ନିମ୍ନମାନର କଂକ୍ରିଟ ରାସ୍ତା ନିର୍ମାଣ, ଜ଼ିଲ୍ଲା ପରିଷଦ ସାଜିଛନ୍ତି ଠିକାଦାର : ଜଳକା ସାଜିଛି ପ୍ରଶାସନ…

ଉମରକୋଟ ( ୧୮/୦୫/୨୦୨୪) ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ଏକ ମାଓ ପ୍ରବଣ ଅଞ୍ଚଳ ହେଇଥିବାରୁ ତାହାର ଫାଇଦା ଉଠାଉଛନ୍ତି ବ୍ଲକ ପ୍ରଶାସନିକ ଅଧିକାରୀ ମାନେ ମୁଖ୍ୟତଃ ଯନ୍ତ୍ରୀ, ଜି ଆର ଏସ,ଓ ଠିକାଦାର ମାନଙ୍କ ମଧୁଚନ୍ଦ୍ରିକା ରେ ଆତ୍ମସାତ କରିବାରେ ଲାଗିଛନ୍ତି ସରକାରୀ ଅର୍ଥ । ରାଇଘର ବ୍ଲକ ରେ ଏହି ମାନେ ମନମୁଖି ଚଳାଉଛନ୍ତି ଏକ ଛତ୍ରବାଦ ଶାସନ,ଗ୍ରାମ ବାସୀ ଏବଂ ୱାର୍ଡ ମେମ୍ବର ମାନଙ୍କ କୌଣସି ଅଭିଯୋଗ ର କର୍ଣ୍ଣ ପାତ କରୁ ନାହାନ୍ତି l ଯାହାକୁ ନେଇ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମାଣ୍ଡିଆବାହାଲ ଗ୍ରାମର ବାସିନ୍ଦା । ସୂଚନା ପ୍ରକାରେ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଦୁଇ ମାସ ତଳେ ଏକ କଂକ୍ରିଟ ରାସ୍ତା ଜ଼ିଲ୍ଲା ପରିଷଦ ନବରଙ୍ଗପୁର ଦ୍ଵାରା ନିର୍ମାଣ ହୋଇଥିଲା ତାହା ସ୍ୱୟଂ ରାଇଘର ୪ ନମ୍ବର ଜୁନ ଜ଼ିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀ ଖଗେଶ୍ୱର ହରିଜନ ନିଜେ ଏହି ରୋଡ଼ କାମ କରିଥିଲେ। କିନ୍ତୁ ସେହି କଂକ୍ରିଟ ରାସ୍ତାଟି ଏତେ ନିମ୍ନ ମାନର ହୋଇଛି ଯାହାକି ଦୁଇ ମାସ ନ ପୂରୁଣୁ ରାସ୍ତା ର ଅବସ୍ଥା ନକହିବା ଭଲ ଆପେ ଆପେ ଉଠି ପଡୁଛି ରାସ୍ତାର ସିମେଣ୍ଟ ବାଲି ପଥର । ଗ୍ରାମବାସୀଙ୍କ କହିବା କଥା କଂକ୍ରିଟ ରାସ୍ତାଟି ଏତେ ନିମ୍ନ ମାନର ପୁଣି କଂକ୍ରିଟ ହେବା ପରେ ସେହି ରାସ୍ତାରେ ଭଲ ଭାବରେ ପାଣି ପକାଇ କିଓରିଙ୍ଗ ମଧ୍ୟ କେବେ କରି ନାହାନ୍ତି। ସୂଚନା ରୁ ଜଣା ପଡିଛି ଏହି ରାସ୍ତା ଆନୁମାନିକ ୩୦୦ ମିଟର ଏବଂ ଏହି କଂକ୍ରିଟ ରାସ୍ତାର ଅଟକଲ ମୂଲ୍ୟ ତିନି ଲକ୍ଷ ସତୁରି ହଜାର ହୋଇଛି ବୋଲି ଯାହା ଫଳକ ରେ ଲେଖା ଯାଇଛି । ଜେଣ ତେଣ ପ୍ରକାରେ ଅତିରୁ ଅତି ନିମ୍ନ ମାନର କାର୍ଯ୍ୟ କରି କଂକ୍ରିଟ ରାସ୍ତାଟିର ଟଙ୍କା ଯନ୍ତ୍ରୀ ଓ ଠିକାଦାର ମିଶିକି ହଡପ କରିଥିବା ଅଭିଯୋଗ ହୋଇଛି ଏହି ଦୁର୍ନୀତି ର ନଗ୍ନ ଚିତ୍ରକୁ ଗ୍ରାମବାସୀ ପଦାକୁ ଆଣିଛନ୍ତି। ସ୍ୱୟଂ ଜ଼ିଲ୍ଲା ପରିଷଦ ପ୍ରାର୍ଥୀ ଥାଇ ଯଦି ଏହି ଭଳି ନିମ୍ନ ମାନର କଂକ୍ରିଟ ରାସ୍ତା କରି ପାରେ ତାହା ହେଲେ ଅନ୍ୟମାନେ କଣ ନ କରିପାରେ କହି ଆଖ ପାଖ ଗ୍ରାମର ସାଧାରଣ ଜନତା ଅଭିଯୋଗ କରୁଛନ୍ତି । ଜିଲ୍ଲା ପ୍ରଶାସନ ସବୁ ଜାଣି ପିସି ଖାଇ ଚୁପ ବସିଛି l ସୂଚନା ଥାଉକି ରାଇଘର ବ୍ଲକ ଯେକୌଣସି ଉର୍ଣ୍ଣୟନ ମୂଳକ କାର୍ଯ୍ୟ ରେ ହାତ ମାରିବା ସେଠାରୁ ପାଇବା ଦୁର୍ନୀତି ର ଗନ୍ଧ l ସେହି ଭଳି କଂକ୍ରିଟ ରାସ୍ତାଟିର ପାର୍ଶ୍ଵ ରେ ଗୋଟିଏ ନଳ କୂପ ଅଛି ତାହାର ପାଣି ଯିବା ପାଇଁ ଖାଲି ମାଟିରେ ଗୋଟିଏ ଚନ୍ଦନୀ ଖୋଳି ସେହି ଗାତ ଉପରେ ଏକ ନିମ୍ନ ମାନର ପ୍ଲେଟ ରଖି ଦେଇଛନ୍ତି ଯାହା ଅତି ଦୁର୍ଭାଗ୍ୟ l ଯାହାକୁ ନେଇ ଅଭିଯୋଗ ଓ ବିରୋଧ କରିବା ପରେ ବି କାହାର କଥାକୁ କର୍ଣ୍ଣ ପାତ ବା ଖାତିର ନାହିଁ କାର୍ଯ୍ୟ କରାଇବା ଠିକାଦାର ଓ ଯନ୍ତ୍ରୀ ଙ୍କ ।ରାତି ହେଲେ ଚୋରି ହୁଏ କିନ୍ତୁ ଦିନ ଦ୍ବିପ୍ରହରେ ପ୍ରଶାସନ ଚୋରୀ କରୁଛି ଯାହାକି ଜିଲ୍ଲା ପ୍ରଶାସନ ର ମଧ୍ୟ ଦୃଷ୍ଟି ପଡୁ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ମାଣ୍ଡିଆବାହାଲ, ପଲସାପାଣି ଗ୍ରାମବାସୀ । ଜିଲ୍ଲା ରେ ଥିବା ଭିଜିଲାନ୍ସ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି l ଜିଲ୍ଲା ପ୍ରଶାସନିକ ଅଧିକାରୀ ରାଇଘର ବ୍ଲକ ରେ ଚାଲିଥିବା ଦୁର୍ନୀତି ପ୍ରତି ଦୃଷ୍ଟି ଦେଇ ସମସ୍ତ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ର ଯାଞ୍ଚ କରି ସରକାରୀ ଟଙ୍କା ହଡପ କରୁଥିବା ଅଧିକାରୀ ମାନଙ୍କ ଅସଲ ମୁଖା ଖୋଲି ବାକୁ ସାଧାରଣ ରେ ଅଭିଯୋଗ ହେଉଛି l

nis-ad
Leave A Reply

Your email address will not be published.