ବୁଢ଼ୀଆଣି ଜାଲରେ ବ୍ରହ୍ମପୁର ଟ୍ରାଫିକ : ଖୋଲାରେ ଖାଇ ମେଲାରେ ସୋଇଛି ପୋଲିସ…!


ବ୍ରହ୍ମପୁର: ବ୍ରହ୍ମପୁର ଟ୍ରାଫିକ ସମସ୍ୟା ନକହିବା ଭଲ, ଏହି ସମସ୍ୟାର ସମାଧାନ ହିଁ ନାହିଁ କହିଲେ ଚଳେ l ଦଶ ବର୍ଷ ରୁ ଉର୍ଦ୍ଧ ହେବ ବ୍ରହ୍ମପୁର କମିଶନରେଟି ପୋଲିସ ଘୋଷଣା କିନ୍ତୁ ଏହି ଘୋଷଣା କେବଳ ନିର୍ବାଚନ ଘୋଷଣା ରେ ହିଁ ରହିଗଲା l କୌଣସି ଭିତ୍ତି ଭୂମି ନଥାଇ ଅତି ତରବରିଆ ଭାବରେ ନିର୍ବାଚନ ଧୂଆଁ ବାଣ ପରି ଘୋଷଣା କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ l ଅଣଓସାରିଆ ରାସ୍ତା ଏବଂ ରାସ୍ତା କଡରେ ଖୋଲାଯାଇଛି ମାଳ ମାଳ ପସରା ଯାହାକି ଟ୍ରାଫିକ ଯାମ ହେବାର ମୁଖ୍ୟ କାରଣ ଏଥି ପାଇଁ ବ୍ରହ୍ମପୁର ବି ଏମ. ସି ମଧ୍ୟ ଦାୟୀ କହିଲେ କିଛି ବି ଭୁଲ ହେବ ନାହିଁ l ବ୍ରହ୍ମପୁର ମହାନଗର ନିଗମ କେବଳ ବଟି ଆଦାୟ କରିବାରେ ବ୍ୟସ୍ତ ରାସ୍ତା କଡ଼ରେ ବସିଥିବା ବେପାରୀ ମାନଙ୍କୁ ଯେମିତି ନିମନ୍ତ୍ରଣ ଦେଇ ଡାକି ପସରା ଖୋଲିବାକୁ ଅନୁମତି ଦେଉଛି ମନେ ହୁଏ l ଏପଟେ ନିର୍ବାଚନ ଋତୁ ଆରମ୍ଭ ହେଉ ହେଉ ବ୍ରହ୍ମପୁର ରେ ଏବେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ ଭାବରେ ବିପର୍ଯ୍ୟସ୍ତ ହୋଇଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋର ଦାର ଆରମ୍ଭ ହୋଇଛି। ହେଲେ ପ୍ରଚାର ରେ ବିଭିନ୍ନ ସାହି ବସ୍ତି ରେ ଟ୍ରାଫିକ ଜାମ ଯୋଗୁଁ ଲୋକେ ନାକେ ଦମ ହେଉଥିବା ଦେଖିବାକୁ ମିଳୁଛି। ପୋଲିସ ଟ୍ରାଫିକ ବ୍ୟବସ୍ଥା ରେ ଫେଲ ମାରିଥିବାନେଇ ପରଲିକ୍ଷିତ ହୋଇଥିବା ଲକ୍ଷ କରାଯାଇଛି। ଏପଟେ ତାତି ସେପଟେ ଟ୍ରାଫିକ ଜାମ ଲୋକେ ଅତିଷ୍ଟ ହେଲେଣି। ଟ୍ରାଫିକ ଜାମ ଯୋଗୁଁ ଦୀର୍ଘ ସମୟ ରାସ୍ତା ରେ ଅଟକିବା ସାର ହୋଇଛି
। ଏବେ ଠାରୁ ଏହି ଅବସ୍ଥା ଲାଗି ରହିଲେ ନାମାଙ୍କନ ଦାଖଲ ପରେ ଟ୍ରାଫିକ ବ୍ୟବସ୍ଥା ଅସମ୍ଭାଳ ହୋଇ ପଡ଼ିବ ବୋଲି ଚାରି ଆଡ଼େ ଚର୍ଚ୍ଚା ହେଉଛି। ଏଠାରେ ସୂଚନା ଥାଉକି ଟ୍ରାଫିକ ଥାନା ରୁ ବିଶାଲ ମୋଲ ଆସୁଥିବା ରାସ୍ତା କେବଳ ଏକ ତରଫା ରାସ୍ତା ର ମାନ୍ୟତା ପାଇଛି ଯାହାକି ପୋଲିସ ନିୟମ କରିଛି କିନ୍ତୁ ଗୋଟିଏ ଦାମୀ ହୋଟେଲ ପାଇଁ ପୋଲିସ ନିୟମ କୁ ଜଳାଞ୍ଜଳି ଦେବା ଦେଖିବାକୁ ମିଳୁଛି କାରଣ ଏହି ଦାମୀ ନନ୍ଦନ ହୋଟେଲ ପୋଲିସ ର ଗେଲ୍ହା ପୁଅ ବୋଲି ଆକ୍ଷା ବି ପାଇଁ ସାରିଛି, ଏଠାରେ ଟ୍ରାଫିକ ପୋଲିସ କେବଳ ଧର୍ମକୁ ଆଖି ଠାର ସଦୃଶ୍ୟ ଭାବରେ କେବଳ ଠିଆ ହୋଇ ବଟି ଆଦାୟ କରୁଥିବା ବି ନଜର କୁ ଆସୁଛି l ଆଉ ରହିଲା ବ୍ରହ୍ମପୁର ନୁଆଁ ବସ ଷ୍ଟାଣ୍ଡ ରାସ୍ତା ମଧ୍ୟ କିଛି ଦିନ ପାଇଁ ଏକ ମୁହାଁ ରାସ୍ତା କରାଯାଇଥିଲା କିନ୍ତୁ ପୋଲିସ ଏହାକୁ ବି ଉଛେଦ କରି ଦେଇଛି କାରଣ

ବେସରକାରୀ ବସ ମାଲିକ ମାନଙ୍କ ଛତ୍ର ଛାୟା ତଳେ ନାଚୁଛନ୍ତି ପୋଲିସ l ଏଠାରେ ସବୁ ନିୟମ ଦୁଇ ଦିନିଆ ଭାଗବତ ପରି l ବ୍ରହ୍ମପୁର ସହର ଗୋଟିଏ ନାହିଁ ନାହିଁର ସହର କହିଲେ କିଛିବି ଭୁଲ ହେବ ନାହିଁ l ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଅନେକ ସ୍ୱଚ୍ଛାସେବୀ ସଙ୍ଘଟନ ଏବଂ ସହର ର ବୁଦ୍ଧିଜୀବୀ ଓ ସାଧାରଣ ଅନେକ ଥର ଅଭିଯୋଗ କରି ଆସୁ ଛନ୍ତି କିନ୍ତୁ ପୋଲିସ ପ୍ରଶାସନ ନିରବ କାରଣ ବାବୁ ମାନଙ୍କ ଗାଡ଼ିରେ ନାଲି ବତୀ ଓ ସାଇରନ ର ଚିତ୍କାର ରେ ବୁଦ୍ଧିମାନ ଲୋକ ରାସ୍ତା ଛାଡି ଦିୟନ୍ତି ତେଣୁ ଲୋକଙ୍କ ସମସ୍ୟା ପ୍ରତି ବାବୁ ମାନଙ୍କ ନଜର କୁ ଆସେନି l ମୁଖ୍ୟତଃ ବ୍ରହ୍ମପୁର ଗେଟ ବଜାର ଛକ, ଭିସାଲ ମାର୍କେଟ ଛକ, କମାପଲ୍ଲୀ ଛକ ଏବଂ ନୁଆଁ ବସ ଷ୍ଟାଣ୍ଡ ରାସ୍ତା ର ଟ୍ରାଫିକ ସମସ୍ୟା ଅଣ ଆୟତ୍ତ l ପୋଲିସ କେବଳ ଖୋଲାରେ ଖାଇ ମେଲାରେ ଶୋଉଛି ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି l ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

nis-ad
Leave A Reply

Your email address will not be published.