ଫୁଲବାଣୀ ପୌରାଞ୍ଚଳରେ ଵିଜେଡିର ପ୍ରଚାର ଆରମ୍ଭ

ଫୁଲବାଣୀ :ଆଜି ଫୁଲବାଣୀ ପୌରାଞ୍ଚଳରେ ବିଜୁ ଜନତାଦଳ (ଵିଜେଡି)ର ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି। କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକା ପ୍ରାର୍ଥୀ ଜୟଶ୍ରୀ କହଁର ଏକ ବିଶାଳ ଵାଇକ ଶୋଭାଯାତ୍ରାରେ ଫୁଲବାଣୀ ସହରର ମାଦିକୁନ୍ଦା ଛକରୁ ବାହାରି ବିଜୁ ପଟ୍ଟନାୟକ ଛକ, କୋର୍ଟ ଛକ ଓ ଜଗନ୍ନାଥ ମନ୍ଦିର ଛକ ଦେଇ ପୌରାଞ୍ଚଳର ବିଭିନ୍ନ ୱାର୍ଡ ପରିକ୍ରମା କରି ପଥ ପ୍ରାନ୍ତ ସଭା ମାଧ୍ୟମରେ ଲୋକଙ୍କୁ ଭୋଟରଙ୍କୁ ଭୋଟ ଭିକ୍ଷା କରି ଥିଲେ। ଶ୍ରୀ ସାମନ୍ତ ଓ ଶ୍ରୀମତୀ କହଁର ପ୍ରଥମେ ବିଜୁ ପଟ୍ଟନାୟକ ଛକଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରେ ଆୟୋଜିତ ଏକ ପଥପ୍ରାନ୍ତ ସଭାରେ ଉଦବୋଧନ ଦେଇ ଶ୍ରୀ ସାମନ୍ତ କହିଥିଲେ, ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ପ୍ରଗତିର ରଥ ଆଗେଇ ଚାଲିଛି। ଓଡିଶାକୁ ଭାରତର ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ନିମନ୍ତେ ସମସ୍ତେ ଆଶୀର୍ବାଦ ପ୍ରଦାନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଫୁଲବାଣୀ ସହରକୁ ଏକ ଉନ୍ନତ ସହରରେ ପରିଣତ କରିବା ସହ କନ୍ଧମାଳ ଜିଲ୍ଲାକୁ ଏକ‌ ଉନ୍ନତ ଜିଲ୍ଲାରେ ପରିଣତ କରିବାକୁ ଆମେ ସଂକଳ୍ପବଦ୍ଧ ବୋଲି ଶ୍ରୀ ସାମନ୍ତ କହିଥିଲେ। ଉଭୟ ସାଂସଦ ପ୍ରାର୍ଥୀ ଓ ଫୁଲବାଣୀ ବିଧାୟିକା ପ୍ରାର୍ଥୀଙ୍କୁ ସହଯୋଗ ଓ ସମର୍ଥନ ଯୋଗାଇ ଦେବା ସହ ଶଙ୍ଖ ଚିହ୍ନରେ ଉଭୟଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ। ଏହି ବାଇକ୍ ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା କନ୍ଧମାଳ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ବିଜୟ ନାୟକ, ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ସରୋଜ କର୍ଣ୍ଣ, ମହିଳା ବିଜେଡ଼ି ରାଜ୍ୟ ସାଧାରଣ ସଂପାଦିକା ପୁନମ କହଁର, ବିଜେଡ଼ି ନେତା କମଳାକାନ୍ତ ପାଣ୍ଡେ, ଶିବ ତ୍ରିପାଠୀ, ଫୁଲବାଣୀ ପୋୖର ପରିଷଦ ଉପାଧ୍ୟକ୍ଷା ପାୟଲ ବେହେରାଙ୍କ, ନଗର ସଭାପତି ବିମଳ ପାଢ଼ୀ, ବିଜେଡ଼ି କର୍ମୀ ତଥା ସାମାଜସେବୀ ରାଧାମୋହନ ମହାପାତ୍ର ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ। ଏହି ଵାଇକ ଶୋଭାଯାତ୍ରାରେ ଫୁଲବାଣୀର 13 ଟି ୱାର୍ଡ ରୁ ଶତାଧିକ ମୋଟର ସାଇକେଲ ସାମିଲ ହୋଇଥିଲା।

nis-ad
Leave A Reply

Your email address will not be published.