ମାଲକାନଗିରି, ୧୨।୫: ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଟିତ ହେଉଥିବା ବେଳେ ମାଲକାନଗିରି ଜିଲ୍ଲାର ୨ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ମାଲକାନଗିରି ଜିଲ୍ଲାର ପ୍ରାୟ ୪ ଲକ୍ଷ ୫୨ ହଜାର ୫୪୪ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ମାଲକାନଗିରି ଜିଲ୍ଲାର ସମସ୍ତ ପୋଲିଙ୍ଗ କର୍ମଚାରୀ ବୁଥରେ ପହଞ୍ଚି ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି । ଜିଲ୍ଲାର ମୋଟ ୫୪୭ ଟି ବୁଥ ମଧ୍ୟରୁ ୫୧୫ ଟି ପୋଲିଙ୍ଗ କର୍ମଚାରୀ ଗତକାଲି ନିଜ ନିଜର ବୁଥରେ ପହଁଚିଥିବା ବେଳେ ଆଜି ବଳକା ୩୨ ଟି ବୁଥର କର୍ମଚାରୀ ନିଜ ନିଜର ବୁଥରେ ପହଞ୍ଚିଛନ୍ତି । ସେଥିମଧ୍ୟରୁ ଜିଲ୍ଲାରେ ମୋଟ ୧୧୪ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଛତିଶଗଡ଼ ସୀମାନ୍ତ ମାଲକାନଗିରି ଜିଲ୍ଲାର ଚିଡିପାଲ୍ଲୀ ଖ ଗ୍ରାମର ବୁଥ ଓ ଜିଲ୍ଲା ସଦର ମହକୁମାର ତଳସାହିର ସଖି ବୁଥରେ ପୋଲିଙ୍ଗ କର୍ମଚାରୀମାନେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେମାନେ ଆଜିଠାରୁ ଫର୍ମ ସଟିଙ୍ଗ,ମତଦାନ ଗୃହ, ଭୋଟର ସ୍କିପ ଦସ୍ତଖତ, ଭୋଟର ଲିଷ୍ଟ ତଦାରଖ ସହ ଇ ଭି ଏମ ଏବଂ ଭି ଭି ପ୍ୟାଡ଼ ସଜାଡୁଥିବା ଦେଖାଯାଇଛି । ମତଦାନ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ପ୍ରାୟ ୬୦ ପ୍ରତିଶତ ବୁଥରେ ସି ସି ଟିଭି କ୍ୟାମେରା ଲଗାଯାଇଛି ।
Sign in
Sign in
Recover your password.
A password will be e-mailed to you.
Next Post