ବ୍ରହ୍ମପୁର: ୪-୪ ଗଞ୍ଜାମ ଜିଲ୍ଲାରେ ରାଜନୀତି ରେ ଘଡିକେ ଘୋଡ଼ା ଛୁଟିବାରେ ଲାଗିଛି। ଦ୍ୱିତୀୟ ପର୍ଯ୍ୟାୟରେ ଶାସକ ଦଳ ତାର ପ୍ରାର୍ଥୀ ଘୋଷଣା କରିଛି। ଆସିକା ରେ ଏଥର ନୂଆଁ ମୁହଁ ଦେବାକୁ ନେଇ ଦୀର୍ଘ ଦିନ ହେଲା ଦାବୀ ହୋଇ ଆସୁଛି। ଆସିକା ବିଜେଡ଼ି ର ଗୋଟିଏ ଗୋଷ୍ଟି ବିଧାୟିକା ଙ୍କୁ ବିରୋଧ କରି ଆସୁଛନ୍ତି। ମେଣ୍ଟ ନ ହେବା ଭୟରେ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଆସନ ରେ ବିଜେଡ଼ି ବହୁ ବିଧାୟକ ପ୍ରାର୍ଥୀ ଙ୍କୁ ରିପିଟ କରିଥିବା ନେଇ ଚର୍ଚ୍ଚା ହେଉଛି। ଗତ ଦୁଇ ଦିନ ହେଲା ଆସିକା ର ପୂର୍ବତନ ବିଧାୟକ ଦେବରାଜ ମହାନ୍ତି ବିଜେପି ରୁ ଇସ୍ତଫା ଦେଇଛନ୍ତି। ବିଜେପି, ବିଜେଡ଼ି ଓ କଂଗ୍ରେସ ଦଳର ବହୁ କର୍ମୀ ଦେବରାଜ ଙ୍କ ନୀତି ଆଦର୍ଶ କୁ ଭଲପାନ୍ତି। ଏଭଳି ପରିସ୍ଥିତି ରେ ଆସିକା ରେ ପୁଣି ମଞ୍ଜୁଳା ସ୍ୱାଇଁ ଙ୍କୁ ରିପିଟ କରାଯାଇଥିବା ଯୋଗୁଁ ବିଜେଡ଼ି ରେ ଅସନ୍ତୋଷ ଦେଖା ଦେଇଛି। ବିଧାୟିକା ବିରୋଧି ଗୋଷ୍ଟି ଆସିକା ପାଇଁ ପୁଣି ଥରେ ଚିନ୍ତା କରି ପରିବର୍ତ୍ତନ କରିବାକୁ ଦଳ ମୁଖିଆ ଙ୍କ ପାଖକୁ ଯିବା ପାଇଁ ସଜ ବାଜ ହେଉଥିବା ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ ପୁଣି ରିପିଟ ଶାସକ ଦଳକୁ ଦୁଇ ତିନୋଟି ସ୍ଥାନରେ ମହଙ୍ଗା ପଡ଼ିବ ବୋଲି ରାଜନୈତିକ ମୋହଲ ରେ ଚର୍ଚ୍ଚା ହେଲାଣି। ଆସିକା ରେ ଏବେ ଗୋଟେ ଗୋଷ୍ଟି ବାଣ ଫୁଟାଇ ମସ୍ତି କରୁଥିବା ବେଳେ ଅନ୍ୟ ଗୋଷ୍ଟି ଆସିକା ରୁ ବାହାରେ ଗୁପ୍ତ ବୈଠକ ପାଇଁ ପ୍ରସ୍ତୁତି ଚଳାଇଥିବା ଚର୍ଚ୍ଚା ହେଉଛି।ଦଳ ପରିବର୍ତ୍ତନ କରିବ ନାଁ ରିସ୍କ ନେବ ତାହା ଦେଖିବାକୁ ବାକି ରହିଲା। ଗତ ୨୦୧୯ ନିର୍ବାଚନ ରେ ମଞ୍ଜୁଳା ସ୍ୱାଇଁ ଙ୍କ ନିକଟରେ ରହି ଗୋଟି ଚାଳନା କରିଥିବା ବହୁ ନେତା ଦୁରେଇ ଯାଇଥିବା ଦେଖିବାକୁ ମିଳୁଛି।
Sign in
Sign in
Recover your password.
A password will be e-mailed to you.