ବିଜେପିରେ ଯୋଗଦେଲେ ବିଜେଡିର ବହୁ କାର୍ଯ୍ୟକର୍ତ୍ତା

ବ୍ରହ୍ମପୁର : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନା ସହ ମୋଦିଙ୍କ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ଗୁରୁମନ୍ତ୍ରରେ ଅନୁପ୍ରାଣିତ ହୋଇ କମାପଲ୍ଲୀ ଅଞ୍ଚଳ ୱାର୍ଡ଼ ନଂ ୩୪ ର ବିଜୁ ଜନତା ଦଳର ବହୁ କାର୍ଯ୍ୟକର୍ତ୍ତା ବିଜେପିର ଯୁବ ନେତା ଆଶିଷ ଦାସଙ୍କ ନେତୃତ୍ବରେ ଆଜି ବିଧିବଦ୍ଧ ଭାବେ ବିଜେପି ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାରଙ୍କ ଉପସ୍ଥିତିରେ ବିଜେଡ଼ି ନେତା ଡ଼ି.କାହ୍ନା ପାତ୍ର,ପି.ମୋହନ,ରମେଶ ରେଡ଼ୀ,କେ.ସୁଦର୍ଶନ ଦାସ,ଶ୍ରୀକାନ୍ତ ପଣ୍ଡିତ,ରାମ ସାହୁ,ମହୋନ ପାତ୍ର,ସୁରଜ ନାୟକ,ବଳରାମ ପାତ୍ର,ନିତେନ୍ଦ୍ର ମହାନ୍ତି,ଟି.ଭୀମ ପାତ୍ର,ସୁଭମ ମହାରଣା,ତୁଷାର ରାଓ,ଏସ୍ ମହୋନ ରେଡ଼ୀ,ଓମ୍ ପାତ୍ର,ପି.ସୁନିଲ ପାତ୍ର,କିରଣ ରେଡ୍ଡୀ ପ୍ରମୁଖଙ୍କ ସମେତ ବହୁ ବିଜେଡ଼ି କାର୍ଯ୍ୟକର୍ତ୍ତା ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ନିର୍ବାଚନୀ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି । ଏମାନଙ୍କୁ ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାର ଦଳୀୟ ଉପଢ଼ୌକନ ଦେଇ ଦଳରେ ସ୍ୱାଗତ କରିଥିଲେ । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣ କରିବାକୁ ଆଜି ଅପରାହ୍ନରେ ବ୍ରହ୍ମପୁର ମହାନଗର ୱାର୍ଡ଼ ନଂ ୨ ର ଗତ ପୈାର ନିର୍ବାଚନରେ ସ୍ୱାଧୀନ ଭାବେ ଲଢ଼ିଥିବା ଟାଣୁଆ ନେତା ଗୋପାଳ ରଥ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଜିଲ୍ଲା ସଭାପତିଙ୍କ ସମେତ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାର ଗୋପାଳ ରଥଙ୍କୁ ଦଳୀୟ ଉପଢ଼ୌକନ ସହ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ବିଧାନସଭା ପ୍ରଭାରୀ ରାମ ପ୍ରସାଦ ସାମଲ,ବ୍ରହ୍ମପୁର ବିଧାନସଭା ସଂଯୋଜକ ପ୍ରଭାତ କିରଣ ଷଡ଼ଙ୍ଗୀ,ବରିଷ୍ଠ ନେତା ପିତବାସ ପଣ୍ଡା,ପୂର୍ବତନ କର୍ପୋରେଟର ଅଶୋକ ଶୁକ୍ଳା,ଜଗଦୀଶ ରାଓ,ଟି.ଗୋପି,ବଦ୍ରି ନାୟକ,ରଞ୍ଜିତ ପଟ୍ଟନାୟକ,ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ସୁଶାନ୍ତ ସାମଲ ପ୍ରମୁଖ ନେତା ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.