କନ୍ଧମାଳ ଜିଲ୍ଲାର ପ୍ରଥମ ଔଷଧ ବ୍ୟବସାୟୀଙ୍କ ପରଲୋକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର ମସୁର ବ୍ୟବସାୟୀ ସ୍ଵର୍ଗତ ଗୁରୁମୂର୍ତ୍ତୀ ପାତ୍ରଙ୍କ ଚତୁର୍ଥ ପୁତ୍ର ଟି.ଇସେଶ୍ଵର ରାଓ ପାତ୍ରଙ୍କ ୮୨ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଯାଇଛି l
ପ୍ରକାଶ ଥାଉ କି ସ୍ଵର୍ଗତ ପାତ୍ର କନ୍ଧମାଳ ଜିଲ୍ଲାର ପ୍ରଥମ ଔଷଧ ବ୍ୟବସାୟୀ ଥିଲେ l ଆଜକୁ ପଚାଶ ବର୍ଷ ତଳେ ପ୍ରଥମ କରି ଫୁଲବାଣୀ ଠାରେ ପାତ୍ର ଫାର୍ମାସିଟିକାଲ ଏଜେନ୍ସିଏସ କରି ସୁଲଭ ମୂଲ୍ୟରେ ସମଗ୍ର ଜିଲ୍ଲାରେ ଔଷଧ ବିତରଣ କରୁଥିଲେ l ସହରରେ ଅଧିକାଂଶ ଲୋକ ମେଡିକାଲକୁ ନ ଯାଇ ତାଙ୍କ ଔଷଧ ଦୋକାନରୁ ଔଷଧ ଆଣି ଖାଇ ଭଲ ହେଇଯାଉ ଥିଲେ । ବେଳେ ବେଳେ ଗରୀବ ଲୋକଙ୍କୁ ମାଗଣା ଔଷଧ ଦେଉଥିଲେ । ଏଥି
ସହିତ ଦୁଃଖୀରଙ୍କିଙ୍କୁ ମନ ଜାଣି ଆର୍ଥିକ ସାହାର୍ଯ୍ଯ କରୁଥିଲେ l ତାଙ୍କ ଘର ଦୁଆରୁ କେହି କେବେ ଖାଲି ହାତରେ ଫେରୁ ନଥିଲେ ବୋଲି କିଛି ଲୋକଙ୍କୁଠୁ ଶୁଣିବାକୁ ମିଳୁଛି l ତାଙ୍କର ଶେଷ ଦର୍ଶନ ଲାଗି ପ୍ରବଳ ଭିଡ ଜମିଥିଲା l ସେ ଜଣେ ଧର୍ମ ପରାୟଣ,ସଚ୍ଚୋଟ, ପରୋପକାରୀ, ମିଷ୍ଟଭାଷୀ, ମେଳାପୀ ପ୍ରକୃତିର ଲୋକ ଥିଲେ।ତାଙ୍କର ବିୟୋଗ ରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

nis-ad
Leave A Reply

Your email address will not be published.