ବ୍ରହ୍ମପୁରରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମେୟର ଶିବ ଶଙ୍କର ଦାଶ…

ବ୍ରହ୍ମପୁର: ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପାଇଁ ସ୍ୱାଧୀନ ଭାବେ ପ୍ରାର୍ଥୀ ପତ୍ର ଦାଖଲ କଲେ ବ୍ରହ୍ମପୁରର ପୂର୍ବତନ ଓ ବ୍ରହ୍ମପୁର ର ପ୍ରଥମ ମେୟର ଶ୍ରୀଯୁକ୍ତ ଶିଵଶଙ୍କର ଦାଶ। ଗୋସାଇଁନୂଆଗାଁର ଅଧିଷ୍ଠାତ୍ରୀ ଦେବୀ ମାଁ କାଳୁଆଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସାରିବା ପରେ ହଜାର ହଜାର ସମର୍ଥକ ଓ ସହରବାସୀଙ୍କ ଗହଣରେ ମାଁ କାଳୁଆ ମନ୍ଦିରରୁ ବାହାରି ଗୋଷାଣୀନୂଆଁଗାଆଁ, ବିଜିପୁର, ଖଲ୍ଲିକୋଟ କଲେଜ୍ ଛକ, ସୁବାରାଓ ଛକ, ଟାଟାବେଞ୍ଚ ଛକ, କମାପଲ୍ଲୀ ଛକ ଏବଂ ଖୋଡାସୀଙ୍ଗି ହୋଇ ସହର ପରିକ୍ରମା କରିବା ପରେ ଛତ୍ରପୁର ଠାରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ଶ୍ରୀଯୁକ୍ତ ଦାଶଙ୍କ ଧର୍ମପତ୍ନୀ ଆଇନଜୀବୀ ଆଶା ଦାଶ, ଗଞ୍ଜାମ ଓକିଲ ସଙ୍ଘର ବରିଷ୍ଠ ଆଇନଜୀବୀ ଶିବନାରାୟଣ ସାହୁ, ଆଇନଜୀବୀ ସୁବ୍ରତ ସାହୁ ଏବଂ ସମସ୍ତ ପ୍ରସ୍ତାବକ ଓ ସମର୍ଥକ ଉପସ୍ଥିତ ଥିଲେ। ସୂଚନା ଥାଉକି ବ୍ରହ୍ମପୁର ବିଧାନସଭା ପାଇଁ ବିଜେପି ର ପ୍ରଥମ ଦାବି ଦାର ଥିଲେ ଶିବ କିନ୍ତୁ କୌଣସି କାରଣ ବଶତଃ ବିଜେପି ତାଙ୍କୁ ଟିକଟ ଦେଇନଥିଲା ତେଣୁ ସେ ବାଧ୍ୟ ହୋଇ ସ୍ୱାଧୀନ ପ୍ରାର୍ଥୀ ହିସାବରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି l ଯାହାକି ବ୍ରହ୍ମପୁର ନିର୍ବାଚନ ଏବେ ରୋଚକ ମୋଡରେ, ଆରମ୍ଭ ରୁ ନିଃସର୍ତ୍ତ ଯାହା ଲେଖିଥିଲା ତାହା ସତ ହେବାକୁ ଯାଉଛି ଏବେ ହେବ ତ୍ରିମୁଖୀ ଲଢେଇ,ବିଜେଡି, ବିଜେପି ଓ ସ୍ୱାଧୀନ l ପିଣ୍ଟୁ ଦାସ ଙ୍କ ପଟୁଆର ଦେଖି ଉଭୟ ବିଜେପି ଓ ବିଜେଡି ଶିବିରରେ ଛନକା ପଶିଲାଣି l କାରଣ ଶିବଶଙ୍କର ଦାସ ବ୍ରହ୍ମପୁର ର ମେୟର ଥିବା ବେଳେ ବ୍ରହ୍ମପୁର ସହର ପାଇଁ ଅନେକ କିଛି କରିଛନ୍ତି ଯାହା ଫଳରେ ଲୋକଙ୍କ ଛାପ ରହିଛି ଏବଂ ତାଙ୍କର କିଛି ପକେଟ ସମର୍ଥକ ବି ଅଛନ୍ତି l ତେଣୁ ଆଜି ନାମାଙ୍କନ ଦାଖଲ କଲା ପରେ ସହରରେ ଖୁସି ର ବାତାବରଣ ଦେଖିବାକୁ ମିଳିଛି l

nis-ad
Leave A Reply

Your email address will not be published.