ହିଞ୍ଜିଳି ରେ ରାଜନୀତି ଉଷ୍ମତା, ନେତାଙ୍କୁ ନେଇ ଦ୍ଵନ୍ଦରେ ମତଦାତା…

କିନ୍ତୁ ତଥାପି ନବୀନ. .

ହିଞ୍ଜିଳିକାଟୁ ୪!୪ ଓଡ଼ିଶାର ପ୍ରୟୋଗଶାଳା ତଥା ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ୬ଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ ନଦୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ବିଜେପି ପକ୍ଷରୁ ସ୍ଵର୍ଗତ ଶରତ ମିଶ୍ର ଙ୍କ ଭାଈ ଶିଶିର ମିଶ୍ର ଙ୍କୁ‌ ପ୍ରାର୍ଥୀ ଘୋଷଣା କରିଛି ରାଜ୍ୟ ବିଜେପି। ଏହି ଘୋଷଣା ପରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ୬୮ନ‍ଂ ଜଜୋନରେ ଜ ବିଜେପି ପକ୍ଷରୁ ଜିଲ୍ଲାପରିଷଦ ରେ ଇଡ଼େଇ ମୈଦାନ ପ୍ରତିଦ୍ବନ୍ଦିତା କରିଥିବା ଆଇନଜୀବୀ ରଜନୀକାନ୍ତ ପାଢି ବିରୋଧ ସ୍ବର ଶାଣିତ କରିବା ସହ ବିଜେପି ର ସଦସ୍ୟ ତା ପଦରୁ ଇସ୍ତଫା ଦେବେ ବୋଲି ସ୍ପଷ୍ଟ କରିଛନ୍ତି। ଅନ୍ୟ ପକ୍ଷରେ କଂଗ୍ରେସ ପକ୍ଷରୁ ହିଞ୍ଜିଳି ବିଧାନ ସଭା ପ୍ରାର୍ଥୀ ଘୋଷଣା ହୋଇନଥିବାରୁ କର୍ମା ଓ କାର୍ଯ୍ୟକର୍ତ୍ତା ଙ୍କୁ ହତାଶ କରୁଛି । କଂଗ୍ରେସ ଓ ବିଜେପି ଜର୍ମୀଙ୍କ ମନରେ ନିରାଶାଭାବ ଦେବାକୁ ମିଳୁଛି । ଏକଦା କଂଗ୍ରେସର ଗଡ ଭାବେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବର୍ତ୍ତମାନ ବିଜେଡିର ଗତ । ହିଞ୍ଜିଳି ବ୍ଳକ , ପ୍ୟୈରପରିଷଦ ଓ‌ ଶେରଗଡକୁ ନେଇ ଗଠିତ । ଗତ ୨୦୦୪, ୨୦୦୯ ଓ ୨୦୧୪ ରେ ନିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ର ଵିଜେଡି ସୁପ୍ରିମୋ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ବେଳେ କଂଗ୍ରେସ ଓ ବିଜେପି ପ୍ରତିଥର ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଥିଲା । ଗତ ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଯଳ ତିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଭାବେ ଲଢି ଆସୁଛନ୍ତି ଓ ଜିତୁଛନ୍ତି। ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ୧୯୭୧ ମସିହାରେ ସ୍ଵର୍ଗତ ବୃନ୍ଦାବନ ନାୟକ ଉତ୍କଳ କଂଗ୍ରେସ ରୁ ୧୪ ହଜାର ୬୦୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ।୧୯୭୪ ମସିହାରେ ପୁଣିଥରେ ଊତ୍କଳ କଂଗ୍ରେସ ରୁ ପ୍ରାର୍ଥୀ ହୋଇ ୨୩ହଜାର ୯୫୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ,୨୯୭୭ ମସିହାରେ ଇଣ୍ଡିଆନ ନେସନାଲ କଂଗ୍ରେସ ରୁ ପ୍ରାର୍ଥୀ ହୋଇ ୨୪ହଜାର ୫୬୦ ଭୋଟ ପାଇ ବିଜୟୀ ହୋଇଥିଲେ୧୯୮୦ ମସିହାରେ ଜନତା ପାର୍ଟି ଏସ ପକ୍ଷରୁ ପ୍ରାର୍ଥୀ ହୋଇ ୨୪ହଜାର ୮୨୨ ଖଣ୍ଡ ଭୋଟ ପାଇ ନିଜର ପ୍ରତିଭାର ବିକଶିତ ହେବା ସହ ହିଞ୍ଜିଳି ରେ ନିଜର ଗଡ ବଜାଇ ରଖିବାରେ ସଫଳ ହୋଇଥିଲେ। ବୃନ୍ଦାବନ ନାୟକ ଙ୍କ ପରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବୃନ୍ଦାବନ ନାୟକ ଙ୍କ ଦୟାଦ ହିସାବରେ ଇଣ୍ଡିଆନ ନେସନାଲ କଂଗ୍ରେସ ପକ୍ଷରୁ ପ୍ରଥମ ଥର ୧୯୮୫ ମସିହାରେ ପ୍ରାର୍ଥୀ ହୋଇ ଉଦୟନାଥ ନାୟକ ୩୪ ହଜାର ୭୫୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ।୧୯୯୦ ମସିହାରେ ହିଞ୍ଜିଳି ମାଟିର ପୁଅ ଏନ ଏ ସି ହାଇସ୍କୁଲ ଶିକ୍ଷକ ଭାବେ ସମାଜ ରେ ନିଜର ପ୍ରତିଷ୍ଠିତ ବ୍ୟକ୍ତି ଭାବେ ପରିଗଣିତ ହେଉଥିବା ହରିହର ସାହୁ ଉଦୟନାଥ ନାୟକଙ୍କୁ ହରାଇ ୩୨ ହଜାର ୮୮୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ।୧୯୯୫ ରେ ପୁଣି ଉଦୟନାଥ ନାୟକ ଇଣ୍ଡିଆନ ନେସନାଲ କଂଗ୍ରେସ ରୁ ୪୭ ହଜାର ୯୪୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀ କଂଗ୍ରେସ ଗଡ ବଜାଇ ରଖିବାରେ ସଫଳ ହୋଇଥିଲେ।୧୯୯୭ ମସିହାରେ ସ୍ଵର୍ଗତ ବିଜୁପଟ୍ଟନାୟକ ଙ୍କ ଦେହାନ୍ତ ପରେ ଆସିକା ଲୋକ ସଭା ସାଂସଦ ଭାଵେ ନଵୀନ ପଟ୍ଟନାୟକ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ପାଦ ଥାପି ଜନତା ପାର୍ଟି ରୁ ଵୀଜୟୀ ହୋଇ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ।୧୯୯୮ ମସିହା ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଷ୍ଟିଲ ଓ ମାଇନିଙ୍ଗ ର କ୍ୟାବିନେଟ ମନ୍ତ୍ରୀ ପଦ କେନ୍ଦ୍ରରେ ଅଟଲ ବିହାରୀ ବାଜପେୟୀ ସରକାରଙ୍କ ସମୟରେ ହାସଲ କରିଥିଲେ। ବିଜେପି ସହାୟତା ଓ ସହଯୋଗ ରେ ୨୦୦୦ମସିହାରେ ବିଜୁ ବାବୁଙ୍କ ନାମରେ ବିଜୁ ଜନତା ଦଳ ଗଠନ ହୋଇଥିଲା। ନବୀନ ପଟ୍ଟନାୟକ ବିଜେଡ଼ି ର ସଭାପତି ଭାବେ ମନୋନୀତ ହୋଇ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଲଢି ୨୦୦୦ ମସିହାରେ ୫୬ହଜାର ୨୪୩ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ଓ ଉଦୟନାଥ ନାୟକଙ୍କୁ ହରାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୪ ମସିହାରେ ଦିତୀୟ ଥର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇ ୬୨ ହଜାର ୯୬୮ଖଣ୍ଡ ଭୋଟ ପାଇ ବିଜୟୀ ହେବା ସହ ପୁଣି କଂଗ୍ରେସ ପାର୍ଥୀ ଉଦୟନାଥ ନାୟକଙ୍କୁ ହରାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୦ ମସିହାରୁ ୨୦୦୮ ମସିହା ପର୍ଯ୍ୟନ୍ତ ବିଜେଡି ଓ ବିଜେପି ମେଣ୍ଟ ସରକାର ଥିଲା।୨୦୦୯ ମସିହାରେ ମେଣ୍ଟ ଭାଙ୍ଗି ତୃତୀୟ ଥର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ବିଧାୟକ ବିଜେଡି ପ୍ରାର୍ଥୀ ହୋଇ ୭୨ ହଜାର ୯୪୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ଓ ଭୋଟହାର ୭୬’୦୪% ଥିବା ଵେଳେ ନବୀନ ଙ୍କ ବିରୋଧରେ ବିଜେପି ପକ୍ଷରୁ ଵିଧାୟକ ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ୨୦୦୯ ମସିହାରେ ୭ ହଜାର ୩୮୯ଖଣ୍ଡ ଭୋଟ ପାଇ ଭୋଟ ହାର ୭,୭% ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ଓ କଂଗ୍ରେସ ରୁ ପ୍ରାର୍ଥୀ ଭାବେ ରାଘବ ପରିଡା ଲଢି ୧୧ହଜାର ୬୬୯ ଖଣ୍ଡ ଭୋଟ ପାଇ ୧୨,୧୭,% ରଖି ଦିତୀୟ ସ୍ଥାନ ଅଧିକାର କରିଥିଲେ। ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ପୁଣି ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ରୁ ଚତୁର୍ଥ ଥର ପ୍ରାର୍ଥୀ ହୋଇ ୮୯ହଜାର୨୬୭% ରଖି ଚତୁର୍ଥ ଥର ଵିଜୟ ହାସଲ କରି ମୁଖ୍ୟମନ୍ତ୍ରୀ ଭାବେ ଅଳଙ୍କୃତ କରିଥିଲେ। ବିପକ୍ଷରେ କଂଗ୍ରେସ ପାର୍ଥୀ ଭାଵେ ଶିବରାମ ପାତ୍ର ୧୨ହଜାର ୬୮୧ ଖଣ୍ଡ ଭୋଟ ପାଇ ୧୦,୩୯%ରଖିଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ ଓ ତୃତୀୟ ସ୍ଥାନରେ ଵିଜେପି ପକ୍ଷରୁ ଦେବାନନ୍ଦ ମହାପାତ୍ର ପ୍ରତିଦ୍ବନ୍ଦିତା କରି ୧୨ହଜାର ୨୮୩ଖଣ୍ଡ ଭୋଟ ପାଇ ୧୦,୦୬% ଭୋଟ ହାସଲ କରି ମୁଖ୍ୟମନ୍ତ୍ରୀ ଙ୍କ ସହ ବିଜେପି ପକ୍ଷରୁ ଲଢିବାର ସୁଯୋଗ ପାଇଥିଲେ । ବର୍ତ୍ତମାନ ଦେବାନନ୍ଦ ମହାପାତ୍ର ଓ ହରିହର ସାହୁ ବିଜେପି ଛାଡି ବିଜେଡିରେ ଦେବାନନ୍ଦ ମହାପାତ୍ର ଗାଜ୍ୟ ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ତୁଲାଇଛନ୍ତି । ୨୦୧୯ରେ ବିଜେପି ପିତାମ୍ବର ଆଚାର୍ଯ୍ୟ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଲଢି ୩୩ହଜାର୯୦୫ଖଣ୍ଡ ଭୋଟ ପାଇ ଭୋଟ ହାର ଶତକଡ଼ା ୨୩’୯୧%ରଖିଥିଲେ । କଂଗ୍ରେସ ପକ୍ଷରୁ ଆଇନଜୀବୀ ଶମ୍ଭୁ ପାଣିଗ୍ରାହୀ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇ ୭ହଜାର ୨୬୫ ଖଣ୍ଡ ଭୋଟ ପାଇଥିବା ସହ ଶତକଡା ୫,୧୨% ରଖିବାରେ ସଫଳ ହୋଇଥିଲେ।ପଞ୍ଚମ ଥରପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଲଢି ୯୪ହଜାର ୦୬୫ଖଣ୍ଡ ଭୋଟ ହାସଲ କରି ଶତକଡା ୬୬,୩୨% ଭୋଟ ହାସଲ କରି ମୁଖ୍ୟମନ୍ତ୍ରୀ ଭାବେ ଅଳଙ୍କୃତ ହୋଇଥିଲେ।୨୦୧୯ ପର ଠାରୁ କଂଗ୍ରେସର ଶମ୍ଭୁ ପାଣିଗ୍ରାହୀ ଙ୍କୁ ହିଞ୍ଜିଳିରେ ଦେଖିବାକୁ ମିଳୁନାହିଁ ଓ କଂଗ୍ରେସ ନେତୃତ୍ବ ଦେଖିବାକୁ ମିଳୁ ନାହିଁ। ହିଞ୍ଜିଳି ରେ ବିରୋଧୀ ଶୁନ ହୋଇପଡ଼ିଥିବା ଦେଖିବାକୁ ମିଳିଛି।କିନ୍ତୁ ବିଜେଡି ଗୋଷ୍ଠୀ କନ୍ଦଳ ହେଉ କିମ୍ବା ପ୍ୟୈରପରିଷଦ ଅଧ୍ୟକ୍ଷ କୁ ନେଇ ହିଞ୍ଜିଳି ଗ୍ରାମ ୱାର୍ଡ ନଂ ୩ରେ ଗୋଟିଏ କଙ୍ଗେସ କାଉନସିଲର ବିଜୟୀ ହୋଇଥିଲା। ଏକଦା କଂଗ୍ରେସ ଗଡ ଥିବା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ କଂଗ୍ରେସ ଥିବା ଭଳି ଜଣାପଡ଼ୁନି।ଗତଗତ ମୁନିସୀପାଲଟି ନିର୍ବାଚନ ରେ ବିଜେପି ରୁ ସନ୍ତୋଷ କୁମାର ପାଣିଗ୍ରାହୀ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ଲଢି ବିଜେଡି ର ଅଧ୍ୟକ୍ଷ ପ୍ରାର୍ଥୀ ସୁବାସ ପଲେଈ ଠାରୁ ମାତ୍ର ୧୬୦୦ ଭୋଟରେ ପରାଜୟ ହୋଇ ସମସ୍ତ ଙ୍କୁ ଚକିତ କରିଥିଲେ। ହିଞ୍ଜିଳି ରୁ ଶିଶିର ମିଶ୍ର ବିଜେପି ପ୍ରାର୍ଥୀ ଘୋଷଣା ପରେ ବିଜେପି ଏହି ନିର୍ବାଚନ ରେ ବିଜେଡି ର ନେତାଙ୍କ ଅନ୍ତଦ୍ବନ୍ଦ ଭିତରେ ଓ ସରକାର ବିରୋଧସ୍ବର ସାଧାରଣ ରେ ଵଢିଵାରେ ଲାଗିଛି ତା’ର ଫାଇଦା ଉଠାଇ ଅଧିକ ଭୋଟ ହାସଲ କରିବ ବୋଲି ଆଶା ବାନ୍ଧିଛନ୍ତି ନେତା ଓ କର୍ମୀ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଜେପି କର୍ମୀ ତିନିଟି ଗୋଷ୍ଠୀ ରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ବେଳେ ବିଜେପିର ନେତାମାନେ ଆଖିଦୃଶିଆ କାର୍ଯ୍ୟକ୍ରମ କରିନାହାନ୍ତି ସତ ବିଜେଡି ଗୋଷ୍ଠୀ କନ୍ଦଳ ଓ ସରକାର ଙ୍କ ବିରୋଧରେ ବିଜେପି ଫାଇଦା ଉଠାଉଛନ୍ତି। ନାୟକ ପରିବାର ସମୟରେ କଂଗ୍ରେସ ଗଡ ହିଞ୍ଜିଳି କଂଗ୍ରେସର ସ୍ଥିତି ମଜବୁତ ଥିଲା ।୪୦ ବର୍ଷ ଲଗାତାର ଭାବେ ନିଜର ସ୍ଥିତି ମଜବୁତ ରଖିଥିଲେ ।୨୦୦୦ ମସିହା ଠାରୁ ୨୦୨୪ ପର୍ଯ୍ୟନ୍ତ ଲଗାତାର ବିଜେଡି ଦବାଦଵା ଜାହିର କରିବାରେ ସଫଳ ହୋଇଛି। ୨୦୦୦ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡ଼ି ରୁ ଜିତିଥିଲେ । ସେହିଭଳି ୨୦୦୦ ପର ଠାରୁ ହିଞ୍ଜିଳି ଆସନ ବିଜେଡି ହାତକୁ ଯାଇ ସାରିଛି ତେଣୁ ଏଠି କିଛି ବି କହିବା କାହା ପାଇଁ ସହଜ ନୁହେଁ । ନବୀନ ପଟ୍ଟନାୟକ ଷଷ୍ଠ ଥର ମଧ୍ୟ ହିଞ୍ଜିଳି ରୁ ବିଜୟୀ ହେଇ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସ୍ପଷ୍ଟ ଜଣାପଡ଼ିଛି।

nis-ad
Leave A Reply

Your email address will not be published.