ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ ପାଇଁ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା

ଫୁଲବାଣୀ : ଜିଲ୍ଲା ନିର୍ବାଚନ ଅଧିକାରୀ -ତଥା- ଜିଲ୍ଲାପାଳ, କନ୍ଧମାଳ ଆଶିଷ ଇଶ୍ୱର ପାଟିଲ୍ ଆଜି ସଦ୍‌ଭାବନା ସଭାଗୃହରେ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁଯାୟୀ କନ୍ଧମାଳ ଜିଲ୍ଲାରେ ପଞ୍ଚମ ପର୍ଯ୍ୟାୟ ଅନୁଯାୟୀ ମତଦାନ ହେବ। ତା.୨୬.୦୪.୨୦୨୪ରିଖରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶନ ହେବ । ତା.୦୩.୦୫.୨୦୨୪ରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବ। ତା.୦୬.୦୫.୨୦୨୪ରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇପାରିବ ଏବଂ ତା.୨୦.୦୫.୨୦୨୪ ରିଖ ଦିନ ମତଦାନ ହେବ। ତେବେ ମତଦାନ ଓ ଭୋଟ ଗଣନାର ଅବ୍ୟବହିତ ପୂର୍ବରୁ ଶ୍ରୀ ପାଟିଲ୍ ସାଧାରଣ ନିର୍ବାଚନ- ୨୦୨୪ ପାଇଁ ନିଯୁକ୍ତ ହୋଇଥିବା ସମସ୍ତ ନୋଡାଲ ଅଧିକାରୀ, ସମସ୍ତ ଉପଜିଲ୍ଲାପାଳ, ସମସ୍ତ ରିଟର୍ଣ୍ଣିଂ ଅଫିସର, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ସହକାରୀ କର୍ମଚାରୀ
ସମସ୍ତ ତହସିଲ୍ଦାର, ଆକାଉଣ୍ଟି ଟିମ୍, ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଟିମ୍, ସ୍ଟାଟିକ୍ ସର୍ଭେଲାନ୍ସ ଟିମ୍, ଭିଡିଓ ସର୍ଭେଲାନ୍ସ ଟିମ୍, ଭିଡିଓ ଭ୍ୟୁଇଙ୍ଗ୍ ଟିମ୍, ସହକାରୀ ବ୍ୟୟ ପର୍ଯ୍ୟବେକ୍ଷକ ଟିମ୍‌ର ସଦସ୍ୟ/ସଦସ୍ୟା ମାନଙ୍କୁ ନେଇ ଆଭାସୀ ମାଧ୍ୟମରେ ଏକ ବୈଠକ କରିଛନ୍ତି ।

ଜିଲ୍ଲାର ସମସ୍ତ ରିଟର୍ଣ୍ଣିଂ ଅଫିସରମାନଙ୍କୁ ୨୬ ତାରିଖ ଦିନ ଫର୍ମ- ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି, ଆଜି ସଂନ୍ଧ୍ୟା ସୁଦ୍ଧା ପୋଷ୍ଟାଲ ବାଲାଟ୍ ପାଇଁ ଆବେଦନ ପତ୍ର ପୂର୍ବରୁ ପଠାଯାଇଥିବା ସଂଶୋଧିତ ଫର୍ମାଟରେ ପୂରଣ କରି ଦାଖଲ କରିବାକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ସମୁଦାୟ ୩୯୫ ଗୋଟି ୱେବ୍‌ କାଷ୍ଟିଙ୍ଗ ବୁଥ୍ ପାଇଁ କ’ଣ ସବୁ ଆବଶ୍ୟକ‌ତା ରହିଛି ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଜଣାଇବାକୁ ପରାମର୍ଶ ଦେଇଥିଲେ। ୱେବ୍‌ କାଷ୍ଟିଙ୍ଗ ଏଜେନ୍ସି କାମରେ ସହଯୋଗ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ନିର୍ବାଚନ ପର୍ଯ୍ୟବେକ୍ଷକ ମାନଙ୍କ ପାଇଁ ହେବାକୁ ଥ‌ିବା ସମସ୍ତ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଗଠିତ ହୋଇଥିବା ବିଭିନ୍ନ ଟିମ୍‌ର ସଦସ୍ୟ ସଦସ୍ୟାମାନେ ସେମାନଙ୍କ ଦାୟିତ୍ବକୁ ସୁଚାରୁରୂପେ ତୁଲାଇବାକୁ ପରାମର୍ଶ ଦେଇଥିଲେ । ଆଦର୍ଶ ଆଚରଣ ବିଧ‌ି, ବାଲାଟ ପେପର ଛପା କାର୍ଯ୍ୟ, ଭୋଟର ତାଲିକା ଯାଞ୍ଚ କରିବା, ଭୋଟ ଗଣତି ପାଇଁ ନୋଡାଲ ଅଧିକାରୀ ନିଯୁକ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲ୍ଦାର ଏବଂ ସେକ୍ଟର ଅଫିସରଙ୍କ ଉପସ୍ଥିତିରେ କମିସନିଂ, ୭୦ ବର୍ଷ ଓ ୮୦ ବର୍ଷ ବୟସର ଭୋଟର ମାନଙ୍କ ସୁବିଧା ନିମନ୍ତେ ସ୍ଵେଚ୍ଛାସେବୀ ନିଯୁକ୍ତି ଉପରେ ଆଲୋଚନା କରିଥିଲେ।
ଉକ୍ତ ସମୀକ୍ଷା ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଅଶୋକ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ (ନିର୍ବାଚନ) ରମେଶ ଚନ୍ଦ୍ର ଜେନା, ଉପ-ଜିଲ୍ଲାପାଳ ବାଲିଗୁଡ଼ା ଡା.ରୀନା ପ୍ରଧାନ, ଉପ-ଜିଲ୍ଲାପାଳ, କନ୍ଧମାଳ ଚିତ୍ତରଞ୍ଜନ ମହନ୍ତ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ସୁଶ୍ରୀ ଦେବାଯାନୀ ଭୁୟାଁ, ଡେପୁଟି କଲେକ୍ଟର, ନିର୍ବାଚନ ଡି. ମାଲେଶ୍ଵର ପାତ୍ରଙ୍କ ସମେତ ନିର୍ବାଚନ ସହିତ ସଂଶ୍ଲିଷ୍ଟ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.