ଫୁଲବାଣୀ, ୧୦।୫ : ଚଳିତ ସାଧାରଣ ନିର୍ବାଚନ ରେ ରାଜ୍ୟ ରାଜନୀତିରେ ସବୁ ରାଜନୈତିକ ଦଳର ଅନେକ ଅସନ୍ତୁଷ୍ଟ ନେତା ମାନଙ୍କ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହି ଅବସରରେ ରାଜ୍ୟର ପ୍ରମୁଖ ନେତା ମାନେ ଦଳୀୟ ଟିକଟ ନ ମିଳିବାରୁ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣରୁ, ସେମାନଙ୍କ ଅସନ୍ତୋଷ ଜାହିର କରିଛନ୍ତି। ଏପରିକି ସେମାନଙ୍କ ମଧ୍ୟରୁ କିଛି ନିଜ ଦଳ ଏବଂ ପଦପଦବୀରୁ ଇସ୍ତଫା ଦେଇ ଅନ୍ୟ ଦଳରେ ଯୋଗ ଦେଇଛନ୍ତି। ସେହିପରି ବିଜୁ ମହିଳା ଜନତା ଦଳର କନ୍ଧମାଳ ସଭାନେତ୍ରୀ ଭାବରେ କାର୍ଯ୍ୟରତ ଥିବା ସୁଶ୍ରୀ ଅନିମା କହଁର ଆଜି ତାଙ୍କ ପଦ ତଥା ଦଳର ପ୍ରଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ଆଜି ତାଙ୍କର ଏହି ଇସ୍ତଫା ପତ୍ର ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠେଇ ଦେଇଛନ୍ତି। ଗତ ୨୦୧୫ ମସିହାରୁ ଦଳରେ ଜଣେ ପ୍ରାଥମିକ ସଦସ୍ୟା ଭାବରେ ଯୋଗ ଦେଇ ନିଷ୍ଠା ଓ ବିଶ୍ବସ୍ଥ ହୋଇ ଦଳ ପାଇଁ ଏ ଯାବତ୍ କାର୍ଯ୍ୟ କରି ଆସୁଥିଲେ। ହେଲେ ତାଙ୍କୁ ଦିର୍ଘ ବର୍ଷର ନିଷ୍ଠା ଓ କର୍ତ୍ତବ୍ଯ ପରାୟଣତାର ପ୍ରତିଦାନ ଅବହେଳା ଓ ଅଣଦେଖା ଭାବେ ମିଳୁଥିବା କହିଛନ୍ତି ତାଙ୍କ ଇସ୍ତଫା ପତ୍ରରେ। ଦଳରେ କାର୍ଯ୍ୟକରିବା ଭିତରେ ତାଙ୍କୁ ଦଳର କର୍ମୀ ଓ ନେତା ମାନେ ଦେଇଥିବା ସ୍ନେହ ବିଶ୍ବାସ ଓ ସମ୍ମାନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଠାରେ ସୁଚନା ଯୋଗ୍ଯ ସେ ଫୁଲବାଣୀ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳର ଜଣେ ଆଶାୟୀ ପ୍ରାର୍ଥୀ ଥିଲେ ଏବଂ ତାଙ୍କର ବଡ ଭାଇ ତଥା ଫୁଲବାଣୀ ର ପୁର୍ବତନ ବିଧାୟକ ଦେବେନ୍ଦ୍ର କହଁର ମଧ୍ଯ ନିଜେ ଜଣେ ଆଶାୟୀ ଥିବା ସହ ଭଉଣି ଅନିମା କୁ ଦଳୀୟ ଟିକଟ ମିଳିବା ନେଇ ଆଶା ରଖିଥିଲେ। ହେଲେ ଉଭୟଙ୍କୁ ଟିକଟ ନ ମିଳିବାରୁ ଦେବେନ୍ଦ୍ର ଜଣେ ସ୍ବାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସ୍ଥିତିରେ, ଦଳରେ ରହି ଭାଇ ଦେବେନ୍ଦ୍ରଙ୍କୁ ପ୍ରଚାରରେ ସହାୟତା କରିବା ଅନିମାଙ୍କ ପାଇଁ ଏକ ବଡ ବାଧକ ସାଜିଥିଲା। ତେଣୁ ଆଜି ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.