ବ୍ରହ୍ମପୁର:୪- ୪ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ ଦେବା ପରେ ଶାସକ ଦଳର ଅଙ୍କ ଭୁଲ ହୋଇଗଲା। ଶେଷରେ ବିଜେପି ଭଳି ରାଜନୈତିକ ଗୋଟି ଚାଳନା କରି ବିଜେଡ଼ି ଭୃଗୁବକ୍ସି ପାତ୍ର ଦଳରେ ସାମିଲ କରିବା ପରେ ତାଙ୍କୁ ବ୍ରହ୍ମପୁର ସାଂସଦୀୟ ମଇଦାନ ରେ ଓହ୍ଲାଇଛି। ଯାହାକି ବିଜେଡି ର ବହୁ ଆଗ ଧାଡିରେ ଥିବା ନେତା ଦଳ ଛାଡ଼ୁଛନ୍ତି ସୂଚନା ଥାଉକି ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା ଆଜି ବିଜେଡି କୁ ଅଲ ବିଦା କହିଛନ୍ତି, ଦଳରେ ତାଙ୍କୁ ଅଣଦେଖା କରିବା କଥା ବି ତାଙ୍କ ପତିକ୍ରିୟା ରେ କହିଛନ୍ତି ସେହି ଭଳି ବ୍ରହ୍ମପୁର ର ବରିଷ୍ଠ ନେତା ଟି. ଗୋପୀ ମଧ୍ୟ ଆଜି ଦଳ ଛାଡିଥିବା ଜଣା ପଡିଛି l ସେହି ଭଳି ବ୍ରହ୍ମପୁର ରେ ପୂର୍ବତନ ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଙ୍କୁ ଟିକେଟ ଦେଇ ପ୍ରଦୀପ ଙ୍କୁ ବ୍ରେକ ଲଗାଇବାକୁ ପ୍ରୟାସ କରିଛି ବିଜେଡି । ଶେଷରେ ବିଜେଡ଼ି ଭୟ ଭିତ ହୋଇ ବରଗଛ ର ଛାଇ ତଳେ ଆଶ୍ରୟ ନେଇ ନିର୍ବାଚନ ବୈତରଣୀ ପାର ହେବାକୁ ସ୍ୱପ୍ନ ଦେଖୁଥିବା ମଧ୍ୟ ଚର୍ଚ୍ଚା ହେଲାଣି। ସୂଚନା ଥାଉକି ବିଜେପି ର ଛତ୍ରପୁର, ଗୋପାଳପୁର, ମୋହନା, ଦିଗପହଣ୍ଡି ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ଦବଦବା ରହିଥିବା ଚର୍ଚ୍ଚା ହେଉଛି ତେଣୁ ଏହାକୁ ନଜର ରେ ରଖି ବିଜେଡି ଗୋଟି ଚାଳନା କରୁଛି । ପ୍ରଦୀପ କୁ ବ୍ରେକ ଦେବାକୁ ଶାସକ ଦଳ କଳ ବଳ କୌଶଳ ଅଵଲମ୍ବନ କରିବା ଆରମ୍ଭ କରିଦେଇଥିବା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତି ରେ ବିଜେଡ଼ି ଓ ବିଜେପି ଦଳର କର୍ମୀ ନେତା ଦ୍ୱନ୍ଦ୍ୱ ରେ ରହିଛନ୍ତି। ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ ପରେ ନିର୍ବାଚନ ସମୟ ରେ ଲୋକେ କେଉଁ ପ୍ରାର୍ଥୀ କୁ ଚୟନ କରୁଛନ୍ତି ଦେଖିବାକୁ ବାକି ରହିଲା। ବ୍ରହ୍ମପୁର ରେ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଙ୍କ ଭାବ ମୂର୍ତ୍ତି ବହୁତ ଭଲ କହିଲେ କିଛି ଭୁଲ ହେବ ନାହିଁ ବ୍ରହ୍ମପୁର ବାସୀ ତାଙ୍କୁ ବହୁତ ପସନ୍ଦ ବି କରନ୍ତି, ଗତ ନିର୍ବାଚନ ରେ ଦଳ ତାଙ୍କୁ ଟିକଟ ଦେଇ ନଥିଲା ଏବଂ ତାଙ୍କୁ ରାଜ୍ୟସଭା କୁ ପଠାଇବାକୁ ସ୍ଥିର କରିଥଲା କିନ୍ତୁ ସ୍ୱାସ୍ଥ୍ୟ ଗତ କାରଣ ରୁ ସେ ପ୍ରସ୍ତାବ ରୁ ଓହରି ଯାଇଥିଲେ l ଦଳ ତାଙ୍କ ବଦଳ ରେ ବ୍ରହ୍ମପୁର ବିଧାୟକ ଭାବରେ ବିକ୍ରମ ପଣ୍ଡାଙ୍କୁ ଟିକଟ ଦେଇଥଲା ଯାହାକି ବିକ୍ରମ ପଣ୍ଡା ବିପୁଳ ଭୋଟ ରେ ବିଜେଡି ରୁ ବିଜୟ
ହୋଇଥିଲେ ଏଥିରେ ବି ରମେଶ ଚନ୍ଦ୍ରଚ୍ୟାଉ ପଟ୍ଟନାୟକ ଙ୍କ ଭୂମିକା ବହୁତ ଗୁରୁତ୍ୱ ଥିଲା l ବର୍ତ୍ତମାନ ବିକ୍ରମ ପଣ୍ଡା ଙ୍କୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ଦଳ ଟିକଟ ଦେଇଛି କାରଣ ଡାକ୍ତର ପ୍ରଦୀପ ପାଣିଗ୍ରାହୀ କୁ ଚେକ ଦେବା ପାଇଁ, ଗୋପାଳପୁର ନିର୍ବାଚନ ମଣ୍ଡଳୀ ଏଥର କଡ଼ା ଟକ୍କର ହେବ ବିଜେପି ଓ ବିଜେଡି ମଧ୍ୟରେ ଯାହା ସମ୍ମିକରଣ କହୁଛି ସେଠାରେ ବିଜେପି ର ବିଭୁତି ଜେନା ଙ୍କ କିଛି ପକେଟ ଭୋଟର ଅଛନ୍ତି ତାକୁ ହାତେଇବାକୁ ଦଳ ବିକ୍ରମ ପଣ୍ଡା ଙ୍କୁ ପାର୍ଥୀ କରିଛି ଯାହା ଫଳରେ ଉଭୟ ବ୍ରହ୍ମପୁର ଏବଂ ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ଭୋଟ ବ୍ରହ୍ମପୁର ସାଂସଦ କ୍ଷେତ୍ରରେ ପଡିବ ବୋଲି ସମୀକ୍ଷା ହେଉଛି l ତେଣୁ ବିଜେଡି ଏକ ପ୍ରକାର ବାଧ୍ୟ ହୋଇ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଙ୍କୁ ବ୍ରହ୍ମପୁର ମଙ୍ଗ ଧରିବାକୁ ଦେଇଥିବା ଆଲୋଚନା ହେଉଛି l ବିଜେପି ବ୍ରହ୍ମପୁର ବିଧାନସଭା ପାଇଁ କେ. ଅନିଲ କୁ ପାର୍ଥୀ କରିଛି ସେ ପୂର୍ବରୁ ବିଜେଡି ହିଁ ଥିଲେ ଦଳ ତାଙ୍କୁ ଅଣଦେଖା କରିବାରୁ ସେ ବିଜେପି ରେ ଯୋଗ ଦେଇ ଛନ୍ତି ଏବଂ ଟିକଟ ବି ପାଇଛନ୍ତି ସେ ଚ୍ୟାଉ ବାବୁଙ୍କୁ ରାଜନୀତି କ୍ଷେତ୍ରରେ ଗୁରୁ ବି ଭାବନ୍ତି ତେଣୁ ଏଠାରେ ଗୁରୁ ଶିଷ୍ୟ ମଧ୍ୟରେ ଲଢେଇ ହେବ ବୋଲି ରୋଚକ ଭାବେ ବ୍ରହ୍ମପୁର ବାସୀ ଅପେକ୍ଷା କରିଛନ୍ତି l ଅନ୍ୟ ଦିଗକୁ ଦେଖିଲେ କିଛି ବିଜେଡି ଅସନ୍ତୁଷ୍ଟ ନେତା ଓ କର୍ମୀ ଦଳ ଛାଡ଼ୁଛନ୍ତି କିନ୍ତୁ ଏହାର ପ୍ରଭାବ ଦଳ ଉପରେ କିଛି ପଡ଼ିବନି ବୋଲି ବିଜେଡି ଜିଲ୍ଲା ସଭାପତି ତଥା ବ୍ରହ୍ମପୁର ବିଧାୟକ ପାର୍ଥୀ ଶ୍ରୀ ପଟ୍ଟନାୟକ ମତ ଦେଇ ଛନ୍ତି l ସେଯାହାବି ହେଉ ବିଜେଡି ଶ୍ରୀ ପଟ୍ଟନାୟକ ଙ୍କୁ ଟିକଟ ଦେଇ ଠିକ ଗୋଟି ଚାଳନା କରିଛି ଯାହା ଫଳରେ ବିରୋଧୀ ତଥା ବିଜେପି ଶିବିରର ନିଦ ହଜାଇ ଦେଇଛି କହିଲେ କିଛି ଭୁଲ ହେବ ନାହିଁ l