ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ତରଫରୁ ବ୍ରହ୍ମପୁର ୱାର୍ଡ ନମ୍ବର ୨୬ଓ ୨୭ ମାରାଥନ ପ୍ରଚାର କରାଯାଇଛି | ଏହି ଅବସରରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଓ ବ୍ରହ୍ମପୁର ବିଧାୟକ ପାର୍ଥୀ କେ. ଅନିଲ କୁମାର ଯୋଗଦେଇ ଗୋସାଇଁନୂଆଗାଁ ସ୍ଥିତ ୱାର୍ଡ଼ ନଂ ୨୬ ଏବଂ ୱାର୍ଡ଼ ନଂ ୨୭ ରେ ନିଜ ନିର୍ବାଚନ ପ୍ରଚାର କରିଥିଲେ। ଶହ ଶହ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ବିଶାଳ ପଟୁଆରରେ ଲୋକଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରିବା ଶହ ବିଜେପିକୁ ଭୋଟ ଦେଇ ଓଡ଼ିଶାରେ ଡ଼ବଲ୍ ଇଂଜିନ୍ ସରକାର ପାଇଁ ଅନୁରୋଧ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକାରୀ ଯୋଜନା କୁ ଘରେ ଘରେ ପହଞ୍ଚାଇବା ମୂଳ ଲକ୍ଷ୍ୟ ରହିଛି। ଏହି ଅବସରରେ ଜିଲ୍ଲା ସଭାପତି ଡ଼ଃ. ସୁବାଷ ସାହୁ, ସୁନୀଲ ସାହୁ ଅଶୋକ ଶୁକ୍ଳ, ପ୍ରଭାତ କିରଣ ଷଡଙ୍ଗୀ ,କୃଷ୍ଣଚନ୍ଦ୍ର ଚୌଧୁରୀଙ୍କ ସମେତ ବହୁ କର୍ଯ୍ୟକର୍ତା ଯୋଗଦେଇ ଭୋଟ ପ୍ରଚାର କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post