ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଫୁଲବାଣୀଠାରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

ଫୁଲବାଣୀ:ଚଳିତ ବର୍ଷର ପ୍ରାରମ୍ଭ ପର୍ଯ୍ୟାୟରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଆଜି ରାଷ୍ଟ୍ରୀୟ ନବବର୍ଷ ଅତି ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି।ଏହି ଅବସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ଜିଲ୍ଲା ସହ-କାର୍ଯ୍ୟବାହ ନିରଞ୍ଜନ ମିଶ୍ର ବିଦ୍ୟାଳୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ରାଷ୍ଟ୍ରୀୟ ନବବର୍ଷର ମହତ୍ତ୍ୱ ଉପଲବ୍ଧି କରାଇବା ପାଇଁ ଶିଶୁମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ଛଳରେ କହିଥିଲେ ଯେ-“ଆମେ ହିନ୍ଦୁତ୍ୱର ମହାନତାକୁ ଅନୁଭବ ନ କରି ଇଂରାଜୀ ନବବର୍ଷକୁ ଗୁରୁତ୍ୱ ଦେବା ଏବଂ ରାଷ୍ଟ୍ରୀୟ ନବବର୍ଷକୁ ଅଣଦେଖା କରିବା ଅତି କ୍ଷୋଭର ବିଷୟ। ଆମର ଅତି ପ୍ରାଚୀନ ସନାତନ ଧର୍ମକୁ ଭୁଲି ପାଶ୍ଚାତ୍ୟ ସଂସ୍କୃତିକୁ ଆଦରିନେବା ଏକ ପ୍ରକାର ସମାଜର ଅଧୋଗତିର କାରଣ।” ତେଣୁ ଶିଶୁମାନଙ୍କୁ ବିପଥଗାମୀ ନ ହେବାପାଇଁ ସେ ଉପଦେଶ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସହ-ପ୍ରଧାନ ଆଚାର୍ଯ୍ୟା ବୈଜୟନ୍ତୀ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଦେବେନ୍ଦ୍ର କୁମାର ପଟ୍ଟନାୟକଙ୍କ ଦ୍ୱାରା ରଚିତ ରାଷ୍ଟ୍ରୀୟ ସମର୍ପଣର ଭାବାତ୍ମକ ସଙ୍ଗୀତକୁ ଆଚାର୍ଯ୍ୟ ଦୁର୍ଯ୍ୟୋଧନ ସିଂଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା।ବରିଷ୍ଠ ଆଚାର୍ଯ୍ୟ ଶରତ ଭୋଇ ଏବଂ କୁଳମଣି ମହାରଣାଙ୍କ ଦ୍ୱାରା ରାଷ୍ଟ୍ରୀୟ ଧ୍ବଜା ଉତ୍ତୋଳନ ଏବଂ ସଙ୍ଘ ପ୍ରାର୍ଥନା ଗାନ କରାଯାଇଥିଲା।ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟା, ଛାତ୍ରଛାତ୍ରୀ,ପରିଚାଳନା କମିଟିର ସହଯୋଗରେ କାର୍ଯ୍ୟକ୍ରମଟି ଅତ୍ୟନ୍ତ ଭାବପୂର୍ଣ୍ଣ ଅନୁଭବ ହେଉଥିଲା।

nis-ad
Leave A Reply

Your email address will not be published.