୧୦ ସାଂସଦ, ଓ ବିଧାନସଭା ପାଇଁ ୧୦ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ଜଣେ ସାଂସଦ, ଜଣେ ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ଖାରଚ…

ଫୁଲବାଣୀ : କନ୍ଧମାଳ ଲୋକସଭା ଆସନ ସମେତ ଫୁଲବାଣୀ, ବାଲିଗୁଡ଼ା, ଜି ଉଦୟଗିରି, ବୌଦ୍ଧ, କଣ୍ଟାମାଳ, ଦଶପଲ୍ଲା ଓ ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶନିବାର ପ୍ରାର୍ଥ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଅନ୍ତିମ ଦିବସ ସୁଦ୍ଧା କନ୍ଧମାଳ ଲୋକସଭା ଆସନ ପାଇଁ ସମୁଦାୟ ୧୦ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିରୁ ଡ ଅଚ୍ୟୁତ ସାମନ୍ତ, ବିଜେପିରୁ ସୁକାନ୍ତ ପାଣିଗ୍ରାହୀ, କଂଗ୍ରେସରୁ ଅମୀର ଚାନ୍ଦ ନାୟକ,
ବି ଏସ୍‌ ପିରୁ ହରିବନ୍ଧୁ ବେହେରା, ମାନସ ଲୋକଶକ୍ତି ଦଳରୁ ଭାଗିରଥ ବଳିଆରସିଂ, ଜାତୀୟ ଜନ ଦଳରୁ
ସୁଭାଷ ମହାପାତ୍ର, କଳିଙ୍ଗ ସେନା ପକ୍ଷରୁ ପର୍ଶୁରାମ ପ୍ରଧାନ । ସ୍ଵାଧୀନ ପ୍ରାର୍ଥ ଭାବେ ସୁଶୀଲା ତ୍ରିପାଠୀ, କନକ ମଞ୍ଜରୀ ରଥ, ଫିରୋଜ ଦିଗାଲ ନାମାଙ୍କନ କରିଥିବା ରିଟଣ୍ଡିଂ ଅଫିସର ତଥା କନ୍ଧମାଳ ଜିଲ୍ଲାପାଳ ଆଶୀଷ ଇଶ୍ୱର ପାଟିଲ ସୂଚନା ଦେଇଛନ୍ତି। ଶନିବାର ଯାଞ୍ଚ ପରେ ଫିରୋଜ ଦିଗାଲଙ୍କ ପ୍ରାର୍ଥୀପତ୍ର ନାକଚ ହେବା ପରେ ଏବେ ୧୦ ପ୍ରାର୍ଥୀଙ୍କ ପାର୍ଥୀପତ୍ର କାୟମ ରହିଥ‌ିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫୁଲବାଣୀ, କନ୍ଧମାଳ ଶ୍ରୀ ପାଟିଲ କହିଛନ୍ତି। ସେହିଭଳି ଫୁଲବାଣୀ ବିଧାନସଭା ଆସନ ପାଇଁ ସମୂଦାୟ ୧୧ ଜଣ ପ୍ରାର୍ଥପତ୍ର ଦାଖଲ କରିଛନ୍ତି । ବିଜେଡିରୁ ଜୟଶ୍ରୀ କହଁର, କଂଗ୍ରେସରୁ ପ୍ରତିଭା କହଁର, ବିଜେପିରୁ ଉମାଚରଣ ମଲ୍ଲିକ, ବି ଏସ୍‌ ପିରୁ ଦୀପାଞ୍ଜଳି କହଁର, ସମାଜବାଦୀ ପାର୍ଟିରୁ ଦେବେନ୍ଦ୍ର କହଁର, କଳିଙ୍ଗ ସେନାରୁ ଅନନ୍ତ କହଁର ଓ ମାନସ ଲୋକଶକ୍ତି ଦଳରୁ ବିଶ୍ବମ୍ବର କହଁର ନାମାଙ୍କନ କରିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଭାବେ ହିମାଂଶୁ କହଁର, ସୁଧାଂଶୁ କହଁର, ଟିକେଶ୍ଵର କହଁର ଓ ମହେନ୍ଦ୍ର ମଲ୍ଲିକ ପାର୍ଥୀପତ୍ର ଦାଖଲ କରିଥିବା ବେଳେ କଳିଙ୍ଗ ସେନାରୁ ଅନନ୍ତ କହଁରଙ୍କ ପ୍ରାର୍ଥ ପତ୍ର ନାକଚ ହୋଇଯାଇଥିବା ରିଟର୍ଣ୍ଣିଂ ଅଫିସର ତଥା ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତ ରଞ୍ଜନମହାନ୍ତ ସୂଚନା ଦେଇଛନ୍ତି । ୧୧ ପ୍ରାଥୀଙ୍କ ମଧ୍ୟରୁ ୧୦ ପ୍ରାଥୀଙ୍କ ନାମାଙ୍କନ କାୟମ ରହିଛି ।

nis-ad
Leave A Reply

Your email address will not be published.