ଫୁଲବାଣୀ :କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ୍ଙ୍କ ଅଦାଲତରେ ଗତକାଲି ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୪ ଅନୁଷ୍ଠିତ ହୋଇଯାଇଛି।ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛିଯେ, ପ୍ରାକ୍ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୮୬ଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ୨୪ ଲକ୍ଷ ୯୬ ହଜାର ୫୬୦ ଟଙ୍କା ଆଦାୟ କରାଯାଇଥିବା ବେଳେ,୩୧ଟି ଅନ୍ୟାନ୍ୟ (ବି.ଏସ୍.ଏନ୍.ଏଲ୍.) ମାମଲା ବିଚାର କରାଯାଇ ୧ଲକ୍ଷ ୨୬ ହଜାର୫୬୯ ଟଙ୍କା ଆଦାୟ କରାଯାଇଛି। ସେହିପରି, ଅଦାଲତରେ ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରୁ ଧାରା ୧୩୮ ଅଧୀନରେ ୫ଟି ଏନ୍.ଆଇ. ଆକ୍ଟ ମାମଲାର ବିଚାର କରାଯାଇ ୮ଲକ୍ଷ ୨୭ହଜାର ୭୫୨ଟଙ୍କା ଆଦାୟ କରାଯାଇଥିବା ବେଳେ, ୧ଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ୧ ଲକ୍ଷ ୪୧ ହଜାର ୩୫୬ ଟଙ୍କା ଆଦାୟ କରାଯାଇଛି। ୧ଟି ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାରେ ୨୦ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ବେଳେ, ୧୨ଗୋଟି ବୈବାହିକ ବିବାଦ (ଛାଡ଼ପତ୍ର ବ୍ୟତିତ)|ପାରିବାରିକ କଳହ ଫଇସଲା କରାଯାଇ ୩ ଲକ୍ଷ ୩୨ ହଜାର ଟଙ୍କା ଏବଂ ୧୫୦ଟି ଅନ୍ୟାନ୍ୟ ଅପରାଧିକ ମାମଲାର ବିଚାର କରାଯାଇ ୧ହଜାର ଟଙ୍କା ଆଦାୟ କରାଯାଇଛି। ତେବେ, ପ୍ରାକ୍ ମକଦ୍ଦମା ମାମଲା ଗୁଡ଼ିକ ମଧ୍ୟରୁ ୧୯ଗୋଟି ଜନ ଉପଯୋଗୀ ସେବା, ଅଦାଲତରେ ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରୁ ୪ଟି ଅପରାଧିକ କମ୍ପାଉଣ୍ଡେବଲ୍ ମାମଲା, ୨୦ ଗୋଟି ହାଇକୋର୍ଟ ଓ ଜିଲ୍ଲା ଅଦାଲତରେ ବିଚାରାଧୀନ ରାଜସ୍ତ୍ର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲା ଏବଂ ୫ଟି ଅନ୍ୟାନ୍ୟ ସିଭିଲ୍ ମାମଲାର ବିଚାର କରାଯାଇଛି ।ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାକ୍ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୧୩୬ଟି ଓ ଅଦାଲତରେ ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରୁ ୧୯୮ଟି ମାମଲାର ଫଇସଲା କରାଯାଇଥିବା ବୋଲି ଜଣାପଡ଼ିଛି । ମାନନୀୟ ଜିଲ୍ଲା ଜଜ୍-ତଥା-ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପିର ମିଶ୍ର, ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ୍, ଫୁଲବାଣୀ ଶ୍ରୀ ସୈକତ ପାତ୍ର, ପାରିବାରିକ ଅଦାଲତ ବିଚାରପତି ଶ୍ରୀ ଦେବ ଦତ୍ତ ଦାସ ମହାପାତ୍ର, ରେଜିଷ୍ଟ୍ରାର୍, ସିଭିଲ୍ କୋର୍ଟ ଶ୍ରୀମତୀ ନିତିଶା ଚନ୍ଦକ୍, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧୁକରଣ, କନ୍ଧମାଳ, ଫୁଲବାଣୀ ଶ୍ରୀମତୀ ଅନୁଶୀଲା ରୟ, ଏସ୍.ଡି.ଜେ.ଏମ୍. ଫୁଲବାଣୀ ଶ୍ରୀ ଅରିଜିତ୍ ଦାସ, ଏବଂ ଜେ.ଏମ୍. ଏଫ୍.ସି., ଫୁଲବାଣୀ ସୁଶ୍ରୀ ସ୍ବାଗତିକା ସ୍ବାଇଁଙ୍କ ଇଜ୍ଲାସରେ ମାମଲା ଗୁଡ଼ିକର ବିଚାର କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧୁକରଣ, ଫୁଲବାଣୀର ସମସ୍ତ କର୍ମଚାରୀଙ୍କ ସହାୟତାରେ ଏହି ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୪କୁ ସାଫଲ୍ୟ ମଣ୍ଡିତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.