ଫୁଲବାଣୀ : ଜାତିସଂଘର ଚିରନ୍ତନ ବିକାଶ ଲକ୍ଷ୍ୟ – ୨୦୩୦ ସହ ଓଡିଶା – ୨୦୩୬ ଏବଂ ଭାରତ – ୨୦୪୭ ପାଇଁ ଏବେ ସବୁଆଡେ ପ୍ରସ୍ତୁତି ଚାଲିଥିବା ବେଳେ ଏସବୁ ଲକ୍ଷ୍ୟ ହାସଲ ଦିଗରେ ସରକାରୀ ଉଦ୍ୟମ ସହ ଗୋଷ୍ଠୀ ଏବଂ ନାଗରୀକ ସମାଜ ଗୁଡିକର ଗୁରୁତ୍ଵପୂର୍ଣ ଭୂମିକା ରହିଛି । ନାଗରୀକ ସମାଜ ବା ସିଭିଲ୍ ସୋସାଇଟି ଅର୍ଗାନାଇଜେସନ୍ ଗୁଡିକର ପ୍ରତ୍ୟକ୍ଷ ସହଯୋଗ ଏବଂ ଗୋଷ୍ଠୀର ଭାଗୀଦାରିତା ବିନା ବିକାଶର ଏହି ଦୂରନ୍ତ ଲକ୍ଷ୍ୟକୁ ହାସଲ କରିବା ସମ୍ଭବ ହେବ ନାହିଁ ବୋଲି ସାତୀ ଦ୍ଵାରା ଆୟୋଜିତ ବାର୍ଷିକ କର୍ମୀସମ୍ମିଳନୀରେ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି ।ରାଜ୍ୟର ଅଗ୍ରଣୀ ସାମାଜିକ ସେବା ଅନୁଷ୍ଠାନ ସ୍ୱାତୀ ଦ୍ଵାରା ଗତ ଦୁଇଦିନ ଧରି ଅନୁଷ୍ଠାନର ବନ୍ଧଗତ ସ୍ଥିତ ସାଧନ କେନ୍ଦ୍ରଠାରେ ଏହାର ବାର୍ଷିକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନ ଦ୍ଵାରା କନ୍ଧମାଳ, ଗଂଜାମ, ଖୋର୍ଦ୍ଧା, ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର କର୍ମୀମାନେ ଯୋଗଦେଇ ଗତ ବର୍ଷର ବିଭିନ୍ନ ସଫଳତା ଓ ଆହ୍ଵାନ ଗୁଡିକ ସଂପର୍କରେ ଆଲୋଚନା କରିଥିଲେ । ସ୍ଵାତି ଦ୍ୱାରା କନ୍ଧମାଳ ଜିଲ୍ଲାରେ ଚାଲିଥିବା ମିଲେଟ ମିଶନ କାର୍ଯ୍ୟକ୍ରମ, ମୂଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍, ସମନ୍ବିତ କୃଷି, ମାତୃ ଓ ଶିଶୁସାସ୍ଥ୍ୟ କାର୍ଯ୍ୟକ୍ରମ, ମା ଗୃହ, ପ୍ରସବ ଯାନ, ଏଡ୍ସ ନିରାକରଣ, ମ୍ୟାଲେରିଆ ନିରାକରଣ, ମାନସିକ ଅସୁସୁଙ୍କ ପାଇଁ କାର୍ଯ୍ୟକ୍ରମ, କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ, ଇ- ଲାଇବ୍ରେରୀ ପରିଚାଳନା ଆଦି ସହ ଗଂଜାମ ଜିଲ୍ଲାରେ ଚାଲିଥିବା ଆମ ଜଙ୍ଗଲ ଯୋଜନା, ବୌଦ୍ଧ ଓ ସୂବର୍ଣ୍ଣପୁର ଜିଲ୍ଲାରେ ଚାଲିଥିବା ପଶୁ ସଂପଦ ବିକାଶ କାର୍ଯ୍ୟକ୍ରମ, ବୌଦ୍ଧ, ଖୋର୍ଦ୍ଧା ଓ କନ୍ଧମାଳ ଜିଲ୍ଲାରେ ଚାଲିଥିବା ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ଏବଂ ସାରା ଓଡିଶାରେ ଚାଲିଥିବା ମହିଳା ହିଂସା ରୋକିବା ନିମନ୍ତେ ଆଇନଗତ ସହାୟତା ଆଦି କାର୍ଯ୍ୟକ୍ରମ ସଂପର୍କରେ କର୍ମୀମାନେ ଆଲୋଚନା କରିଥିଲେ ।
ଏହିସବୁ କାର୍ଯ୍ୟକ୍ରମ ଗୁଡିକ ଦ୍ଵାରା କନ୍ଧମାଳ ଓ ଅନ୍ୟାନ୍ୟ ଜିଲ୍ଲା ଗୁଡିକରେ ଜୀବନଜୀବିକା, ରୋଜଗାର, ଗ୍ରାମ୍ୟ ଭିତ୍ତିଭୂମି , ଶିକ୍ଷା ଓ ସାସ୍ଥ୍ୟ ଆଦିରେ କିପରି ପରିବର୍ତ୍ତନ ଆସି ପାରିଛି ଏବଂ ମହିଳା ସଶକ୍ତିକରଣ, ଯୁବ ସଂଗଠନ, ଉଦ୍ୟୋଗ ବିକାଶ ଆଦିରେ କିପରି ଉନ୍ନତୀ ହୋଇ ପାରିଛି ସେ ସଂମ୍ପର୍କରେ ତର୍ଜମା କରିଥିଲେ ।ପ୍ରଥମ ଦିନ ମୂଖ୍ୟ ଅତିଥି ଭାବେ ଫୁଲବାଣୀ ଆକ୍ସନ ଗ୍ରୁପ୍ର ଅଧ୍ୟକ୍ଷ ତଥା ନିପିଡିତ ଅନୁଷ୍ଠାନର ସଦସ୍ୟ ସଂମ୍ପାଦକ ରାମଚନ୍ଦ୍ର ଦାଶ ଯୋଗ ଦେଇ ଗୋଷ୍ଠୀର ଦୀର୍ଘସ୍ଥାୟୀ ବିକାଶରେ ସାମାଜିକ ଅନୁଷ୍ଠାନ ଗୁଡିକର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ସେହିପରି ଫିରିଙ୍ଗିଆ ସାସ୍ଥ୍ୟ କେନ୍ଦ୍ରର ଗୋଷ୍ଠି ଜନସାସ୍ଥ୍ୟ ଅଧିକାରି ଡାକ୍ତର ପ୍ରବୋଦ କୁମାର ପ୍ରଧାନ ଜିଲ୍ଲାର ଦୁର୍ଗମ ଅଂଚଳ ଗୁଡିକରେ ମାତୃ ଓ ଶିଶୁ ମୃତ୍ୟୁହାର ରୋକିବାରେ ମା ଗୃହ ଗୁଡିକର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ସ୍ଵାତି ଦ୍ଵାରା ପରିଚାଳିତ ମା ଗୃହ ଗୁଡିକରେ ୭୦୦୦ରୁ ଅଧିକ ମହିଳା ନିରାପଦ ପ୍ରସବ ସେବା ପାଇଥିବା ବେଳେ ପ୍ରସବ ଯାନ ଗୁଡିକ ଦ୍ୱାରା ୨୦୦୦ରୁ ଅଧିକ ମହିଳା ଉପକୃତ ହୋଇ ପାରିଛନ୍ତି । ଫିରିଙ୍ଗିଆ, ଟିକାବାଲି ଓ କ.ନୂଆ ଗାଁ ବ୍ଳକ୍ର ଦୁର୍ଗମ ଗାଁ ଗୁଡିକରେ ମାତୃ ଓ ଶିଶୁ ମୃତ୍ୟୁହାର ବହୁ ପରିମାଣ ରେ କମିବା ସହ ଆନୁଷ୍ଠାନିକ ପ୍ରସବ ହାର ବୃଦ୍ଧି ପାଇଛି ।ତତ୍ସହିତ ବିଶିଷ୍ଟ ଗାନ୍ଧିବାଦୀ ତଥା ସାମାଜିକ କର୍ମୀ ସଫିକ୍ ଭାଇ ଗାନ୍ଧୀ ଦର୍ଶନ ଓ ଗୋଷ୍ଠୀ ସାବଲସନ ସଂପର୍କରେ ଆଲୋଚନା କରିଥିଲେ | ଫିରିଙ୍ଗିଆ ପ୍ରେସ୍କ୍ଲବ୍ର ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇ ସମାଜର ଅବହେଳିତ ବର୍ଗଙ୍କ ବିକାଶରେ ଗଣମାଧମ ପରି ସାମାଜିକ ଅନୁଷ୍ଠାନ ଗୁଡିକର ଗୁରୁତ୍ଵପୂର୍ଣ ଦାୟିତ୍ଵ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ଏଡସ୍ ପରିଚାଳନା ସୁପରଭାଇଜର ଦେବାଶିଷ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମାଜରେ ସୋସିଆଲ୍ ମିଡିଆରେ ପ୍ରଚାରପ୍ରସାର କରି କିପାରି ସାସ୍ଥ୍ୟ ସଚେତନତା କୁ ଗୁରୁତ୍ବ ଦିଆଯିବ ତାହା ସମସ୍ତଙ୍କୁ ବୁଝାଇ ସାମିଲ କରିଥିଲେ ।ସମ୍ମିଳନୀର ପ୍ରଥମ ଦିନ ବିଶିଷ୍ଟ ଗାନ୍ଧୀବାଦୀ ତଥା ସର୍ବୋଦୟ କର୍ମୀ ବିନୋଦ ମହାନ୍ତିଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଥିଲା ।
ପ୍ରୀତିୟ ଦିନରେ ଅପ୍ରେଲ ୨୮ ତାରିଖ କୂଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ଜୟନ୍ତୀ ପାଳନ କରାଯାଇ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ଗ୍ରାମ ଓ ଅଂଚଳ ସ୍ତରରେ ଉଦାହରଣୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ମାନଙ୍କୁ ସାତୀ ଦ୍ଵାରା ସମ୍ମାନୀତ କରାଯିବା ସହ ଅନୁଷ୍ଠାନର ପୁରୁଖା କର୍ମୀ ମାନଙ୍କୁ ସେମାନଙ୍କ ଅବଦନ ପାଇଁ ସମ୍ମାନୀତ କରାଯାଇଥିଲା ।ଚଳିତ ବର୍ଷ ସ୍ଵାତି ଏହାର ରୌପ୍ୟ ଜୟନ୍ତୀ ବର୍ଷ ପାଳନ କରୁଥିବାର ଅନୁଷ୍ଠାନକୁ ଦୀର୍ଘ ୨୫ ବର୍ଷ ଧରି ସହଯୋଗ କରି ଆସିଥିବା ଏବଂ ଏହାସହ ସାମିଲ୍ ରହିଥିବା ସମସ୍ତଙ୍କୁ ଅନୁଷ୍ଠାନର ସଂପାଦକ ଇ. ହରିଶଙ୍କର ରାଉତ କୃତଜ୍ଞତା ଜଣାଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ ସମ୍ମିଳନୀକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରଦୀପ କୁମାର ସାଇଁ, ବିଶ୍ୱ ରଞ୍ଜନ କର, ଆଲୋକ ସାମନ୍ତରାୟ ଓ ଶିବସୁନ୍ଦର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।