ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ମୃତ ଓ ନଅ ଗୁରୁତର

ଉମରକୋଟ : ରଖେ ହରି ମାରେ କିଏ, ଆଉ ମାରେ ହରି ରଖେ କିଏ । ଆଜି ଦିନ ପ୍ରାୟ ତିନିଟା ସମୟରେ ଏକ ଅଟୋ ଯାହାର ନମ୍ବର OD20 F6582 କୁନ୍ଦାଇ ପଟରୁ ୧୨ ଜଣ ପାସେଞ୍ଜର ନେଇ ରାଇଘର ଆସୁଥିବା ବେଳେ ଜୋରେଙ୍ଗା ନୂଆ ଇଲେକ୍ଟ୍ରି ଅଫିସ ତିଆରି ହେବା ଜାଗାରେ ଦୁର୍ଘଟଣାରେ ଅଟୋଟି ଦ୍ବି ଫାଳ ହୋଇ ଯାଇଛି | କିନ୍ତୁ ଅଟୋ ଡ୍ରାଇଭର ଗୋପାଳଙ୍କ ହାତରେ ମାଡ଼ ବାଜି ବାମ ହାତଟି ଭାଙ୍ଗି ଯାଇଛି।
ସୂଚନା ଅନୁସାରେ ଗୋପାଳ ୧୨ ଜଣ ପାସେଞ୍ଜର ନିଜ ଅଟୋରେ ନେଇ ରାଇଘର ଅଭିମୁଖେ ଆସୁଥିବା ବେଳେ ଜୋରେଙ୍ଗାର ନୂଆ ଇଲେକ୍ଟ୍ରି ଅଫିସ ପାଖରେ ପହଞ୍ଚିବା ବେଳକୁ ଆଗ ପଟରୁ ଯାତ୍ରୀବାହି ବସ ଆସୁଥିଲା | ଏହାକୁ ଦେଖି ସେ ନିଜ ସାଇଡରେ ଯିବା ସମୟରେ ଦେଖିବାକୁ ପାଇଥିଲେ ବାସକୁ ଓଭରଟେକ କରି ଏକ ଟ୍ରକ ଯାହାର ନମ୍ବର OD10 D 9332 ହଟାତ ଆସି ଅଟୋକୁ ଏତେ ଜୋରରେ ପିଟିହେଲା | ସେଥିରେ ଅଟୋଟି ଦ୍ବି ଫାଳ ହୋଇଯିବାରୁ ବସି ଥିବା ୧୨ ଜଣଙ୍କ ଭିତରେ ତିନି ଜଣ ସ୍ପଟ ଡେଥ ଓ ନଅ ଜଣ ଛିଟିକି ପରି ଛଟ ପଟ ହେଉଥିଲେ।

ଏହି ଖବର ରାଇଘର ଥାନା ଅଧିକାରୀଙ୍କ ମିଳିବା ପରେ ରାଇଘର ଥାନାର ଏସ ଆଇ ଶ୍ରୀ ମନୋରଞ୍ଜନ ବେହେରା ସଦଳ ବଳେ କାଳ ବିଳମ୍ବ ନ କରି ଘଟଣା ସ୍ଥାନରେ ପହଞ୍ଚି ମାନବିକତା ଦୃଷ୍ଟିରେ ରଖି ସମସ୍ତଙ୍କ ନିକଟସ୍ତ ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜ ପୋଲିସ ଗାଡ଼ିରେ ପହଞ୍ଚାଇଲେ। କିନ୍ତୁ ଡାକ୍ତରଖାନାରେ ଡାକ୍ତର ଦୁଇ ଜଣଙ୍କ ମୃତ ଘୋଷଣା କରି ବାକି ଲୋକଙ୍କ ଚିକିତ୍ସା ଆରମ୍ବ କରିଦେଇଥିଲେ। ଅଟୋରେ ବସି ଥିବା ସମସ୍ତେ ହେଲା ଜଗତ ରାମ କୋସରେ ୫୫ବର୍ଷ, ରୂପମ ବାଇ କୋସରେ ୫୦ ବର୍ଷ, ପ୍ରୋଫୁଲ୍ୟ ସେନ ୩୫ବର୍ଷ, ଉମା ବଞ୍ଜାରା ୨୦ ବର୍ଷ, ଲେଖିକା ସେନ ୯ ବର୍ଷ, ଯୁଗଳ କିଶୋର ସେନ ୬ବର୍ଷ, ଚାନ୍ଦା ସତନାମୀ ୪୦ ବର୍ଷ(ମୃତ) ପଵନ ତଣ୍ଡନ ୪୨ (ମୃତ ) ଉର୍ବସି ବଞ୍ଜାରେ ୫୫ବର୍ଷ, ଲଳିତା ପଟେଲ ୨୫ ବର୍ଷ, ମୃତ ଆଉ ଜଣଙ୍କ ପରିଚୟ ମିଳି ପାରିନାହିଁ। ପ୍ରୋଫୁଲ୍ୟ ସେନ ୩୫, ଯୁଗଳ କିଶୋର ସେନ ୬, ଉମା ବଞ୍ଜରା ୨୦ ଏର ଅବସ୍ଥା ସଙ୍କଟାପୂର୍ଣ୍ଣ ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଣ ଥିବ କହି ହେବ ବୋଲି ପ୍ରାଥମିକ ସୂତ୍ରରୁ ଜଣା ପଡ଼ିଛି।ଉଲ୍ଲେଖ ଥାଉ ଟ୍ରକ ଡ୍ରାଇବାର ଘଟଣା ଘଟାଇ ଫେରାର ହୋଇଯାଉଥିବା ବେଳେ ଲୋକ ମାନେ ପାଟି କରିବାରୁ ଘଟଣା ଘଟାଇଥିବା ସ୍ଥାନରୁ ଆନୁମାନିକ ୨୦୦ ମିଟର ଆଗରେ ଗାଡି ଛାଡି ଫେରାର ହୋଇ ଯାଇଛନ୍ତି। ଖବର ଲେଖିବା ସମୟରେ ରାଇଘର ଥାନା ଏସ ଆଇ ମନୋରଞ୍ଜନ ବେହେରା ଏହାକୁ ଗୁରତର ସହିତ ନେଇ ଛାନବିନ ଜାରି ରଖିଛନ୍ତି।

nis-ad
Leave A Reply

Your email address will not be published.