ଶାଳପର୍ଣ୍ଣୀ ସାହିତ୍ୟ ସଂସଦର ଆଭାସୀ ମାସିକ ସାହିତ୍ୟ ଆସର ଭାଗ-୮

ଫୁଲବାଣୀ : ଶାଳପର୍ଣ୍ଣୀ ସାହିତ୍ୟ ସଂସଦର ଅଷ୍ଟମ ଆଭାସୀ ସାହିତ୍ୟ ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏକ ମନୋରମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଆମ କନ୍ଧମାଳର ଗୌରବ ଟାଡିସରୁ ବାଈ( ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ) ଯୋଗଦେଇଥିଲେ।ସେ ନୀରକ୍ଷର ହେଇଥିଲେ ମଧ୍ୟ ଦୈବୀ କୃପାରୁ ବିଭୂବାଣୀ ପ୍ରକାଶ କରି ଖ୍ୟାତି ଅର୍ଜନ କରିଛନ୍ତି।ପୂର୍ଣ୍ଣମାସୀ ଯାନୀଙ୍କ କଣ୍ଠରେ ଭକ୍ତି ଗୀତିକା ଏକ ବିସ୍ମୟ।ସେ ଖଜୁରୀପଡା ବ୍ଳକ ଅନ୍ତର୍ଗତ ଦଳପଡା ଠାରେ ୨୮/୦୩/୧୯୪୨ ମସିହାରେ ଜନ୍ମଗ୍ରହଣ କରନ୍ତି।ପିତା ନୀଳକଣ୍ଠ ଯାନୀ, ମାତା ରାଣୀ ମତି ଏକମାତ୍ର କନ୍ୟା ଅଟନ୍ତି।ସମୟ କ୍ରମେ ସେ ଚାରିପଡା ନୀବାସି ଆରାଧନା ଯାନୀ ଙ୍କୁ ପାରମ୍ପରିକ ଭାବେ ବିବାହ କରନ୍ତି। ପୂର୍ଣ୍ଣମାସୀରୁ ଟାଡିସରୁ ବାଈ ନାମରେ ନାମିତ ହେବା ଏକ ଅଲୈ।କିକ ଏବଂ ବିସ୍ମୟ।
ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ଡ.ବିରଞ୍ଚି ନାରାୟଣ ସାହୁ ଅତିଥି ଙ୍କ ପରିଚୟ ସହ ତାଙ୍କ ଅଲୈ।କିକ ଜୀବନର ଆଲୋଚନାସହ ସନ୍ଧ୍ୟା ଆସରକୁ ଆରମ୍ଭ କରିଥିଲେ।ଅଷ୍ଟମ ଆସରରେ ସଭାପତିତ୍ବ ଦାୟିତ୍ୱ ଶ୍ରୀମତୀ ପ୍ରଭାତୀ ପାତ୍ର (ଅନୁଷ୍ଠାନର ମୁଖ୍ୟ ସମ୍ପାଦିକା) କାର୍ଯ୍ୟ ତୁଲାଇଥିଲେ କରିଥିଲେ।ଅତିଥିଙ୍କ ଦର୍ଶନ ପରେ କବିତା ଆସରକୁ ସରସ ସୁନ୍ଦର କରିବା ପାଇଁ କବିତା ର ସଂଯୋଜନା ଦାୟିତ୍ୱ ତଥା ମଞ୍ଚ ପରିଚାଳନା ଅନୁଷ୍ଠାନର ସହଯୋଗୀ ସଂପାଦିକା ତୁଲାଇଥିଲେ । ଉକ୍ତ ଆସରରେ ଓଡିଶାର ବିଭିନ୍ନ ପ୍ରାନ୍ତର ରୁ ଏବଂ ବାଙ୍ଗାଲୋର କର୍ଣ୍ଣାଟକରୁ ୨୨ଜଣ ଲେଖକ ଲେଖିକା ଯୋଗ ଦେଇ କବିତା ପାଠ କରିଥିଲେବାଙ୍ଗାଲୋରରୁ ଶ୍ରୀମତୀ ପ୍ରଜ୍ଞା ପାରମିତା ସାହୁ,ଓଡ଼ିଶାରୁ ଡକ୍ଟର ମଧୁମିତା ଷଡ଼ଙ୍ଗୀ, ରାକେଶ ମହାନ୍ତି, ଶ୍ରୀମତୀ ସ୍ବାଗତିକା ସାହୁ, ଡ.ହରପ୍ରିୟା ମହାନ୍ତି, ଶ୍ରୀମତୀ ଝୁନା କୁମାରୀ ସାହୁ,ସୈ।ଦାଗର ସିଅ, ସ୍ନେହା ବେହେରା, ରାକେଶ ମହାନ୍ତି, ଶ୍ରୀମତୀ ପୁଷ୍ପିତା ପଟ୍ଟନାୟକ, କାର୍ତ୍ତିକ ସାର, ବିଜୟାଲକ୍ଷ୍ମୀ ବିନ୍ଧାଣି ରତ୍ନ, ତପସ୍ବିନୀ ବେଣୀଆ, ଡ.ଚନ୍ଦ୍ରଶେଖର ଦାସ,ଶ୍ରୀମତି ପ୍ରଭାତୀ ପାତ୍ର,ଆଶିଷ କୁମାର ବେହେରା,ଡ.ବିରଞ୍ଚି ନାରାୟଣ ସାହୁ ଇତ୍ୟାଦି। ଆସରର ପରିସମାପ୍ତିରେ ଶାଳପର୍ଣ୍ଣୀର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଆଶିଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.