ଛତ୍ରପୁର ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ଭାଗିରଥି ବେହେରାଙ୍କ ନାମାଙ୍କନ ପତ୍ର ଦାଖଲ

ଛତ୍ରପୁର : ଛତ୍ରପୁର ବିଧାନସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ବୁଧବାର ବରିଷ୍ଠ ସମାଜସେବୀ ଭାଗିରଥି ବେହେରା ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ପୁତି ଗୋପାଳପୁର ଠାରୁ ଶହ ଶହ ସମର୍ଥକ ମାନଙ୍କ ସହ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ l ସେଠାରେ ଛତ୍ରପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ ଅଫିସର ଦେବଦତ୍ତ ମହାନ୍ତ ଙ୍କ ନିକଟରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ଏହି ଅବସର ନିର୍ବାଚନ ମଣ୍ଡଳୀରେ ଶହ ଶହ ମହିଳା, ଯୁବ,ଛାତ୍ର, ଛାମୁଆନେତା ଓ କର୍ମୀ ଏବଂ ପୁରୁଣା କଂଗ୍ରେସ ନେତା ଉପସ୍ଥିତ ଥିବା , ଏଣୁ ଦଳୀୟ ନେତା ଓ କର୍ମୀ ଙ୍କ ମହଲ ରେ ବେଶ ଖୁସି ଥିବା ଦେଖିବାକୁ ମିଳିଛି |

nis-ad
Leave A Reply

Your email address will not be published.