ଫୁଲବାଣୀ : ସୁସ୍ଥ ଓ ନିରୋଗ ଶିଶୁ ସମାଜ ଓ ଦେଶର ପ୍ରଗତିରେ ଏକ ମୂଲ୍ୟବାନ ଭୁମିକା ଗ୍ରହଣ କରନ୍ତି । ଓଡିଶାରେ କମ ଓଜନର ନବଜାତ ଶିଶୁ ଜନ୍ମ ହାର କମାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରି କରୁଛନ୍ତି । ତଥାପି କିଛିଗୁଡିଏ ଅନ୍ଧବିଶ୍ଵାସ ଓ କୁସଂସ୍କାର ଯୋଗୁଁ ଅପହଞ୍ଚ ଅଂଚଳରେ କମ୍ ଓଜନର ଶିଶୁ ଜନ୍ମ ହେବାର ଦୃଷ୍ଟିଗୋଚର ହେଉଛି । ଏହାର କାରଣ ଜାଣିବା ପାଇଁ କନ୍ଧମାଳ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଅଗ୍ରଣୀ ସ୍ଵଚ୍ଛାସେବୀ ଅନୁଷ୍ଠାନ ସ୍ବାତୀ ମାଧ୍ୟମରେ ଏକ ସର୍ବେକ୍ଷଣ ଫିରିଙ୍ଗିଆ, ଫୁଲବାଣୀ ଓ ଖଜୁରିପଡା ବ୍ଳକରେ ଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରି ଡା. ମନୋଜ କୁମାର ଉପାଧ୍ୟାୟ ଅଧ୍ୟକ୍ଷତା କରିଥିଲେ । ସର୍ବେକ୍ଷଣରୁ ଆସିଥିବା ନିର୍ଯାଶ ଗୁଡିକୁ ଆଜି ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଉପସ୍ଥାପନ କରଯାଇଥିଲା l ଜିଲ୍ଲା ଉପଖଣ୍ଡ ସ୍ତରିୟ ଚିକିତ୍ସାଳୟ ବାଲିଗୁଡା ର ଅଧକ୍ଷ ଡା.ଏସ. କେ. ସାହୁକାର, ଏ.ଡି.ପି.ଏଚ୍.ଓ ଡା. ପ୍ରଶ୍ନ କୁମାର ତ୍ରିପାଠୀ , ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. କଲ୍ୟାଣୀ ମିଶ୍ର ଓ ବରିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଅଭୟ ପଟ୍ଟନାୟକ ଉପସ୍ଥିତ ରହି ଗ୍ରାମ ସ୍ତରରେ କିପରି ମାତୃ ଓ ଶିଶୁ ସ୍ଵାସ୍ଥ୍ୟ ସଠିକ ରୁପେ ପରିଚାଳନା ହୋଇପାରିବ ସେହି ଦିଗରେ ମତା ମତ ରଖିଥିଲେ । ଏଥି ସହ ଅନୁଷ୍ଠାନର ସଂମ୍ପାଦକ ହରିଶଙ୍କର ରାଉତ ସର୍ବେକ୍ଷଣର ଲକ୍ଷ ଓ
ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ପ୍ରକଳ୍ପ ପରିଚାଳକ ପ୍ରଦିପ କୁମାର ସ୍ବାଇଁ ଏକ ସଂକ୍ଷିପ୍ତ ଭିଡିଓ ଉପସ୍ଥାପନ କରିଥିଲେ ।
କର୍ମଶାଳା ରେ ଜିଲ୍ଲାର ସମସ୍ତ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଜନ ସ୍ବାସ୍ଥ୍ୟ ସହ ବିସ୍ତୃତ ତଥ୍ୟ ଉପସ୍ଥାପନା ଅଧିକାରୀ ଉପସ୍ଥିତ ରହି ତଥ୍ୟରୁ ବାହାରି ଥିବା କାରଣ ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।ଯେଉଁଥିରେ ମମତା ଦିବସ ର ଗୁଣବତା ରକ୍ଷା, ଗର୍ଭବତୀ ବାଡିରେ କିଚିନ୍ ଗାର୍ଡଏନ ଓ କିଶୋରୀ ଏବଂ ଗର୍ଭବତୀ ମା ମାନଙ୍କ ସଚେତନତା ମୁଖ୍ୟ ବିଷୟ ଥିଲା । ଏହି ପରିପ୍ରେଖିରେ ଡି.ଏମ.ଆର.ସି.ଏଚ ଆଶିଶ ମହାନ୍ତି ଙ୍କ ଉଦ୍ୟମରେ ଅନୁଷ୍ଠାନ ଦ୍ବାରା ପ୍ରସ୍ତୁତ ଏକ ସର୍ବକ୍ଷେଣ ପୁସ୍ତିକା ଅତିଥି ମାନଙ୍କ ଦ୍ଵାରା ଉନ୍ନମୋଚିତ ହୋଇଥିଲା। ଏହି କର୍ମଶାଳାରେ କୁପୋଷଣ, ବାଲ୍ୟବିଭା, କିଶୋରୀ ବାଳିକା ସଚେତନ ଆଦି କାର୍ଯ୍ୟକ୍ରମ ଗ୍ରାମ ସ୍ତରରେ ତ୍ବରାନିତ କରିବାରେ ମିଳିତ ଭାବେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟକ୍ରମ ପରିଚାଳିକା କ୍ରିଷ୍ଣା ପଣ୍ଡା, ଆକ୍ସନଏଡର ଜିଲ୍ଲା ଅଧିକାରୀ ସନ୍ଧ୍ୟାରାଣୀ ନାୟକ ମତବ୍ୟକ୍ତ କରିଥିଲେ । କାର୍ଯକ୍ରମ ପରିଚାଳନାରେ ସ୍ବାତୀର କର୍ମୀ ଶିବସୁନ୍ଦର ସାହୁ ଓ ନିବେଦିତା ମିଶ୍ର ସହଯୋଗ କରିଥିଲେ ।