ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଫୁଲବାଣୀ : ଗୋଛାପଡା ପ୍ରାଥମିକ ବିଦ୍ୟାଳୟରେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର୍ ମିଶ୍ର ଓ ପ୍ରଧାନ ଶିକ୍ଷକ ଚେତନ୍ୟ ରାଉତଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ସରପଞ୍ଚ ଗୋଛାପଡା ଶ୍ରୀଯୁକ୍ତ ଯୁଗାନ୍ତ କହଁର ମୁଖ୍ୟ ଅତିଥି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବାଜୀ କହଁର ମୁଖ୍ୟବକ୍ତା ଭାବରେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମକୁ ପିପଳମାଳ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ବେହେରା ପରିଚାଳନା କରିଥିବା ବେଳେ ସିଆରସିସି ଅମୀୟ ଭୂଷଣ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ।ଗୋଛପଡା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିବା ବେଳେ ଉଭୟ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର୍ ମିଶ୍ର ଓ ପ୍ରଧାନ ଶିକ୍ଷକ ଚୈତନ୍ୟ ରାଉତଙ୍କ କାର୍ଯ୍ୟର ଗୁଣ ଗାରିମା ଉପସ୍ଥାପନ କରିଥିଲେ। ଶେଷରେ ମୁଖ୍ୟ ଅତିଥି ନିଜର ବକ୍ତବ୍ୟ ରଖି ଏହି ଦୁଇ ଶିକ୍ଷାବିତଙ୍କ ପଦାଙ୍କ ଅନୁସରଣ ପାଇଁ ମତ ସାବ୍ୟସ୍ତ କରିଥିଲେ।

ବରିଷ୍ଠ ସହକାରୀ ଶିକ୍ଷକ ଘନଶ୍ୟାମ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରକୁ ସୁକାନ୍ତ କୁମାର ବେହେରାଙ୍କ ସହିତ ସିଆରସିସି ଅମୀୟ ଭୂଷଣ ମଲ୍ଲିକ, ଶିକ୍ଷକ କୈଳାଶ ଚନ୍ଦ୍ର କହଁର, ଜଗନ୍ନାଥ ବେହେରା,ଶିବାନ୍ତ ଦିଗାଲ, ବିପିନି ବିହାରୀ ସ୍ବାଇଁ, ଅଶୋକ କୁମାର୍ ମୁଦୁଲି, ଗୋପବନ୍ଧୁ କାଣ୍ଡୀ, ସତ୍ୟନାରାୟଣ ଘଟାଲ, ସନ୍ଧ୍ୟାରାଣୀ କହଁର, ମଞ୍ଜୁଲତା କହଁର, ପ୍ରଶାନ୍ତ କୁମାର ପ୍ରଧାନ, ସୁଭାସିନି ମହାରଣା ଆଦି ସହଯୋଗ କରିଥିଲେ। ଶେଷରେ ଉଭୟ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକଙ୍କୁ ଉପଢୌକନ ଓ ମାନପତ୍ର ଦେଇ ଗୋଛାପଡା ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମାନିତ କରିଥିଲେ।

nis-ad
Leave A Reply

Your email address will not be published.