ଆସିକା ସଂସଦୀୟ କ୍ଷେତ୍ର ରେ ସାଂସଦ ଟିକେଟ ଦେବା ବିଜେଡ଼ି କୁ ମହଙ୍ଗା ପଡ଼ିବ କି ….?
ଏମ.ପି ଓ ବିଧାୟିକା ଗୋଷ୍ଟି ମଧ୍ୟରେ କାଦୁଅ ଫିଙ୍ଗା ଫିଙ୍ଗି……
ଵ୍ରହ୍ମପୁର: ୪-୫ ଗଞ୍ଜାମ ଜିଲ୍ଲାର ଆସିକା ସଂସଦୀୟ କ୍ଷେତ୍ରର କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଯୋଡ଼ି ଶଙ୍ଖ ଦୁଇ ଫାଳ ହେବ ବୋଲି ଚର୍ଚ୍ଚା ହେଉଛି। ଆସିକା ଏମ.ପି ଙ୍କ ପିତା ହର ସାହୁ ଙ୍କ ଉପରେ ଲତିକା ପ୍ରଧାନ ଙ୍କ ସମର୍ଥକ ମାନେ ଖପା ହୋଇଥିବା ଚର୍ଚ୍ଚା ହେଉଛି। ଦଳ ମୁଖିଆ ଙ୍କ ନାରା ଯୋଡ଼ି ଶଙ୍ଖ କୁ ଭୋଟ ଦେବାକୁ ରହିଛି। ହେଲେ ଏହାର ବ୍ୟତିକ୍ରମ କବିସୂର୍ଯ୍ୟ ନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଛି। କୁଆଡ଼େ ହର ଗୋଷ୍ଟି କହୁଛନ୍ତି, ଏମପି ଭୋଟ ଶଙ୍ଖକୁ ଏମ.ଏଲ.ଏ ଭୋଟ ଯାହାକୁ ଇଚ୍ଛା ଦିଅ ବୋଲି କହୁଥିବା ନେଇ ଚର୍ଚ୍ଚାର ପରିସରକୁ ଆସିଛି। ଘଟଣା ଯଦି ସତ ତାହା ହେଲେ ବିଜେଡ଼ି ପାଇଁ ଗୋଡ଼ ଝିକା ଝିକି ମହଙ୍ଗା ପଡ଼ିବ। ହର ବାବୁ ଲତିକା ମେଡମ ଙ୍କ କଳି ଆଜିକାର ନୁହେଁ ବହୁ ପୂର୍ବର ବୋଲି ଲୋକେ ଆଲୋଚନା କରୁଛନ୍ତି। ଏଥର କିଏ କାହାର ଲେଖା ଛିଡା ଉଛି ଦେଖିବାକୁ ବାକି ରହିଲା। ହର ସାହୁ ବିଧାୟକ ପାଇଁ ଲବି କରି କରି ଶେଷରେ ସାଂସଦ ଟିକେଟ ମିଳିଲା ଝିଅକୁ। ହେଲେ ଏମ ପି ଟିକେଟ ଦେଇ ବିଜେଡ଼ି ଗୋଷ୍ଟି କନ୍ଦଳ ରେ ପେଚ ପକେଇବା କଣ ମହଙ୍ଗା ପଡ଼ିବ କି ବୋଲି ରାଜନୈତିକ ମହଲ ରେ ଚର୍ଚ୍ଚା ହେଉଛି। ଦେଖା ଯାଉ ଏଥର ଯୋଡି ଶଙ୍ଖର ସ୍ଲୋଗାନ କେଉଁ ପ୍ରାର୍ଥୀ କେତେ ପାଳନ କରୁଛି ସମୟ କହିବ। ମୁଖ୍ୟତଃ ଆସିକା ସାଂସଦୀୟ କ୍ଷେତ୍ର ରେ ବିଜେଡି ର ଗୋଷ୍ଠୀ କନ୍ଦଳ ପ୍ରବଳ ଦେଖିବାକୁ ଗଲେ ଆସିକା, ପୋଲସରା, ଖଲ୍ଲିକୋଟ ଏବଂ ଏବେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ରେ ଗୋଷ୍ଠୀ କନ୍ଦଳ ବାଟରୁ ଯାଇ ହାଟରେ ଗଡ଼ୁଛୁ l ଆସିକା ଯେଉଁ ସାଂସଦୀୟ ପ୍ରାର୍ଥୀ ବିଜେଡି ଦେଇଛନ୍ତି ଏହାକୁ କର୍ମୀ ଏବଂ ଜନତା ସହଜ ରେ ହଜମ କରି ପାରୁନାହାନ୍ତି l ନାମାଙ୍କନ ପତ୍ର ଦାଖଲ କରିବା ଦିନ ଠାରୁ ମ୍ୟାଡ଼ାମ ଙ୍କ ଦେଖା ମିଳୁନି କୁଆଡେ ତାଙ୍କ ବାପା ହର ସାହୁ ପ୍ରଚାର ମଙ୍ଗ ଧରିଛନ୍ତି ଯାହାକି ଦେଖିବାକୁ ମିଳୁଛି l କେବଳ ଟଙ୍କା ଓ ମଦ ଏବଂ ବାହୁ ବଳ ରେ ଭୋଟର ଙ୍କ ମନ କିଣିବାକୁ ହର ଚେଷ୍ଟା ଜାରି ରଖିଥିବା କୁ ନେଇ ଖଟିରେ ଚର୍ଚ୍ଚା ଜୋର ଧରୁଛି l ଯାହାର ଫାଇଦା ବିରୋଧୀ ନେଇ ପାରନ୍ତି ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି l ଦଳ ରେ ଥିବା ଗୋଷ୍ଠୀ କନ୍ଦଳ ଯୋଡି ଶଙ୍ଖ ଦୁଇ ଫାଳ ହୋଇ ପାରେ ବୋଲି ମଧ୍ୟ ଚର୍ଚ୍ଚା ହେଲାଣି l ଉଭୟ ହର ସାହୁ ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କିଛି ଗୋଦି ମିଡ଼ିଆ କୁ ହାତ ବାରିସୀ କରି ନିର୍ବାଚନ ବୈତରଣୀ ପାର ହେବାକୁ ଯେଉଁ ସ୍ବପ୍ନ ଦେଖି ଛନ୍ତି ତାହା ସ୍ବପ୍ନ ରେ ହିଁ ରହିଯିବ ବୋଲି ସାଧାରଣ ଭୋଟର ଙ୍କ ଠାରୁ ଶୁଣିବାକୁ ମିଳିଲାଣି l ନିର୍ବାଚନ ତାତି ମଧ୍ୟ ଜୋର ଧରିଛି ପୋଲିସ ପ୍ରଶାସନ ପାଇଁ ଏହି ସାଂସଦୀୟ କ୍ଷେତ୍ର ବହୁତ ଚ୍ୟଲେଞ୍ଜ ସୃଷ୍ଟି କରିବ ଏବଂ ଅନେକ ସମ୍ଭାବନା ମଧ୍ୟ ରହିଛି ଅପ୍ରୀତିକର ଘଟଣା ଘଟିବାର l ଦେଖା ଯାଉ ପ୍ରଶାସନ ଏହାକୁ କେତେ ଗୁରୁତ୍ୱ ଦେଉଛି ତାହା ସମୟ ସାଫେକ୍ଷ….