ଦାରିଙ୍ଗବାଡି, ୧୭/୪, କନ୍ଧମାଳ ଜିଲା,ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପଞ୍ଚାୟତ ପରିସରରେ ଜରାଜୀର୍ଣ୍ଣ ଭାବେ ଅଧାପନ୍ତରିଆ ହୋଇ ଦିର୍ଘ ୧୪ ବର୍ଷ ହେବ ପଡି ରହିଛି ୧୨ଗୋଟି ଏନ୍ଆରଏଚଏମ କୋଠା। ନିର୍ମାଣ ହେବାକୁ ଥିବା ୧୪ ଗୋଟି କୋଠା ମଧ୍ୟରୁ ଦୁଇଟି କୋଠା କାମ ପୂର୍ଣ୍ଣାଙ୍ଗ ହୋଇଛି। ଏହି କୋଠା ଗୁଡ଼ିକ ନିର୍ମାଣ ପାଇଁ ସେହି ସମୟରେ ସରକାରଙ୍କ ଦ୍ୱାରା ଏକ କୋଟିରୁ ଉର୍ଦ୍ଧ ଟଙ୍କା ମଞ୍ଜୁର ହୋଇଥିବା କୁହାଯାଉଛି। ବର୍ତ୍ତମାନ ଏହି କୋଠା ଗୁଡ଼ିକ ଅଧାପନ୍ତରିଆ ଭାବେ ପଡି ରହି ଅସାମାଜିକ ଲୋକଙ୍କ ଆଡ୍ଡା ପାଲଟିଥିବା ବେଳେ କିଛି ଲୋକଙ୍କ ପାଇଖାନା ସଜିଥିବା ବେଳେ ବଜାର ବାସୀଙ୍କ ଡଷ୍ଟ ବିନ ସାଜିଛି। କାହିଁକି କଣ ପାଇଁ ଏହି କୋଠା କାମ ପୂର୍ଣ୍ଣାଙ୍ଗ ହେଉନାହିଁ ଏଥିନେଇ ବ୍ଲକ କାର୍ଯ୍ୟାଳୟ ପାଖରେ ଉତ୍ତର ଅଛି ନା ଜିଲା ପ୍ରଶାସନ ପାଖରେ ଉତ୍ତର ଅଛି। ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କ ଉନ୍ନତୀ ପାଈଁ ସରକାର ଦେଇଥିବା ଏକ କୋଟିରୁ ଉର୍ଦ୍ଧ ଟଙ୍କା ଭୂତ ଖାଇଥିବା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଥାଉକି ବ୍ରାହ୍ମଣୀଗାଁ ଅଞ୍ଚଳର ୮ଗୋଟି ଗ୍ରାମ ପଂଚାୟତ ବାସୀଙ୍କ ଉନ୍ନତି କରିବାକୁ ଯାଇ ଏହି କୋଠା କାମ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଡିପାର୍ଟମେଣ୍ଟ ମାଧ୍ୟମରେ ପଞ୍ଚାୟତ ପରିସରରେ ୨୦୦୯/୨୦୧୦ ସାଲରେ ଆରମ୍ଭ ହୋଇଥିଲା। ହେଲେ ପ୍ରତ୍ୟେକ କୋଠା କାମ ଛାତ ଲେବୁଲ ପର୍ଯ୍ୟନ୍ତ ହେବା ପରେ କାମ ବନ୍ଦ ହୋଇଥିଲା। ତାପର ଠାରୁ ଛାତ କାମ ଆଉ କରା ଗଲାନାହି। କାମ ହେବ ହେବ କହି ଏମିତିରେ ବହୁ ବର୍ଷ ବିତିଗଲା।
ଏହି କୋଠା କାମ ସମ୍ପର୍କରେ ପୂର୍ବତନ ଜିଲା ପାଳ ବୃନ୍ଦା ଡି ଙ୍କୁ ଅଞ୍ଚଳ ବାସୀଙ୍କ ସହିତ ସରପଞ୍ଚ ରମେଶ ମାଝୀ ଦୃଷ୍ଟି ଆକର୍ଷଣ କରାଇଥିଲେ। ଏହି ପରିକି ଅପୂର୍ଣ୍ଣାଙ୍ଗ ହୋଇ ପଡିରହିଥିବା କୋଠା ସଂପର୍କରେ ଖବର କାଗଜରେ ମଧ୍ୟ ବହୁ ଥର ପ୍ରକାଶିତ ହୋଇଛି। ହେଲେ ପ୍ରଶାସନିକ ବୈମାତୃକ ମନ ଭାବରୁ ଯଥା ପୂର୍ବମ ତଥା ପରମ ସଦୃଶ୍ୟ କୋଠା ଗୁଡ଼ିକ ଅଧାପନ୍ତରିଆ ଭାବେ ପଡ଼ି ରହିଚି। ମୁଖ୍ୟତଃ ଏହି କୋଠା ନିର୍ମାଣ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଠ ଗୋଟି ପଞ୍ଚାୟତର ଦାୟୀତ୍ୱରେ ଥିବା ବିଭିନ୍ନ ବିଭାଗ କର୍ମ ଚାରିଙ୍କ ରହିବାର ସୁବ୍ୟବସ୍ଥା କରିବା। ରହିବାର ସୁବିଧା ନଥିବାରୁ ପ୍ରାୟତଃ ସରକାରୀ କର୍ମଚାରୀ ଓ ଅଧିକାରୀ ମାନେ ବ୍ଲକ ମହକୁମାରେହିଁ ରହୁଥିଲେ। ସେହି ସମୟରେ ବ୍ରାହ୍ମଣୀଗାଁ ଅଞ୍ଚଳକୁ ମାଓ ପ୍ରବଣ ଅଞ୍ଚଳ ମଧ୍ୟ କୁହା ଯାଉଥିଲା। ଯାହାରି ଫଳରେ ସରକାରଙ୍କ ଦ୍ଵାରା ନିଯୁକ୍ତି ପାଇଥିବା ଡାକ୍ତର ହୁଅନ୍ତୁ କି ଅନ୍ୟାନ୍ୟ ସରକାରୀ କର୍ମଚାରୀ ଓ ଅଧିକାରୀ ହୁଅନ୍ତ, ରହିବାର ସୁବିଧା ନଥିବା ଆଳ ଦେଖାଇବା ସହିତ ଓ ମାୱ ବାଦୀଙ୍କ ଭୟକହି ଅଞ୍ଚଳ ରେ ରହୁ ନଥିଲେକି ଡ୍ୟୁଟି କରିବାକୁ ଯାଉ ନଥିଲେ। ଯାହାରି ଫଳରେ ଅଂଚଳର ବିକାଶ ଧାରାରେ ମନ୍ଥର ଅବସ୍ଥା ସୃଷ୍ଟି ହୋଇଥଲା।ଏହାକୁ ଲକ୍ଷ୍ୟକରି ସେହି ସମୟରେ ସରକାର ଏହି କୋଠା ସବୁ ନିର୍ମାଣ କରିବା ପାଇଁ ଏକ କୋଟିରୁ ଉର୍ଦ୍ଧ୍ ଟଙ୍କା ମଞ୍ଜୁର କରିଥଲେ। ହେଲେ କୋଠା କାମ ସବୁ ଦୀର୍ଘ ପ୍ରାୟ ୧୪ ବର୍ଷ ଅତିକ୍ରାନ୍ତ ପରେବି ପୂର୍ଣ୍ଣାଙ୍ଗ ହେଲାନାହିଁ। ସରକାର କା ମାଲ ଦରିଆମେ ଡାଲ ସଦୃଶ୍ୟ ଅପୂର୍ନାଙ୍ଗ ହୋଇ କୋଠା ଗୁଡ଼ିକ ପଡ଼ି ରହିଛି। ଏହି ଅଞ୍ଚଳର ବିକାଶ ପାଇଁ ସରକାର ମଞ୍ଜୁର କରିଥିବା ଏକ କୋଟିରୁ ଉର୍ଦ୍ଧ ଟଙ୍କା ବ୍ଲକ ପ୍ରଶାସନ ହେଉକି ଜିଲା ପ୍ରଶାସନ ଏହି ଅଞ୍ଚଳର କେଉଁ ବିକାଶରେ ବିନିଯୋଗ କଲେ ଯେ ୧୨ ଗୋଟି କୋଠା ଆଜି ଅଧାପନ୍ତରିଆ ଭାବେ ପଡି ରହିଛି ବୋଲି ସର୍ବ ସାଧାରଣରେ ଚର୍ଚ୍ଚା ଜୋର୍ ଧରିବା ସହିତ ଭିଜିଲାନ୍ସ ତଦନ୍ତ ସାପକ୍ଷ ହେବା ଜରୁରୀ ରହିଛି ବୋଲି ଅଂଚଳ ବାସୀ ପକ୍ଷରୁ ଦାବୀ ହେଉଥିବା ପ୍ରକାଶ ପାଇଛି।