ଵ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପଶ୍ଚିମ ଭାଗ ଆସିକା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ଓ ଇସ୍ତାହାର ପତ୍ର ଉନ୍ମୋଚନ ପର୍ବ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଳା କଂଗ୍ରେସ ସଭାପତି (ପଶ୍ଚିମ ) ରବିନ୍ଦ୍ରନାଥ ଶର୍ମା, ଙ୍କ ଅଧ୍ୟକ୍ଷତାରେ ଫର୍ମାସୀ ର ପୂର୍ବତନ ସଭାପତି ସଞ୍ଜୟ ମିଶ୍ର, ଦଣ୍ଡପାଣି ପାତ୍ର, ପ୍ରଶାନ୍ତ ବିଷୋୟୀ, ଭୋକାଲି ସେଠି, ରାମ ନାରାୟଣ ବିଶ୍ୱସରାୟ,ପ୍ରମୁଖ ଉପସ୍ଥିତ ରହିଥିଲେ l ବିଗତ ୨୪ ବର୍ଷ ରେ ବିଜେଡି ଓ କେନ୍ଦ୍ରରେ 0୯ ବର୍ଷ ର ବିଜେଡି, ବିଜେପି ମେଣ୍ଟ ରେ ଚାଲିଥିବା ଶାସନ ଓଡ଼ିଶାରେ ଯାହା କରିନାହାନ୍ତି ତାହା ଚଳିତ ନିର୍ବାଚନ ରେ କଂଗ୍ରେସ କ୍ଷମତା କୁ ଆସିଲେ ଗ୍ୟାରେଣ୍ଟି ଇସ୍ତାହାର ଅନୁସାରେ କାମ କରିବ ବୋଲି ବହୁ ନେତା ମତ ରଖିଛନ୍ତି l ଚାଷୀ ମାନଙ୍କୁ କୃଷି ଋଣ ଛାଡ଼, ଚାଷୀକୁ ମାସକୁ ୦୨ ହଜାର ପେନସନ ଓ ଧାନ କୁଇଣ୍ଟାଲ ପିଛା ତିନି ହଜାର ଟଙ୍କା ଦେବ, ଘରୋଇ ଉପଭୋକ୍ତା ପାଇଁ ୨୦୦ ୟୁନିଟ ବିଦ୍ୟୁତ ମାଗଣା,ବେକାରୀ ଭତ୍ତା ତିନି ହଜାର ଟଙ୍କା ସହ ପଞ୍ଚ ଲକ୍ଷ ଯୁବକକୁ ନିଯୁକ୍ତି, ମହିଳା ସ୍ୱୟଂ ସହାୟକ ଦଳ ର ଋଣ ଛାଡ଼, ଗୃହ ଲକ୍ଷ୍ମୀ ଯୋଜନାରେ ମହିଳା ମୁଖ୍ୟ କୁ ୦୨ ହଜାର ଟଙ୍କା, ପ୍ରତି ଘରକୁ ପାଞ୍ଚ ସହ ଟଙ୍କା ରେ ଗ୍ୟାସ ସିଲିଣ୍ଡର ଯୋଗାଇବା, ବାର୍ଦ୍ଧକ୍ୟ ଭତ୍ତା ଦୁଇ ହଜାର ଟଙ୍କା ର ବ୍ୟବସ୍ତା, ଏବଂ ଚିଠ ଫଣ୍ଡ ଜମାକାରୀ ମାନଙ୍କୁ ୦୬ ମାସ ମଧ୍ୟରେ ଟଙ୍କା ଫେରସ୍ତ ଭଳି ଦଶ ଗୋଟି ଇସ୍ତାହାର ପତ୍ର କୁ ଉନ୍ମୋଚନ କରିଥିଲେ l ଏହି କାର୍ଯକ୍ରମ ରେ ହରେକୃଷ୍ଣ ମହାରଣା, ନିରଞ୍ଜନ ପାତ୍ର, ଝୁନୁ ପରିଡା, ମନୀଷା ପରିଡା, ଝିଅ ମହାନ୍ତି ସମେତ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଜେପିର ମଣ୍ଡଳ ସଭାନେତ୍ରୀ ଲକ୍ଷ୍ମୀ ଆଚାରୀଙ୍କ ନେତୃତ୍ବରେ ୧୦ ଜଣ ବିଜେପି କର୍ମୀ ବିଧିବଦ୍ଧ ଭାବେ କଂଗ୍ରେସ ରେ ଯୋଗ ଦେଇଛନ୍ତି। ଆୟୋଜିତ ମିଶ୍ରଣ ପର୍ବ ରେ ଭଞ୍ଜନଗର,ଆସିକା, ସୋରଡ଼ା,ହିଞ୍ଜିଳି, ସାନଖେମୁଣ୍ଡି, କବିସୂର୍ଯ୍ୟନଗର ଓ ପୋଲସରା ଅଞ୍ଚଳର ବହୁ ଦଳୀୟ କର୍ମକର୍ତ୍ତା ଓ କର୍ମୀ ମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଅଞ୍ଚଳର ବହୁ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀ ମାନେ ଯୋଗ ଦେଇଥିଲେ।ଯୁବ ସଂଗଠକ ଦେବକାନ୍ତ ଶର୍ମା ସଂଯୋଜନା କରିଥିଲେ l
Sign in
Sign in
Recover your password.
A password will be e-mailed to you.