ଦାରିଙ୍ଗବାଡି,୧୭/୪ : ଦାରିଙ୍ଗବାଡିରେ ଧୁମ୍ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ଶିଵ ମନ୍ଦିର ପରିସରରେ ଏକତ୍ରିତ ହୋଇ ସାମୁହିକ ହନୁମାନ ଚାଳିଶା ପାଠ କରାଯିବା ସହ ସେଠାରୁ ମଟର ସାଇକେଲ ଶୋଭାଯାତ୍ରା ବାହାରିଥିଲା। ଶତାଧିକ ଶ୍ରୀରାମଭକ୍ତ ଦାରିଙ୍ଗବାଡି ସମେତ ସିମନବାଡି ଓ କିରିକୁଟି ପଞ୍ଚାୟତ ପର୍ଯ୍ୟନ୍ତ ପ୍ରାୟ ୨୦ କିଲୋମିଟର ବାଇକ ଶୋଭାଯାତ୍ରାରେ ଯାଇଥିଲେ। ସେହିପରି ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନଙ୍କୁ ମଧ୍ୟ ପୂଜାର୍ଚ୍ଚନା ସହ ଚାଳିଶା ପାଠ କରାଯାଇଛି। କାର୍ଯ୍ୟକ୍ରମକୁ ଶ୍ରୀରାମ ନବମୀ ମହୋତ୍ସବ ସମିତି (ଦାରିଙ୍ଗବାଡି ) ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ବିଶ୍ୱହିନ୍ଦୁ ପରିଷଦ,ବଜରଙ୍ଗ ଦଳ ସମେତ ବିଭିନ୍ନ ହିନ୍ଦୁ ସଂଗଠନ ଓ ଅଞ୍ଚଳବାସୀ ବିଶେଷ କରି ଯୁବପିଢ଼ି ଏଥିରେ ସାମିଲ ହୋଇ ଶ୍ରୀରାମଙ୍କୁ ସ୍ମରଣ କରିଥିଲେ। ଶାନ୍ତି ଶୃଙ୍ଖଳାର ସହ ଏହି ଶୋଭାଯାତ୍ରା କରାଯାଇଥିବା ବେଳେ ଆଇନ ଶୃଙ୍ଖଳାର ତଦାରଖ ପାଇଁ ଦାରିଙ୍ଗବାଡି ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ନିଜେ ପାଟ୍ରୋଲିଂ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post