ଉମରକୋଟ : ନବରଙ୍ଗପୁର ଜିଲ୍ଲା ଅନ୍ତର ଗତ ଉମରକୋଟ ସହରରେ ଗତକାଲି ମହା ସମାରହରେ ପାଳନ କରା ଯାଇଅଛି | ହିନ୍ଦୁ ନବବର୍ଷ, ଉମରକୋଟ ପୌର ପରିଷଦର ସମସ୍ତ ୱାର୍ଡ ଏବଂ ବ୍ଲକର ସମସ୍ତ ପଞ୍ଚାୟତରେ ଡାକବାଜି ଯନ୍ତ୍ର ଦ୍ୱାରା ଆମନ୍ତ୍ରଣ କରି ସନ୍ଧ୍ୟା ୬ଘଣ୍ଟା ସମୟରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜା ଅର୍ଚନା କରି,ବାଜା ସଂକୀର୍ତନ ନଗର ପରିକ୍ରମା ଆରମ୍ଭ ହେଲା, ଏହି ଶୋଭାଯାତ୍ରା DNK ପଡ଼ିଆ ଠାରେ ସମାପ୍ତ କରି ହିନ୍ଦୁ ନବବର୍ଷର ସ୍ୱାଗତ ସାଂସ୍କୃତିକ ନୃତ୍ୟ ଗୀତ ଆରମ୍ଭ କରାଗଲା | ମଞ୍ଚାସିନ ଅତିଥି ଏବଂ ଉମରକୋଟର ନିସ୍ୱାର୍ଥପର ସମାଜ ସେବକ,ସେବିକା,ଗୋସେବକ, ସନାତନ ଧର୍ମ କାର୍ଯ୍ୟରେ ସହଯୋଗ କରୁଥିବା ବ୍ୟକ୍ତି ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଗଲା | ଉପସ୍ଥିତ ମୁଖ୍ୟ ଅତିଥିବୃନ୍ଦଏବଂ ମୁଖ୍ୟ ବକ୍ତ୍ୟ ନିଜ ନିଜର ବକ୍ତବ୍ୟ ରଖି କହିଲେ ଆଜିର ଏହି ମହତ୍ୱପୂର୍ଣ୍ଣ ଦିବସଟି ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟିର ଦିବସ ଭାବରେ ପାଳନ କରାଯାଉଅଛି,ଏବଂ ହିନ୍ଦୁ ନବବର୍ଷର ମହତ୍ୱ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରାଗଲା,ଏହି କାର୍ଯ୍ୟ କ୍ରମଟି ରାତ୍ର ପ୍ରାୟ ୧୧ଘଣ୍ଟା ପର୍ଯନ୍ତ ବିଭିନ୍ନ ସସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁଥିଲା, ଉମରକୋଟ, ରାଇଘର, ଝରୀଗାଁ, ଚନ୍ଦାହାଣ୍ଡିରୁ ବିଭିନ୍ନ ରାଜନୈତିକ ନେତା, ଓ ଜନତା ପହଞ୍ଚି କାର୍ଯ୍ୟରେ ସହଯୋଗ କରିବା ସହ, ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ, ହଜାର ହଜାର ଭକ୍ତ ଏବଂ ଜନତାଙ୍କ ପାଇଁ ଅନ୍ନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା, ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ସମସ୍ତଙ୍କୁ ହିନ୍ଦୁ ନବବର୍ଷର ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ମଙ୍ଗଳ କାମନା କରି ସଭା କାର୍ଯ୍ୟ ସମାପନ କରାଯାଇଥିଲା |
Sign in
Sign in
Recover your password.
A password will be e-mailed to you.