସନ୍ ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ୨୦,୦୦୦/- ଏବଂ ପରିବାରକୁ ୧୦ ବର୍ଷ ପର୍ଯନ୍ତ୍ ରାସନ୍ ମାଗଣାରେ ପ୍ରଦାନ କରାଯିବ ।ଏହି ମେଳାରେ କେଶରିପଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ O. ଗୋପାଳ, ସମିତିସଭ୍ୟ ଶ୍ରୀ G. ନାରାୟଣ ରେଡ୍ଡୀ, ଗ୍ରାମବାସୀ , ସିମାଞ୍ଚଳ ଚୌଧୁରୀ (BM), ଶ୍ରୀ ଚନ୍ଦ୍ରଶେଖର ରେଡ୍ଡୀ(BM ),ତେଜେଶ୍ୱରୀ ଆଚାରୀ (ABM), ରାଜଲକ୍ଷ୍ମୀ ପ୍ରଧାନ (ABM), ଦେବେନ୍ଦ୍ର ରେଡ୍ଡୀ (ABM), ଅଜିତ୍ ପ୍ରଧାନ (PEO) , P. ଭବାନୀ କୁମାରୀ (PEO) , ଯଜ୍ଞସେନୀ ରାଉଳ (FEO), R. ଲକ୍ଷ୍ମୀ (FEO) ପ୍ରମୁଖ ଉପସ୍ଥିତ ଥିଲେ। ମେଳାରେ ପ୍ରାୟ ୮୦ ଜଣ ଲୋକ ଉପସ୍ଥିତ ଥିଲେ ।
nis-ad
Leave A Reply

Your email address will not be published.