ବାଲି ଘାଟ ମାଲିକଙ୍କୁ ବଟି ମାଗିବା ଓ କର୍ମଚାରୀଙ୍କୁ ମାଡ଼ ଘଟଣା ରେ ଦଶ ଗିରଫ…

ଗିରଫ ବ୍ୟକ୍ତି ଙ୍କୁ ଛାଡ଼ିବା କୁ ଦାବୀ କରି ଥାନା ଘେରାଉ ପୋଲିସ ସହ ଧସ୍ତା ଧସ୍ତି….!

ଵ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ପାକିଡି ବାଲି ଘାଟ ରେ ପଶି କର୍ମଚାରୀ ଙ୍କୁ ମାଡ଼ ମାରିବା ଓ ଗୁତାଦାର କୁ ବଟି ମାଗିବା ନେଇ ଆସିକା ଥାନା ରେ ମଙ୍ଗଳବାର ଦିନ ଅଭିଯୋଗ ହୋଇଥିଲା। ପୋଲିସ ଏନେଇ ଦୁଇଟି ମାମଲା ରୁଜୁ କରିବା ସହିତ ଗତ ରାତ୍ର ରେ ୧୦ ଜଣକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି। ଏହା ପରେ ପିତଳ ପଞ୍ଚାୟତ ର ନିର୍ବାଚିତ ଜନ ପ୍ରତିନିଧି ଙ୍କ ଶତାଧିକ ମହିଳା ଓ ପୁରୁଷ ଆସିକା ଥାନା ସମ୍ମୁଖରେ ପହଞ୍ଚି ଗିରଫଦାରୀ ର ପ୍ରତିବାଦ କରିଥିଲେ। ଥାନା ଘେରାଉ ବେଳେ ପୋଲିସ ସହିତ ଧସ୍ତା ଧସ୍ତି ହୋଇଥିଲା। ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ ବେଳେ ଗାଡି ଆଗରେ ରହି ପ୍ରତିବାଦ କରିଥିଲେ। ଆସିକା ଥାନା ପାରିସରେ ଏସ ଡି ପି ଓ ସଞ୍ଜୟ ମହାପାତ୍ର ଙ୍କ ସମେତ ସୋରଡ଼ା, କୋଟିନଡା ଆଦି ଥାନା ଅଧିକାରୀ ଙ୍କ ସହିତ ଦୁଇ ପ୍ଲାଟୁନ ପୋଲିସ ନିୟୋଜିତ ଥିଲେ। କିଛି ମହିଳା ଅଭିଯୁକ୍ତ ଙ୍କୁ ଆସିକା ଥାନା ରୁ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବାଲି ବ୍ୟବସାୟ କୁ ନେଇ ଦାଦା ବଟି ସାଙ୍ଗକୁ ଜୋର ଜୁଲୁମ ଘଟଣା ବଢିବାରେ ଲାଗିଛି। ଅସାଧୁ କର୍ମଚାରୀ ମାନଙ୍କ ଯୋଗୁଁ ନକଲି ୱାଇ ଫର୍ମ ରେ ଚୋରାରେ ଜିଲ୍ଲା ତଥା ଜିଲ୍ଲା ବାହାରକୁ ବାଲି ଚାଲାଣ ହେଉଛି।

nis-ad
Leave A Reply

Your email address will not be published.