ଦୁର୍ନୀତିର ସିଂହାସନରେ ପୂର୍ତ୍ତ ବିଭାଗ……
ବ୍ରହ୍ମପୁର : ୧୫-୪ ଗଞ୍ଜାମ ଜିଲ୍ଲାରେ ପୂର୍ତ୍ତ ବିଭାଗ ରେ ଚାଲିଥିବା କାର୍ଯ୍ୟ ରେ ପାଦ ପାଦ ରେ ଦୁର୍ନୀତି ର ଗନ୍ଧ ବାରି ହେଉଛି। ତାହାର ନଗ୍ନ ନମୁନା ଆସିକା କେ. ଲଛମନ ପଲ୍ଲୀ ରେ ଦେଖିବାକୁ ମିଳିଛି। ୩ କୋଟି ୧୨ଲକ୍ଷ ଟଙ୍କା ର ଅଟକଳ ରେ ୮ ଡିସେମ୍ବର ୨୦୨୨ ଭିତ୍ତି ପ୍ରସ୍ତର ଦିଆଯାଇଥିଲା। କାର୍ଯ୍ୟ ଶେଷ ହେବାର ମାତ୍ର କିଛି ମାସ ହେଲା ଉକ୍ତ ରାସ୍ତାରେ ବିଭିନ୍ନ ସ୍ଥାନରେ ଖାଲ ଖମା ହୋଇ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏନେଇ ପୂର୍ତ୍ତ ବିଭାଗ ର ଅଧିକାରୀ ଙ୍କୁ ଯୋଗାଯୋଗ କରିଲେ ବି ବାବୁ ଫୋନ ରିସିଭ କରିନଥିଲେ। ଲୋକେ ବାରମ୍ବାର ଅଭିଯୋଗ କରିବା ପରେ ନିର୍ବାଚନ କୁ ଆଖି ଆଗରେ ରଖି ତାଳି ପକା କାର୍ଯ୍ୟ କରି ଚୁପଚାପ ବସିଥିବା ଦେଖିବାକୁ ମିଳିଛି। ବାବୁ ମାନେ କାର୍ଯ୍ୟ ନିକଟରେ ନ ରହିବା ଫଳରେ ଠିକାଦାର ନିମ୍ନ ମାନର କାର୍ଯ୍ୟ କରିବା ଅଭିଯୋଗ ହେଉଛି। ନିକଟରେ ଥିବା କଲଭର୍ଟ ର ରାସ୍ତା ମଧ୍ୟ ଧସିଗଲାଣି। ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ରୂପାନ୍ତି କରଣ କାର୍ଯ୍ୟ ରେ ଦୁର୍ନୀତି ପାଦେ ପାଦେ ରେ ଦେଖିବାକୁ ମିଳିଛି। ଏନେଇ ଜିଲ୍ଲାପାଳ ଙ୍କ ଠାରୁ ନିର୍ବାଚିତ ପ୍ରତିନିଧି ଙ୍କୁ ଦୃଷ୍ଟି ଆକର୍ଷଣ କରିଲେ ବି କୌଣସି ତଦନ୍ତ ହେଉନାହିଁ। ଆସିକା ଅଞ୍ଚଳ ରେ ହୋଇଥିବା କାର୍ଯ୍ୟ ଗୁଡ଼ିକୁ କ୍ୱାଲିଟି କଣ୍ଟ୍ରାଲ ବିଭାଗ ଦ୍ୱାରା ଯାଞ୍ଜ କରିଲେ ବାବୁ ଓ ଠିକାଦାର ଙ୍କ ଅସଲ ମୁଖା ଖୋଲିବ।