ଶିଶୁଶ୍ରମିକ ଆଇନର ଖୋଲା ଖୋଲି ଉଲଂଘନ, କେନ୍ଦୁପତ୍ର ଶୁଖାଇବା କାମରେ ଶିଶୁମାନଙ୍କୁ ନିୟୋଜିତ କରୁଛନ୍ତି ଫଡି ମାଲିକ

ମାଲକାନଗିରି : ରାଜ୍ୟସରକାର ଶିଶୁ ମାନଙ୍କୁ ଯେ କୌଣସି ଶ୍ରମ କାର୍ଯ୍ୟରେ ନିୟୋଜିତ କଲେ ଏହାକୁ ଏକ ଦଣ୍ଡନୀୟ ଅପରାଧ ଶ୍ରେଣୀରେ ପର୍ଯ୍ୟାୟ ଭୁକ୍ତ କରି ଶିଶୁଙ୍କୁ ଶ୍ରମକାର୍ଯ୍ୟ ରେ ନିୟୋଜିତ କରିଥିବା ବ୍ୟକ୍ତି ଙ୍କୁ ଜୋରିମାନା ସହ ଜେଲ ଦଣ୍ଡର ବ୍ୟବସ୍ଥା କରିଥିବା ବେଳେ ଏହି ଆଇନ କୁ ଆଇନା ଦେଖାଉଛନ୍ତି କିଛି କେନ୍ଦୁପତ୍ର ବ୍ୟବସାୟୀ ।ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି କାଲିମେଳା ବ୍ଲକ ପୁସୁଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଉରୁବାଲି ଗ୍ରାମରେ।କେନ୍ଦୁପତ୍ର ବ୍ୟବସାୟୀ ଜଣକ ନିଜ ସ୍ୱାର୍ଥ ହାସଲ ନିମନ୍ତେ ପ୍ରାୟ ୧୮ ଜଣ ଶିଶୁ ଜାହାଙ୍କ ବୟସ ପ୍ରାୟ ୮ ରୁ ୧୦ ବର୍ଷହେବ । ଏହି କୋମଳ ମତି ଶିଶୁମାନଙ୍କୁ କେନ୍ଦୁପତ୍ର ସୁଖେଇବା କାର୍ଯ୍ୟ ରେ ନିୟୋଜିତ କରିଥିବା ଦେଖିବାକୁ ମିଳିଛି। ପ୍ରାୟ ୧୦୦୦ ବିଡ଼ା କେନ୍ଦୁପତ୍ର ଶୁଖେଇବାକୁ ୨୫ ଟଙ୍କା ମିଳୁଥିବା ଶିଶୁମାନେ ପ୍ରକାଶ କରିଛନ୍ତି। ଏ ବାବଦରେ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିବା ପରେ ମଧ୍ୟ କୌଣସି ଉତ୍ତର ମିଳିପାରିନାହିଁ। ଜିଲ୍ଲାରେ ଶିଶୁ ଶ୍ରମ ଆଇନକୁ ନେଇ ଏକାଧିକ ବିଭାଗ ରହିଥିବା ବେଳେ କିଭଳି ଏମାନଙ୍କ ଦୃଷ୍ଟି ପଡୁନଥିବା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏସି ଚାମ୍ବରରେ ବସି ଶିଶୁମାନଙ୍କ ତ୍ରାଣକର୍ତା ସାଜିଥିବା ଅଫିସର ମାନେ କେବଳ ସଦର ମହକୁମାରେ ନବୁଲି ଜିଲ୍ଲାର ଆଭ୍ୟନ୍ତରଣ ଅଞ୍ଚଳରେ ତଦାରଖ କଲେ ଶିଶୁ ଶ୍ରମିକ ଆଇନର ଖୋଲା ଖୋଲି ଉଲ୍ଲଘଂନ ବନ୍ଦ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଅଛି ।

nis-ad
Leave A Reply

Your email address will not be published.