ଶହୀଦ ଲକ୍ଷ୍ମଣ ନାୟକ ବଳିଦାନ ଦିବସ ପାଳିତ

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ୮୧ତମ ବଳିଦାନ ଦିବସ ପାଳିତ ହୋଇଯାଇଛି l ଏହି ସଭାରେ ମୁଖ୍ୟ ଅତିଥି ରୂପେ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଯୋଗଦାନ କରିଥିବାବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ସଭାପତିତ୍ୱ କରିଥିଲେ l ମୁଖ୍ୟବକ୍ତା ଭାବେ ଅଶୋକ କୁମାର ଷଡ଼ଙ୍ଗୀ ଲକ୍ଷ୍ମଣ ନାୟକଙ୍କ ଜୀବନରୁ ଛାତ୍ରଛାତ୍ରୀ ମାନଙ୍କୁ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ l ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଲକ୍ଷ୍ମଣ ନାୟକଙ୍କୁ ମାଲକାନଗିରିର ଗାନ୍ଧୀ ବୋଲି ସମ୍ବୋଧନ କରିଥିଲେ ଏବଂ ତାଙ୍କର ଦେଶ ସ୍ୱାଧୀନତା ପ୍ରତି ଅବଦାନ ବିଷୟରେ ଆଲୋକପାତ କରିଥିଲେ l ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଥିବା ଶହୀଦ ଲକ୍ଷ୍ମଣ ନାୟକ ଛାତ୍ରlବାସରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ଏହି ସଭାକୁ ବାଣିଜ୍ୟ ବିଭାଗର ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ପରିଚାଳନା କରିଥିଲେ ଏବଂ ଛାତ୍ରlବାସ ନିୟନ୍ତ୍ରକ ଅଧ୍ୟାପକ ଗୌତମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ସମେତ ଶତାଧିକ ଅନ୍ତେବାସୀ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.