ଵ୍ରହ୍ମପୁର: ୫-୫ ଆସିକା ବ୍ଲକ ର ବାଲିସିରା ଜାତୀୟ ରାଜପଥ ପାର୍ଶ୍ଵ ହାଇସ୍କୁଲ ପାଖରେ ଥିବା ଗୋଷ୍ଠି ଶୌଚାଳୟ ଅବ୍ୟବସ୍ଥା ଘେରରେ ରହିଥିବା ଦେଖିବାକୁ ମିଳିଛି l ସ୍ୱଚ୍ଛ ଭାରତ ମିଶନ ଅଧୀନରେ ରାସ୍ତା କଡ଼ ରେ ଖୋଲା ରେ ପାଇଖାନା ନବସିବା ପାଇଁ ଲୋକ ମାନଙ୍କ ଉଦ୍ଧେଶ୍ୟ ରେ ବାଲିସିରା ଗ୍ରାମ ପଂଚାୟତ ଏବଂ ଗ୍ରାମ୍ୟ ଜଳ ପରିମଳ ବିଭାଗ ଆସିକା ମିଳିତ ଉଦ୍ୟମ ରେ ଏକ ଗୋଷ୍ଠି ଶୌଚାଳୟ ଖୋଲିବାକୁ ନିଷ୍ପତି
ନିଆଯାଇଥିଲା l ଏହି କ୍ରମରେ ବାଲିସିରା ବସଷ୍ଟାଣ୍ଡ ପାଖରେ ଗୋଟିଏ ଗୋଷ୍ଠି ଶୌଚାଳୟ ନିର୍ମାଣ ପାଇଁ ସ୍ଥିର କରାଗଲା l ଏହା ଜନସାଧାରଣଙ୍କ ଉଦ୍ଦେଶ୍ୟ ରେ ଶୌଚାଳୟ ପାଇଁ ଗ୍ରାମ୍ୟ ଜଳ ପରିମଳ ବିଭାଗ ୨ ଲକ୍ଷ ୧୦ ହଜାର ଏବଂ ବାଲିସିରା ଗ୍ରାମ ପଂଚାୟତ ୯୦ ହଜାର ଟଙ୍କା ମିଶି ୦୩ ଲକ୍ଷ ବ୍ୟୟ ରେ ନିର୍ମାଣ କାର୍ଯ୍ୟ କରାଯାଇଥିଲା l ଦୀର୍ଘ ଦିନ ହେଲା ଏହି ଗୋଷ୍ଠି ଶୌଚାଳୟ ତିଆରି ହୋଇଥିଲେ ମଧ୍ୟ ତାହା କାର୍ଯ୍ୟରେ ନଆସି ପଡି ରହିଛି l ଉକ୍ତ ନୂତନ ଶୌଚାଳୟ କୁ ଯିବାକୁ ରାସ୍ତା ନାହିଁ କି ଶୌଚ ପାଇଁ ପାଣି ନଥିବା ହେତୁ କାର୍ଯ୍ୟରେ ଆସୁନି ଏହି ଶୌଚାଳୟ ବୋଲି ଲୋକେ କହୁଛନ୍ତି l ବସଷ୍ଟାଣ୍ଡ ରେ ଦୈନଦିନ ଅପେକ୍ଷା କରୁଥିବା ସାଧାରଣ ଲୋକ, ମହିଳା ଏବଂ ଶିଶୁ ମାନେ ଶୌଚାଳୟ ନଥିବାରୁ ବହୁତ ହଇରାଣ ହେଉଥିବା ଶୁଣିବାକୁ ମିଳୁଛି l ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ବିଭାଗୀୟ ଅଧିକାରୀ କାମ ସମୁର୍ଣ୍ଣ କରି ପଂଚାୟତକୁ ପ୍ରଦାନ କରିନାହାନ୍ତି l ଆସିକା ଗ୍ରାମ୍ୟ ଜଳ ପରିମଳ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ତାଙ୍କ ପୂର୍ବ ଅଧିକାରୀ ଏହି କାର୍ଯ୍ୟ କରି ଅନ୍ୟତ୍ର ବଦଳି ହୋଇ ଚାଲିଯାଇଛନ୍ତି l ବୋଧ ହୁଏ ଜାତୀୟ ରାଜ ପଥ କାର୍ଯ୍ୟ ସପୂର୍ଣ ହେଲେ ଏହି ଗୋଷ୍ଠି ଶୌଚାଳୟ କାର୍ଯ୍ୟକ୍ଷମ ହେବ ବୋଲି ପ୍ରକାଶ କରିଛନ୍ତି l ସାମନ୍ୱୟ ଅଭାବରୁ ଏହି ତିନି ଲକ୍ଷ ଟଙ୍କା ରେ ନିର୍ମିତ ଗୋଷ୍ଠି ଶୌଚାଳୟ ସମ୍ମୁଖରେ ବଡ଼ ବଡ଼ ଗଛ ଉଠି,ଜନ୍ତୁ ମାନଙ୍କ ଆଶ୍ରୟ ସ୍ଥଳୀ ପାଲଟିଲାଣି l କେବଳ ଏହି ଗୋଟିଏ ନୁହେଁ ଅନ୍ୟ ପଂଚାୟତ ରେ ମଧ୍ୟ ଏଭଳି ରହିଛି ବୋଲି ବିଭାଗୀୟ ଯନ୍ତ୍ରୀ ବିନା ଦ୍ଵିଧା ରେ ପ୍ରକାଶ କରିଛନ୍ତି l ଜିଲ୍ଲା ପ୍ରଶାସନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ୱଚ୍ଛ ଭାରତ ମିଶନ ର ଏଭଳି ଗୋଷ୍ଠୀ ଶୌଚାଳୟ ର କାର୍ଯ୍ୟକ୍ଷମ ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି l