ଦିନିକିଆଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦେଶକ ଅରୁଣ ଷଡ଼ଙ୍ଗୀ

ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ସମ୍ମିଳନୀ କକ୍ଷରେ କଲେ ସମୀକ୍ଷା…

ବ୍ରହ୍ମପୁର : ଆସନ୍ତା ସାଧାରଣ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳା ର ସହିତ ସମାପନ ହୋଇ ପାରିବ ସେ ନେଇ ସମୀକ୍ଷା କରିଥିଲେ ରାଜ୍ୟ ପୋଲିସ ମହା ନିର୍ଦେଶକ ଅରୁଣ ଷଡ଼ଙ୍ଗୀ । ଅବାଧ, ନିରପେକ୍ଷ ନିର୍ବାଚନ ସହିତ ଅପରାଧୀ ମାନଙ୍କ ଉପରେ ତିଖଣ ନଜର ଏବଂ ୱାରେଣ୍ଟ ବଳରେ ସମସ୍ତ ଅପରାଧୀଙ୍କୁ ଗିରଫ କରିବାକୁ ନେଇ ଆଲୋଚନା କରିଥିଲେ । ଏଥି ସହିତ ସମ୍ବେଦନଶୀଳ ବୁଥ ରେ କିଭଳି ଅଧିକା ଗୁରୁତ୍ୱ ଦିଆଯିବ ସେ ନେଇ ଆଲୋଚନା କରିଥିଲେ।ନସ୍କଲ ପ୍ରବଣ ଅଞ୍ଚଳରେ କିପରି ଅଧିକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ, ଏଥିପ୍ରତି ଦୃଷ୍ଟି ଦେବାକୁ ଏସ.ପି ମାନଙ୍କୁ କହିବା ସହିତ ନିର୍ବାଚନ ସମୟରେ ସାଇବର ଠକେଇ ଠାରୁ ଦୂରେଇ ରହିବା, ବେଆଇନ ଗଞ୍ଜେଇ ଚାଲାଣ, ଏବଂ ବେଆଇନ ମଦ କାରବାର ଉପାରେ କଡା ନଜର ରଖାଯାଇଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ, ଏବଂ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବଳି ଡିଜିପି ଶ୍ରୀ ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଅବସରରେ ଅତିରିକ୍ତ ଡିଜିପି ସଞ୍ଜୟ କୁମାର, ଦେବଦତ୍ତ ସିଙ୍ଗ, ଗୁଇନ୍ଦା ଆଇଜି ଅନୁପ ସାହୁ, ଡ଼ିଆଇଜି କାନୱାର ବିଶାଳ ସିଙ୍ଗ, ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଜେ ଏନ ପଙ୍କଜ, ଗଞ୍ଜାମ ଏସ୍‌ପି ଜଗମୋହନ ମୀନା, ବ୍ରହ୍ମପୁର ଡିଆଇଜି ଡା ସାର୍ଥକ ଷଡ଼ଙ୍ଗୀ, କନ୍ଧମାଳ ଏସ୍‌ପି ସୁଭେନ୍ଦୁ ପାତ୍ର, ବୌଦ୍ଧ ଏସ୍‌ପି ରାଜ୍ ପ୍ରସାଦ, ଗଜପତି ଏସ୍‌ପି ଏସ୍.ସ୍ବାତୀ କୁମାରଙ୍କ ନେଇ ଏହି ସମୀକ୍ଷା ହୋଇଥିଲା । ଏସ୍‌ପି ମାନେ ନିଜ ଅଞ୍ଚଳର ଅପରାଧ ଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ପୁଲିସ ଡ଼ିଜିପିଙ୍କୁ ଅବଗତ କରି ଥିଲେ । ନିର୍ବାଚନକୁ ନେଇ କୌଣସି ଅପ୍ରୀତକର ପରିସ୍ଥିତି କୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀଯୁକ୍ତ ଷଢଙ୍ଗୀ ଆଜି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି |

nis-ad
Leave A Reply

Your email address will not be published.