ଫୁଲବାଣୀ : ସାମ୍ପ୍ରତିକ ସମୟରେ ମାନସିକ ଅସୁସ୍ଥତା ଭୟଙ୍କର ଭାବେ ସମାଜରେ ବ୍ୟାପୁଥିବା ବେଳେ ଏଥିପାଇଁ ଗୋଷ୍ଠୀଗତ ଓ ପାରିବାରିକ ସ୍ତରରେ ବିଶେଷ ସଚେତନତା ସୃଷ୍ଟି ହୋଇପାରିନାହିଁ । ମାନସିକ ଅସୁସ୍ଥତାକୁ ନେଇ ଅନେକ ପାରମ୍ପରିକ ଓ ଗୁଣିଗାରେଡି ପ୍ରଥା ରହିଆସିଥିବା ବେଳେ ମାନସିକ ଅସୁସ୍ଥ ବ୍ୟକ୍ତିମାନେ ପ୍ରକୃତ ଯନ୍ତ୍ର ଓ ସାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି । ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ୱାତୀ ଦ୍ଵାରା ବାଙ୍ଗାଲୋରସ୍ଥିତ ବେସିକ୍ ନିଡ୍ ଇଣ୍ଡିଆ ସହଯୋଗରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଓ ଫିରିଙ୍ଗିଆ ବ୍ଲକ୍ର ୩୦ ଗୋଟି ପଂଚାୟତରେ ମାନସିକ ଅସୁସ୍ଥଙ୍କ ଚିକିତ୍ସା ଓ ଜୀବନଜୀବିକା କାର୍ଯ୍ୟକ୍ରମ ଚାଲୁଅଛି । ମାନସିକ ଅସୁସ୍ଥ ମାନଙ୍କ ଯନ୍ ଓ ଚିକିତ୍ସା ପାଇଁ କିପରି ଗୋଷ୍ଠୀ ସହଭାଗୀତା ବଢି ପାରିବ ସେ ସମ୍ପର୍କରେ ଦଡକି ଠାରେ ପରିବାର ସହାୟକ ଗୋଷ୍ଠୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ମାନସିକ ଅସୁସ୍ଥ ଙ୍କ ଗୋଷ୍ଠୀ ସ୍ତରରେ ଅନେକ ଅବହେଳାର ଶିକାର ହେବାକୁ ପଡିଥାଏ ଏବଂ ଅନେକ ସମୟରେ ପରିବାର ସଦସ୍ୟ ମାନେ ମଧ୍ୟ ସେମାନଙ୍କ ଯତ୍ନ ନେବାକୁ ସମର୍ଥ ହୋଇ ପାରନ୍ତି ନାହିଁ । ଉପଯୁକ୍ତ ଯତ୍ନ ଓ ଚିକିତ୍ସା ଅଭାବରୁ ମାନସିକ ଅସୁସ୍ଥ ମାନେ ଅଧିକରୁ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ମାନସିକ ଅସୁସ୍ଥ ମାନଙ୍କୁ ଗୋଷ୍ଠୀ ଓ ପରିବାର ସ୍ତରୀୟ ସହଯୋଗ ବ୍ୟବସ୍ଥାକୁ ଦୃଢ ଓ ଶୃଙ୍ଖଳିତ କରିବା ନିମନ୍ତେ ସ୍ଵାତି ଦ୍ଵାରା ପ୍ରତି ପଂଚାୟତରେ ଏକ ପରିବାର ସହାୟକ ଦଳ ଗଢାଯାଇ ସେମାନଙ୍କୁ ମାନସିକ ଅସୁସୁଙ୍କ ଯତ୍ନ ଓ ଚିକିତ୍ସା ସଂପର୍କରେ ସଚେତନ କରାଯାଉଛି । ମାନସିକ ଅସୁସ୍ଥ ମାନଙ୍କ ଯନ୍ତ୍ରକାରୀ ବା ପରିବାରବର୍ଗ ଦାରିଦ୍ର୍ୟ, ଅସଚେତନତା ଓ ଗୋଷ୍ଠୀଗତ ଅବହେଳା ଯୋଗୁଁ ଅନେକ ବାଧାବିଘ୍ନ ଓ ପ୍ରତିବନ୍ଧକର ଶିକାର ହୋଇଥାନ୍ତି । ମାନସିକ ଅସୁସୁତା ଯୋଗୁଁ ପାରିବାରିକ ଆୟ, ଜୀବନ ଜୀବିକା, ଖାଦ୍ୟପେୟ, ଚଳଣୀ ଓ ସୁଖସୁବିଧା ଆଦି ବହୁଳ ଭାବେ ପ୍ରଭାବିତ ହୋଇଥାଏ । ଆର୍ଥିକ ଦୁର୍ବଳତା ଯୋଗୁଁ ମାନସିକ ଅସୁସୁଙ୍କୁ ଚିକିତ୍ସା କେନ୍ଦ୍ରକୁ ନେଇ ଚିକିତ୍ସା କରିବାକୁ ସେମାନେ ସମର୍ଥ ହୋଇନଥାନ୍ତି । ଏହି ସମସ୍ୟା ଗୁଡିକୁ ଲକ୍ଷ୍ୟକରି ମାନସିକ ଅସୁସୁ ପରିବାର ଗୁଡିକ ମଧ୍ୟରେ ପାରସ୍ପରିକ ସହଯୋଗ, ମାନସିକ ଦୃଢତା, ସରକାରୀ ସୁବିଧା ସୁଯୋଗ ହାସଲ ଏବଂ ମାନସିକ ଅସୁସ୍ଥ ଙ୍କ ସଫଳ ଯନ୍ ଓ ଚିକିତ୍ସା ନିମନ୍ତେ ପରିବାର ସହାୟକ ଗୋଷ୍ଠୀ ଗୁଡିକ ଗଢାଯାଇଛି।
ଗତ ମେ ୧ ତାରିଖରେ ଫୁଲବାଣି ବ୍ଲକ୍ ଅଂଚଳର ଦଡକି ଠାରେ ଅନୁଷ୍ଠିତ ଏହି ବୈଠକରେ ମାନସିକ ଅସୁସ୍ଥଙ୍କ ପରିବାର ସଦସ୍ୟ ମାନେ ସମ୍ମୁଖୁନ ହେଉଥିବା ସମସ୍ୟା ଗୁଡିକ ସଂପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ସ୍ଵାତି ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ ଯୋଗଦେଇ ପରିବାର ସଦସ୍ୟ ମାନେ କିପରି ଅସୁସ୍ଥ ବ୍ୟକ୍ତି ମାନଙ୍କ ଯତ୍ନ ନେବେ ସେ ସଂପର୍କରେ ବୁଝାଇଥିଲେ । ପରିବାର ଗୁଡିକର ସାଂଗଠନିକ ଅଭିବୃଦ୍ଧି ପାଇଁ ସହାୟକ ଗୋଷ୍ଠୀ ଗୁଡିକୁ ପଂଜିକୃତ କରିବା ସହ ସରକାରୀ ଓ ପଂଚାୟତ ସ୍ତରରେ ବିଭିନ୍ନ ସୁବିଧା ସୁଯୋଗ ହାସଲ ପାଇଁ ଦାବୀ ଉପସ୍ଥାପନ ଉପରେ ଗୁରୁତ୍ଵ ଦେଇଥିଲେ । ଏହି ବୈଠକରେ ଦଡକି ଅଂଚଳର ୨୫ରୁ ଅଧିକ ମାନସିକ ଅସୁସୁଙ୍କ ପରିବାର ସଦସ୍ୟ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ସଂଯୋଜକ ବୈକୁଣ୍ଠ ଦାଶ ଓ ଆଲୋକ ସାମନ୍ତରାୟ ବୈଠକ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.