ମାଲକାନଗିରି,୧୧।୫ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ମେ ୧୩ ତାରିଖରେ ଅନୁଷ୍ଟିତ ହେବାକୁ ଥିବା ବେଳେ ଆଜି ମାଲକାନଗିରି ଜିଲ୍ଲାର ପୁଲିଙ୍ଗ ପାର୍ଟିମାନେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଗମନ କରିଛନ୍ତି । ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବାକୁ ଥିବା ବେଳେ ସମସ୍ତ ପୁଲିଙ୍ଗ କର୍ମଚାରୀ ମାଲକାନଗିରି ସରକାରୀ ପୋଲିଟେକ୍ନିକ କଲେଜର ପ୍ରସ୍ତାନ କେନ୍ଦ୍ରରୁ ସେମାନଙ୍କର ଇଭିଏମ, ଭିଭି ପ୍ୟାଡ଼ ଓ ସମସ୍ତ ମତଦାନ ସରଞ୍ଜାମ ଧରି ବୁଥ ଅଭିମୁଖେ ବାହାରିଛନ୍ତି । ମାଲକାନଗିରି ଜିଲ୍ଲାର ମୋଟ ୪ଲକ୍ଷ ୫୨ହଜାର ୫୪୪ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଏଥିପାଇଁ ଜିଲ୍ଲାରେ ମୋଟ ୫୪୭ ଟି ବୁଥ କରାଯାଇଥିବା ବେଳେ ତନ୍ମଧ୍ୟରୁ ୪୨ଟି ଆଦର୍ଶ ବୁଥ ରହିଛି । ଆଦର୍ଶ ବୁଥ ମଧ୍ୟରୁ ୩୦ ଟି ସଖି ବୁଥ, ୧୦ ଟି ଭିନ୍ନକ୍ଷମ ବୁଥ ରହିଛି । ଆଜି ମୋଟ ୫୪୭ଟି ବୁଥର ପୋଲିଙ୍ଗ ପାର୍ଟିଙ୍କ ମଧ୍ୟରୁ ୫୧୫ ଟି ବୁଥର ପୁଲିଙ୍ଗ ପାର୍ଟିର କର୍ମଚାରୀମାନେ ନିଜ ନିଜର ବୁଥକୁ ଯାଇଛନ୍ତି ଓ ଅନ୍ୟ ଆଦର୍ଶ ବୁଥର କର୍ମଚାରୀମାନେ ଆସନ୍ତାକାଲି ଗସ୍ତ କରିବେ ବୋଲି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ କରିଛନ୍ତି । ଏଥିସହ ମତଦାନ ଦିନ ଗ୍ରୀଷ୍ମପ୍ରବାହ ଜାରି ରହିବାର ଅନୁମାନ କରାଯାଇଥିବା ବେଳେ ସକାଳ ୧୧ଟା ମଧ୍ୟରେ ଅଧିକରୁ ଅଧିକ ଭୋଟର ମତଦାନ ସାବ୍ୟସ୍ତ କାଟିବାକୁ ସେ ଅନୁରୋଧ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.