ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ବୋମା ଜବତ, ବୋମା ତିଆରି କାରଖାନା ଠାଵ

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ବୋମା ଜବତ କରିଛି ଜଟଣୀ ପୋଲିସ । ବୋମା ରଖିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏଥି ସହ ବୋମା ତିଆରି କାରଖାନାକୁ ଠାଵ କରିଛି ପୋଲିସ । ଉମାକାନ୍ତ ଶତପଥୀ ନାମକ ଜଣେ ବ୍ୟକ୍ତି ବୋମା କାରଖାନା କରି ବୋମା ତିଆରି କରିବା ସହ ବିଭିନ୍ନ ଅପରାଧୀଙ୍କୁ ବୋମା ଯୋଗାଉଥିବା ନେଇ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ ।

ପିପିଲି, ଡେଲାଙ୍ଗ, ଜଟଣୀ, ଖୋର୍ଦ୍ଧା, ବ୍ରହ୍ମଗିରି ଭଳି ଅଞ୍ଚଳରେ ବୋମା ଯୋଗାଉଥିଲା । ଗତକାଲି ଗୋଟିଏ ଗ୍ୟାଙ୍ଗକୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ନିକଟରୁ ବୋମା ଜବତ କରିବା ପରେ ସେମାନଙ୍କୁ ପଚରା ଉଚରା କରିବାରୁ ବୋମା କାରଖାନା ବିଷୟରେ ସୁରାକ ପାଇଥିଲା ପୋଲିସ ।

nis-ad
Leave A Reply

Your email address will not be published.