ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଗୁଡାରି ଗାଁ ପାଖରେ ଥିବା ଏକ ଜଙ୍ଗଲରେ ପୋଲିସ, ଅବକାରୀ ବିଭାଗ,ବନବିଭାଗ ଓ ପରିବହନ ବିଭାଗ ମିଳିତ ଭାବରେ ଚଢ଼ାଉ କରି ଜଙ୍ଗଲ ମଧ୍ୟରେ ବେଆଇଆନ ଭାବରେ ରନ୍ଧା ଯାଉଥିବା ଦେଶୀ ମଦ ଭାଟିକୁ ସମ୍ପୂର୍ଣ ନଷ୍ଟ କରିଦେଇଥିବା ବେଳେ ସେହିଯାଗାରୁ ବିପୁଳ ପରିମାଣରେ ମହୁଲ ପୋଚ ସହ୨୨୦ ଲିଟର ଦେଶୀ ମଦ ଜବତ କରାଯାଇଛି। ତେବେ ଜବତ ମଦ ଓ ପୋଚର ଆନୁମାନିକ ମୂଲ୍ୟ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି। ଘଟଣାରେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡ଼ିଏସପି ସୁବ୍ରତ କୁମାର ବେହେରାଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ାଉରେ ଅନ୍ୟମାନଙ୍କ ମାଧ୍ୟରେ ଅବକାରୀ ଇନ୍ସପେକ୍ଟର
ପୂର୍ଣଚନ୍ଦ୍ର ବେହେରା, ପରିବହନ ବିଭାଗର ଏମଭିଆଇ ଶିବାନୀ ମାଝୀ, ବନବିଭାଗ ଏସିଏଫଙ୍କ ସହ ସମସ୍ତ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post