ସୀମାନ୍ତ ଛତିଶଗଡ ରାଜ୍ୟରେ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ କଡ଼ା ସୁରକ୍ଷା ବଳୟରେ ଭୋଟ ଗ୍ରହଣ

ମାଲକାନଗିରି : ସାରା ଦେଶରେ ସାଧାରଣ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ରେ ବସ୍ତର ଗୋଟିଏ ପାର୍ଲିଆମେଣ୍ଟ ସିଟ ପାଇଁ ଭୋଟ ଗ୍ରହଣ ଚାଲିଛି ।ବସ୍ତର ଟି ମାଓ ପ୍ରବଣ,ଅତି ସମ୍ବଦନଶୀଳ ଇଲାକା ହୋଇଥିବାର କଡ଼ା ସୁରକ୍ଷା ବଳୟ ରେ ନିର୍ବାଚନ ଭୋଟ ଗ୍ରହଣ ଚାଲିଛି ।ସୁକୁମା,ଧନ୍ତେ ୱାଡ଼ା, ବସ୍ତର, ବିଜାପୁର ଏହି ଚାରୋଟି ମାଓ ପ୍ରବଣ ଜିଲ୍ଲା ର ବିଭିନ୍ନ ଗ୍ରାମରେ ସାଧାରଣ ନିର୍ବାଚନ ର ଭୋଟ ଗ୍ରହଣ ସକାଳେ୭ ଟା ଠାରୁ ଆରମ୍ଭ ହୋଇଛି ।ବୁଥ ସେଣ୍ଟର ରେ ମହିଳା ଓ ପୁରୁଷ ଭୋଟର ଙ୍କ ଲମ୍ବା ଧାଡ଼ି ଅତି ଉତ୍ସ।ହ ର ସହିତ ଏହି ମହାନ ପର୍ବ ରେ ସାମିଲ ହୋଇଥିବାର ଦେଖିବାକୁ ମିଳିଛି । ପ୍ରତ୍ୟେକ ବୁଥ୍ ରେ କଡ଼ା ସୁରକ୍ଷା ସହ ଡ୍ରନ କେମେରା ରେ ନଜର ରଖାଯାଉଛି ।ଛତିଶଗଡ ପୋଲିସ,ଡି ଆର୍ ଜି ଏବଂ୭୪ ବ୍ୟ।ଟେଲିଆନ ଯବାନ ମାନଙ୍କ କଡ଼ା ସୁରକ୍ଷା ବଳୟ ରେ ନିର୍ବାଚନ ଭୋଟ ଗ୍ରହଣ ଚାଲିଅଛି ।ସୀମା କୁ ସିଲ କରି ଦିଆଯାଇଛି ।ଯାନବାହାନ ଗାଡ଼ି ଗୁଡ଼ିକୁ କଡ଼ା କଡି ଭାବରେ ଯାଞ୍ଚ କରାଯାଉଛି। ଏ ଠାରେ ଉଲ୍ଲେଖ ଯୋଗ୍ୟ ଯେ ଗତ ଦୁଇ ଦିନ ମଧ୍ୟ ରେ ପୋଲିସ ଏନ୍ କାଉଣ୍ଟର ରେ ୨୯ ରୁ ଉର୍ଦ୍ଧ୍ୱ ନକ୍ସଲ ଙ୍କ ମୃତ୍ୟୁ ଘଟିଥିଲା ଏବଂ ବହୁ ବିସ୍ପରକ୍ ସାମଗ୍ରୀ ଯବାନ ଙ୍କ ଦ୍ଵାରା ଜବତ କରାଯାଇଥିଲା । ଏହାକୁ ଆଖି ଆଗରେ ରଖି କଡା ସୁରକ୍ଷା ବଳୟ ରେ ନିର୍ବାଚନ ଭୋଟ ଗ୍ରହଣ ଚାଲିଛି ।

nis-ad
Leave A Reply

Your email address will not be published.