ସ୍କୁଲ ସମୟରେ ପାଠଛାଡି ପାଣି ବହୁଛନ୍ତି ଛାତ୍ରୀ…

ଉମରକୋଟ : ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା ଉପରେ ଛାତ୍ର ଛାତ୍ରୀଙ୍କ ଅନେକ ସୁବିଧା ସୁଯୋଗ ଯୋଗାଉଥିବା ବେଳେ ଏଠାରେ କିଛି ମୁଷ୍ଟିମେୟ ଶିକ୍ଷକ ମହାଶୟ ନିଜର ମନମାନି କରୁଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା ହେବାପରେ ଛାତ୍ରଛାତ୍ରୀ ମାନଙ୍କୁ କୌଣସି ଶିକ୍ଷକ ଦଣ୍ଡ ଦେଇପାରିବେ ନାହିଁ କି କୌଣସି ପ୍ରକାରର କାର୍ଯ୍ୟ କରେଇ ପାରିବେ ନାହିଁ। ଏଠାରେ କିନ୍ତୁ ଏହାର ଓଲଟା,ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ବସି ଛାତ୍ରୀ ମାନଙ୍କୁ ବାହାରୁ ପାଣି ଆଣିବା ପାଇଁ ବାଧ୍ୟ କରାଉଛନ୍ତି।

ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରା ପଂଚାୟତ ଅଧୀନରେ ଥିବା ବଡ଼ ଭୀମାଗୁଡା ପ୍ରାଥମିକ ବିଦ୍ୟାଳୟରେ ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଜନ କୁମାର ରାୟଙ୍କ ପଚାରିବା ପରେ ତାଙ୍କର କହିବା ଅନୁଯାଇ ବିଦ୍ୟାଳୟରେ ଥିବା ନଳକୂଅ ଖରାପ ଥିବାରୁ ଛାତ୍ରୀମାନେ ବାହାରକୁ ଯାଇ ପାଣି ଆଣିଥିଲେ। ଏହା କେତେଦୂର ଯୁକ୍ତି ସଙ୍ଗତ କହି ଆଖ ପାଖ ବୁଦ୍ଧି ଜୀବି ମହଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।ଓଡ଼ିଶା ସରକାରଙ୍କ ନିୟମ ଅନୁଯାଇ ବିଦ୍ୟାଳୟର କୌଣସି ଛାତ୍ର ଛାତ୍ରୀ ପାଠ ପଢିବା ଛଡା କୌଣସି କାର୍ଯ୍ୟ କରିବେ ପାରିବେ ନାହିଁ।

ବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ଓଡିଶା ସରକାର ଅନୁଦାନ ଯୋଗାଉଛନ୍ତି,ହେଲେ ସେହି ଅନୁଦାନ ଗୁଡିକ ଯାଉଛି କୁଆଡେ କହି କହି ସାଧାରଣ ଲୋକଙ୍କ ପ୍ରଶ୍ନ ? କାରଣ ପାଠ ପଢ଼ୁଥିବା ସମୟରେ ପାଠ ଛଡାଇ ଶିକ୍ଷକ ଛାତ୍ର ଛାତ୍ରୀ ମାନଙ୍କୁ ଦ୍ଵାରା କାମ କରାଉଛନ୍ତି। ବିଗତ ୨୨/୦୩/୨୦୨୪ ରିଖ ଦିନ ରାଇଘର ବ୍ଲକ ଅଧୀନରେ ଥିବା କୁନ୍ଦେଇ ଥାନାର କାନାଡିହି ଗ୍ରାମର ଜଣେ ପାଞ୍ଚ ବର୍ଷୀୟ ଛାତ୍ରକୁ ଜଣେ ଶିକ୍ଷକ ନିର୍ଧୁମ ମାଡ଼ ମାରିବା ଦ୍ୱାରା କୁନ୍ଦେଇ ଥାନା ଅଧିକାରୀ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ଏକ୍ଷେତ୍ରରେ ବଡ଼ ଭୀମାଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଜନ କୁମାର ରାୟଙ୍କୁ ପ୍ରଶାସନ କଣ ପଦକ୍ଷେପ ନେବେ ତାହା ସମୟ ସାକ୍ଷେପ। ସେପଟେ ଏ ବିଷୟରେ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ଦୁରୁଆଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଫୋନ ଉଠେଇ ନ ଥିଲେ।ସିଆରସି ନାରାୟଣ ପ୍ରଧାନଙ୍କୁ ଫୋନ କରି ପଚାରିବାରୁ ସେ କୌଣସି ସନ୍ତୋଷ ଜଣକ ପ୍ରତିକ୍ରିୟା ଦେଇ ନ ଥିଲେ,ଏବଂ କହିଲେ ମୁଁ ଶିକ୍ଷକଙ୍କ ସହ କଥା ହେବି। ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ କଥା ହୋଇ କହିବି ବୋଲି କହିଥିଲେ!ବର୍ତମାନ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଉକ୍ତ ଶିକ୍ଷକଙ୍କ ଉପରେ କଣ ପଦକ୍ଷେପ ନେଉଛନ୍ତି ନା କାଗଜ କଲମରେ ସୀମିତ ରହିବ ତାହା ଏକ ବଡ଼ ପ୍ରଶ୍ନବାଚୀ ଭିମାଗୁଡା ଓ ଆଖ ପାଖ ଗ୍ରାମ ବାସୀଙ୍କ |

nis-ad
Leave A Reply

Your email address will not be published.