‘ନିର୍ବାଚନର ପର୍ବ, ଆମ ଦେଶର ଗର୍ବ ’ଥିମ ଉପରେ ବାର୍ତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଏପ୍ରିଲ ଓ ମେ ମାସରେ ବ୍ୟାପକ କାର୍ଯ୍ୟକଳାପ ଉପରେ ନିର୍ବାଚନ ଆୟୋଗ ଗୁରୁତ୍ବ ଆରୋପ କରିଛନ୍ତି । ଏହି ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଁ ଶୃଙ୍ଖଳିତ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ଅଂଶ ଗ୍ରହଣ (ସ୍ତ୍ରୀପ ) କାର୍ଯ୍ୟକଳାପ କରାଯିବ। ବୁଥ୍ ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଘରକୁ ଘର ବୁଲି ଭୋଟରଙ୍କୁ ସଚେତନ କରାଯିବ । ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ନାଗରିକ ମାନଙ୍କୁ ଶିକ୍ଷିତ ଏବଂ ଉତ୍ସାହିତ କରାଯିବ। ଯୁବ ଓ ନବ ବିବାହିତ ଭୋଟରଙ୍କୁ ନିର୍ବାଚନରେ ଅଂଶ ଗ୍ରହଣ କରିବା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଟେର୍ଗେଟେଡ୍ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ‘ନିର୍ବାଚନର ପର୍ବ, ଆମ ଦେଶର ଗର୍ବ ’ଥିମ ଉପରେ ବାର୍ତ୍ତା ଏବଂ ଭୋଟରଙ୍କୁ ମତଦାନ ପାଇଁ ନିମନ୍ତ୍ରଣ ସହିତ ଭୋଟରଙ୍କ ମଧ୍ୟରେ ଗର୍ବ ଓ ଦାୟିତ୍ବବୋଧ ସୃଷ୍ଟି କରିବା ପାଇଁ କୁଇଜ୍, ଚିତ୍ରାଜ୍ଞାନ, ରଙ୍ଗୋଲି ଇତ୍ୟାଦି ପ୍ରତିଯୋଗିତା ଆୟୋଜନ କରାଯିବ । ସିଇଓଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଭିଡିଓ ଏବଂ ଜିଙ୍ଗଲକୁ ଭୋଟର ସଚେତନତା ପାଇଁ ବ୍ୟବହାର କରାଯିବ। ଭୋଟର ସଚେତନତା ବାର୍ତ୍ତା ସହ ସରକାରୀ କାର୍ଯ୍ୟାଳୟ, ପେଟ୍ରୋଲ ପମ୍ପ୍, ପାର୍କ, ସର୍ବସାଧାରଣ ସ୍ଥାନ, ହାଟ ଇତ୍ୟାଦି ସ୍ଥାନରେ ହୋର୍ଡି ଲଗାଯିବ ଏବଂ ଫ୍ଲେକ୍ସ ପ୍ରଦର୍ଶନ କରାଯିବ। ଭୋଟରଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ସରକାରୀ କାର୍ଯ୍ୟାଳୟ କାନ୍ଥରେ ନିର୍ବାଚନ ସଚେତନତା ଉପରେ ବିଭିନ୍ନ ଚେତନତା ବାର୍ଡ଼ ଚିତ୍ରାଙ୍କନ କରାଯାଇପାରିବ । ନିର୍ବାଚନ ପ୍ରକ୍ରିୟା ପ୍ରତି ଆକର୍ଷଣ ଓ ଦୃଷ୍ଟି ଆକର୍ଷଣ କରିବା ନାଗରିକ ବିଶେଷ କରି ଯୁବ ଭୋଟରଙ୍କୁ ସେମାନଙ୍କର ମତଦାନ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସାଇକେଲ ରାଲି/ଓ୍ୱାକାଥନ/ମାରାଥନର ଆୟୋଜନ କରା‌ଯିବ । ସେହିପରି ନାଗରିକମାନଙ୍କୁ ଦସ୍ତଖତ ଅଭିଯାନରେ ନିୟୋଜିତ କରାଯିବ ଏବଂ ଭୋଟ ଦେବାପାଇଁ ସେମାନଙ୍କର ପ୍ରତିବଦ୍ଧତା ପ୍ରତିଶ୍ରୁତି ଦେବା ସହିତ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରାଯିବ।ଏହି କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ସର୍କିଟ୍ ହାଉସ୍ ପରିସର ମଧ୍ୟରୁ ଏକ ରାଲି ବାହାରି ଫୁଲବାଣୀ ସହର ପରିକ୍ରମା କରିଥିଲା । ଏଥିରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ(ନିର୍ବାଚନ) ରମେଶ ଚନ୍ଦ୍ର ଜେନା, କନ୍ଧମାଳ ଉପ-ଜିଲ୍ଲାପାଳ ଚିତ୍ତରଞ୍ଜନ ମହନ୍ତ, ପ୍ରକଳ୍ପ ପ୍ରଶାସକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ସୁଶ୍ରୀ ଦେବାଯାନୀ ଭୁୟାଁ, ଡେପୁଟି କଲେକ୍ଟର, ନିର୍ବାଚନ ଡି. ମାଲେଶ୍ଵର ପାତ୍ରଙ୍କ ସମେତ ବିଭାଗୀୟ ପଦାଧିକାରୀ, ସ୍ଥାନୀୟ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଇ-ଲାଇବ୍ରେରୀ ଓ ସିଭିଲ୍ ସର୍ଭିସ୍ ସେଣ୍ଟରର ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ପି.ଡବ୍ଲୁ.ଡି. ଟ୍ରାନ୍ସଜେଣ୍ଡର, ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ । ସିଭିଲ୍ ସର୍ଭିସ୍ ସେଣ୍ଟରର ଛାତ୍ରଛାତ୍ରୀମାନେ ମାଦିକୁନ୍ଦା ଛକ ଓ ଗୋପବନ୍ଧୁ ଛକ ଠାରେ ପ‌ଥପ୍ରାନ୍ତ ନାଟକ ‘ ସହରଠୁ ଗାଁ ଭୋଟ ଦେଇ ରଖିବା ନାଁ ’ ପ୍ରଦର୍ଶନ କରିଥିଲେ।

nis-ad
Leave A Reply

Your email address will not be published.