ଚିଠି ପ୍ରଦାନରେ ଅବହେଳା ମହଙ୍ଗା ପଡ଼ିଲା : ୨୦ ହଜାର ଟଙ୍କା ଜୋରିମାନା ଦେଲେ ପୋଷ୍ଟମ୍ୟାନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଅଞ୍ଚଳର ଜୈନେକ ପୋଷ୍ଟ ମ୍ୟାନ ଗ୍ରାହକଙ୍କୁ ଚିଠି ପ୍ରଦାନ ସେବା ଯୋଗାଇବାରେ ଅବହେଳା କରି ୨୦ ହଜାର ଟଙ୍କା ଜୋରିମାନା ପୋଷ୍ଟ ମ୍ୟାନଙ୍କୁ ଦେବାକୁ ପଡିଛି । ସୂଚନା ଅନୁଯାୟୀ ଦାରିଙ୍ଗବାଡ଼ି ଅଞ୍ଚଳର ଜୈନକ ବ୍ୟକ୍ତିଙ୍କ ନିକଟକୁ ସୂଚନା କମିଶନ ଭୁବନେଶ୍ୱରଙ୍କ ପକ୍ଷରୁ ଏକ ଚିଠି ହୋଇଥିଲା। ଯେଉଁଥିରେ ୩୦ ନଭେମ୍ବର ୨୦୨୨ରେ ସୂଚନା କମିଶନ ଭୁବନେଶ୍ୱରଙ୍କ ନିକଟରେ ଉପସ୍ଥିତ ହେବା ପାଇଁ। ହେଲେ ଏହି ଚିଠିଟିକୁ ପ୍ରିୟତମ ମାଝୀ ନାମକ ପୋଷ୍ଟ ମ୍ୟାନ ଦୀର୍ଘ ୧୦ ଦିନ ବିଳମ୍ବ କରି ପ୍ରଦାନ କରିଥିଲେ। ଫଳରେ ସେ ଠିକ ସମୟରେ ସୂଚନା କମିଶନଙ୍କ ନିକଟରେ ଉପସ୍ଥିତ ହୋଇନଥିବା କାରଣରୁ ତାଙ୍କ ଅଭିଯୋଗ ସମ୍ବନ୍ଧିତ ମାମଲାକୁ କମିଶନ ଖାରଜ କରି ଦେଇଥିଲେ। ଆଉ ଏହାକୁ ଭିତ୍ତି କରି ସେ ୮ ଅଗଷ୍ଟ ୨୦୨୩ରେ ଜିଲ୍ଲା ଖାଉଟି ଅଦାଲତ ଫୁଲବାଣୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଦୀର୍ଘ ୭ ମାସ ଧରି ଉଭୟଙ୍କ ମଧ୍ୟରେ ଆରୋପ ଓ ଦୋଷାରୋପ ହେବା ପରେ ଶେଷରେ ପୋଷ୍ଟ ମ୍ୟାନ ନିଜର ଭୁଲ ସ୍ୱୀକାର କରିବା ସହ ଖାଉଟି ଅଦାଲତର ସଭାପତି ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ। ଆଉ ଆପୋଷ ସମାଧାନ ପାଇଁ ରାଜି ହୋଇଥିବା ବେଳେ ୨୦ ହଜାର ଟଙ୍କା ଜୋରିମାନା ଆକାରରେ ପୋଷ୍ଟ ମ୍ୟାନ ପ୍ରିୟତମ ମାଝୀ ଅଭିଯୋଗ କାରୀଙ୍କୁ ପ୍ରଦାନ କରିଛନ୍ତି।

nis-ad
Leave A Reply

Your email address will not be published.