ନାମାଙ୍କନ ପତ୍ର ଦାଖଲ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ନେଇ ଗଞ୍ଜାମ ପୋଲିସ ପ୍ରଶାସନର ତତ୍ପରତା…

ଛତ୍ରପୁର : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଓ ତାଙ୍କରି ନାମାଙ୍କନ ପତ୍ର ଦାଖଲ କୁ ନେ଼ଇ ଗଞ୍ଜାମ ପୋଲିସ ଜିଲ୍ଲା ପ୍ରଶାସନର ପ୍ରାକ୍-ପ୍ରସ୍ତୁତି ସୋମବାର ସନ୍ଧ୍ୟାରେ ଆରମ୍ଭ ହୋଇଛି । ଏହି କ୍ରମେ ଗଞ୍ଜାମ ଏସପି ଶ୍ରୀ ଜଗମୋହନ ମୀନା ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ‘ ହେଲିକପ୍ଟର ଯୋଗେ ଆସି ମଙ୍ଗଳବାର ଦିବା ୧୧ ଘଣ୍ଟାରେ ମା’ ତାରାତାରିଣୀ ଙ୍କ ଦର୍ଶନ ସାରି ନବୀନ ବାବୁ ଛତ୍ରପୁର ଉପ-ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିବେ । ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତ୍ରପୁର ଉପ-ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀଙ୍କ ଠାରେ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ପରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ । ହେଲିକପ୍ଟର ଯୋଗେ ଆସି ଛତ୍ରପୁର ଅନସ୍ଲୋ ହାଇସ୍କୁଲ ପଡ଼ିଆରେ ଅବତରଣ କରିବେ ଏବଂ ସ୍ଥାନୀୟ ସର୍କିଟ ହାଉସ୍ କୁ ଯାଇ ସେଠାରୁ ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି । ଛତ୍ରପୁର ଠାରେ ଶୃଙ୍ଖଳା ବ୍ୟବସ୍ଥା ଓ ପହରା ବ୍ୟବସ୍ଥା କରାଯିବା ନେଇ ୧୬ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଉଥିବା ଜଣାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ, ପରିକ୍ରମଣ ସ୍ଥାନ, ଅଞ୍ଚଳ ଏଵଂ ସଦର ମହକୁମା ଛତ୍ରପୁରର ଲୱେର ବସଷ୍ଟାଣ୍ଡ ପରିସର ଉପ- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଦି ସ୍ଥାନ ର ସ୍ଥିତି ପରଖିବା ସାଂଗକୁ ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ୍-ପତ୍ର ଦାଖଲ ବେଳେ ସୁରୁଖୁରେ ସମ୍ପନ୍ନ ହେବ ସେ ଦିଗରେ ପ୍ରଶାସନ ବିଶେଷ ଧ୍ୟାନ ଦେଇଛି । ଯେପରି ଶୃଙ୍ଖଳିତ ଭାବେ ଏହି କାର୍ଯ୍ୟ ପରିଚାଳିତ ହେବ ସେ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ବାହିନୀ ର ମୁତୟନ କରାଯାଉଥିବା ସାଂଗକୁ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଖୁବ୍ କଡାକଡି କରାଯାଇଛି । ବିହିତ ପଦକ୍ଷେପ ଗ୍ରହଣ କରାଯିବା ଦିଗରେ ପୋଲିସ ପ୍ରଶାସନ ଉଦ୍ୟମ ଜାରୀ ରଖିଛି ।

nis-ad
Leave A Reply

Your email address will not be published.