ବାଟ ହୁଡୁଛି ମନେରଗା ଯୋଜନା : କାମ ନ ପାଇ ଗାଁ ଲୋକ ପାଲଟିଛନ୍ତି ଦାଦନ ଶ୍ରମିକ…

ପ୍ରଶାସନ :- ଅନ୍ଧ… ମୂକ.. ବଧିର…!!!

ମାଲକାନଗିରି ୪/୪ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମାନ୍ୟମକୋଣ୍ଡା ପଂଚାୟତରେ ମନରେଗା ଯୋଜନା ପାଲଟିଛି ପ୍ରହସନ। ଏହି ଯୋଜନାରେ ପ୍ରକୃତ ଜବକାର୍ଡ ଧାରୀ ମାନେ କାମନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ବେଳେ ଏହି ଯୋଜନାରେ କେତେକ ଜାଗାରେ ବାହାର ଜିଲ୍ଳାର ଶ୍ରମିକ ଓ ମେସିନ ସାହାଯ୍ୟରେ କାମ ହେଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ମହତ୍ ଯୋଜନାକୁ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନୋବୃତ୍ତି ରଖି ଲୋକଙ୍କୁ ନେଇ କାମ କରାଇବା ପରିବର୍ତେ କିଛି ଠିକାଦାରଙ୍କ ସହଯୋଗରେ ମେସିନ ଓ ବାହାର ରାଜ୍ୟର ଶ୍ରମିକ ଲଗାଇ ପ୍ରକଳ୍ପ ଗୁଡିକୁ ଫଟାଫଟ ସାରି ଦେଉଥିବା ଦେଖିବାକୁ ମିଳିଛି। ମୁଖ୍ୟତଃ ଦୁର୍ଗମ ଅଞ୍ଚଳ ତଥା ଆଦିବାସୀ ଅଧ୍ୟୁଷିତ ଇଲାକା ଦେଖି ପଂଚାୟତ ଓ ବ୍ଲକ କର୍ମଚାରିଙ୍କ ଇଙ୍ଗିତରେ ସମ୍ପୃକ୍ତ ଅଞ୍ଚଳର ଠିକାଦାରଙ୍କୁ ନେଇ ଏଭଳି କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଛି। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ମାନ୍ୟମକୋଣ୍ଡା ପଂଚାୟତର ଟାଗୁରକୋଟା ଗ୍ରାମରେ । ସୂଚନା ମୁତାବକ ୨୦୨୩-୨୪ ଆର୍ଥିକ ବର୍ଷରେ ୪,୯୦,୦୦୦ ଟଙ୍କା ବେୟରେ କାଉଣ୍ଟରଟ୍ରେଞ୍ଚ କାମ ହୋଇଛି। ଏହି କାମରେ ଏମ ପି ଭି ୪୧ ଗ୍ରାମର ଶୁମନ୍ତ ବିଶ୍ଵାସ ନାମକ ଠିକାଦାର ନବରଙ୍ଗପୁର ଜିଲ୍ଲାର ଶ୍ରମିକ ମାନଙ୍କୁ ନେଇ କାମ ସାରିଦେଇଥିବା ବେଳେ ଗାଁ ଲୋକେ କାମ ନ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଏବଂ ଏହି କାମରେ ଯେତିକି ଗାତ ଖୋଳିବା କଥା ତାହା କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସଂପର୍କରେ କାମ କରୁଥିବା ଠିକାଦାରଙ୍କୁ ପଚାରିବାରୁ ମୋତେ ଏହି କାମ ଗ୍ରାମ ରୋଜଗାର ସେବକ ଗୋପାଳ ଦେଇଛି ଏବଂ ସ୍ଥାନୀୟ ଜବ କାର୍ଡ ଧାରୀ ଶ୍ରମିକ ନ ମିଳିବାରୁ ମୁ ନବରଙ୍ଗପୁର ଜିଲ୍ଲାର ଶ୍ରମିକ ଆଣି କାମ କରେଇଛି ବୋଲି କହିଛନ୍ତି । ତେବେ ଏ ନେଇ ସ୍ଥାନୀୟ ଲୋକଙ୍କୁ ପଚାରିବାରୁ ସେମାନେ ଏହି କାମ ମନରେଗାରେ ହୋଇଥିବା ଶୁଣିବାକୁ ପାଇଥିଲେ ମଧ୍ୟ କାର୍ଯ୍ୟ ପୂର୍ବରୁ କୌଣଷି ବୈଠକ କିମ୍ବା ଡିମାଣ୍ଡ ମଧ୍ୟ ଗ୍ରହଣ କରାଯାଇନଥିବା କହିଥିଲେ । ବିଭାଗୀୟ ଅଧିକାରୀ ମାନେ ସ୍ଥାନୀୟ ଠିକାଦାରଙ୍କ ଦ୍ଵାରା ଏହି ନିର୍ମାଣ କାର୍ଯ୍ୟ ସାରିବା ପରେ ଏକ ଅବୈଧାନିକ ପ୍ରକ୍ରିୟା ମାଧ୍ୟମରେ ପ୍ରକଳ୍ପର ଅର୍ଥରାଶି ଲୋକଙ୍କ ଆକାଉଣ୍ଟକୁ ଛାଡି ପୁଣି ଠିକାଦାର ସେହି ଅର୍ଥକୁ ଉଠାଉଥିବା ନେଇ ସ୍ଥାନୀୟ ଅଞ୍ଚଳର କିଛି ଲୋକ ନିଜ ନାମକୁ ଗୁପ୍ତରେ ରଖି କହିଛନ୍ତି । ତେବେ ଏନେଇ ସମ୍ପୃକ୍ତ ପଂଚାୟତର ଗ୍ରାମ ରୋଜଗାର ସେବକଙ୍କ ସହ ଯୋଗା ଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇ ପାରି ନଥିବାରୁ ପ୍ରତିକ୍ରିୟା ମିଳି ପାରିନାହି । ମନରେଗା ଭଳି ମହତ୍ ଯୋଜନାରେ ଏଭଳି ବ୍ୟବସ୍ଥା ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ଦୈନିକ ମଜୁରୀରୁ ବଞ୍ଚିତ କରିବା ସହ ଦାଦନ ଶ୍ରମିକ ସ୍ରୁଷ୍ଟି କରୁଥିବା ବୁଦ୍ଧିଜିବୀ ମହଲରେ କୁହାଯାଇଛି।

nis-ad
Leave A Reply

Your email address will not be published.