ଆଗୁଆ ଗ୍ରୀଷ୍ମ ଛୁଟି ଆଳରେ ଆସିକା ଅଞ୍ଚଳରେ ଛାତ୍ର ଛାତ୍ରୀ ଙ୍କ ମୁହଁରୁ ଆହାର ଛଡେଇ ବାକୁ ପ୍ରୟାସ….!

କେବଳ ଚାଉଳ ହେଲା ବଣ୍ଟନ, ମିଳିଲାନି ପରିବା, ଅଣ୍ଡା ସୋୟା ଓ ଟଙ୍କା…

ଵ୍ରହ୍ମପୁର: ୧-୫ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ଗ୍ରୀଷ୍ମ ଛୁଟି ହୋଇଥିବାରୁ ବିଦ୍ୟାଳୟ ରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ସକାଶେ ଆସୁଥିବା ଚାଉଳ ଏବଂ ଅନ୍ୟ ସାମଗ୍ରୀ କୁ ଶିଶୁ ମାନଙ୍କୁ ବଣ୍ଟନ କରିବାକୁ ନିର୍ଦ୍ଦେଶ ରହିଛି।ହେଲେ ଆସିକା ବ୍ଲକରେ ଥିବା ୧୩ ଗୋଟି କ୍ଳଷ୍ଟର ତଥା ଆସିକା, ନଳବଣ୍ଟା, କାଳଷଣ୍ଢପୁର, ବଡଖୋଲି, ବାବନପୁର, ଭେଟନଇ, ଖାରିଆ, ହରିଡ଼ାପଦାର, କେ ନୂଆପାଲି,ଗଙ୍ଗାପୁର, ବାଲିସିରା, ନିମିନା, କେନ୍ଦୁପଦର କ୍ଲଷ୍ଟରରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟତ୍ରୀ ମାନେ କେବଳ ଚାଉଳ ବଣ୍ଟନ କରିଛନ୍ତି। ଆସିକା ବ୍ଲକର ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧୮ ଗୋଟି ବିଦ୍ୟାଳୟ ରେ ଅଧ୍ୟୟନରତ ପ୍ରାୟ ୧୩,୮୬୧ ଛାତ୍ର ଛାତ୍ରୀ ଅଧୟନ କରୁଛନ୍ତି l ରାଜ୍ୟ ସରକାର ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାରୁ ଗତ ଅପ୍ରେଲ ମାସ ରେ ୧୭ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ତିନିଦିନ ବନ୍ଦ କଲେ l ସେହିଭଳି ରାଜ୍ୟ ସରକାର ଅପ୍ରେଲ ମାସ ୨୫ ତାରିଖ ରୁ ମେ ମାସ ୪ ତାରିଖ ପର୍ଯ୍ୟନ୍ତ ଆଗୁଆ ଛୁଟି ଘୋଷଣା କରିଛନ୍ତି।ସେହି ଅନୁସାରେ ରେ ପୂର୍ବରୁ ତିନିଦିନ ଏବଂ ବର୍ତ୍ତମାନ ନଅ ଦିନ ଛୁଟି ମିଶାଇ ମୋଟ ୧୨ ଦିନ ର ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧୟନରତ ଛାତ୍ର ଛାତ୍ରୀ ମାନଙ୍କୁ ଦୈନିକ ୧୦୦ଗ୍ରାମ ହିସାବରେ ୧୨୦୦ ଗ୍ରାମ ଏବଂ ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ୧୫୦ ଗ୍ରାମ ହିସାବରେ ୧୮୦୦ ଗ୍ରାମ ଶୁଖିଲା ଚାଉଳ ପ୍ରତ୍ୟେକ ପିଲା ମାନଙ୍କୁ ବଣ୍ଟନ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପିଲାମାନେ କଣ ବିଦ୍ୟାଳୟ ରେ ଚାଉଳ ଖାଉଥିଲେ କି ବୋଲି ଅଭିଭାବକ ମାନେ ପ୍ରଶ୍ନ ପଚାରୁଛନ୍ତି। ସୋମବାର ଏବଂ ଗୁରୁବାର ରେ ଭାତ ଏବଂ ଡାଲମା, ମଙ୍ଗଳ ଏବଂ ଶୁକ୍ରବାର ରେ ଭାତ ସହ ସୋୟାବିନ ଆଳୁ ତରକାରୀ, ସେହିଭଳି ବୁଧବାର ଏବଂ ଶନିବାର ରେ ଭାତ ସହ ଅଣ୍ଡା ଆଳୁ ତରକାରୀ ଦେବାର ବ୍ୟବସ୍ଥା ରହିଛି। ହେଲା ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ କେବଳ ଚାଉଳ ବଣ୍ଟନ କରି ଅନ୍ୟ ସାମଗ୍ରୀ ର ଜିନିଷ ବା ଟଙ୍କା ନଦେବାକୁ କେତେକ ଅଭିଭାବକ ନା ପସନ୍ଦ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ମଧ୍ୟାହ୍ନ ଭୋଜନ ଟଙ୍କା ଆସିନାହିଁ। ଆସିଲା ପରେ ପିଲାମାନଙ୍କ ଅଭିଭାବକ କୁ ବଳକା ସାମଗ୍ରୀ ର ଟଙ୍କା ମଧ୍ୟ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି। ଯଦି ଟଙ୍କା ଆସିନାହିଁ ତାହା ହେଲେ ତରବରିଆ ଭାବେ କେବଳ ଚାଉଳ ବାଣ୍ଟିଦେବାର ଉଦ୍ଧେଶ୍ୟକଣ ବୋଲି ଚର୍ଚ୍ଚାର ବିଷୟ ହେଇଛି।

nis-ad
Leave A Reply

Your email address will not be published.