ଉମରକୋଟ : ରାଇଘର ବ୍ଲକ ସଦର କୁମ୍ଭାରପାରା ସାହିରେ ଶେଖର ବିଶ୍ୱାସ ଘର କରି ନିଜର ବ୍ୟାପାର ବାଣିଜ୍ୟ କରି ସନ୍ମାନର ସହିତ ବସବାସ କରି ଆସୁଥିଲେ। ବିଗତ ୨୦/୦୩/୨୦୨୪ ରିଖ ବୁଧବାର ସକାଳେ ସବୁ ଦିନ ଭଳି ଗାଧୋଇବାକୁ ନିଜ ଘରର ବାଥରୁମରେ ଯିବା ପରେ ସେ ଆଉ ବାହାରି ନ ଥିଲେ। ଆନୁମାନିକ ଦୁଇ ଘଣ୍ଟା ବିତିଗଲା ପରେ ମଧ୍ୟ ବାଥରୁମରୁ ନ ବାହାରିବାରୁ, ସନ୍ଦେହ ହେବାରୁ ପରିବାରର ସଦେଶ୍ୱ ମାନେ ବାଥରୁମ ଆଗରେ ଯାଇ ଦରୱାଜ଼ା ବାଡେଇ ଡାକୁଥିଲେ। କୌଣସି ପ୍ରତିକ୍ରିୟା ନ ପାଇଁ ବାଥରୁମ ଦରୱାଜ଼ା ଜୋରରେ ଧକା ମାରିବାରୁ ଖୋଲି ଯାଇଥିଲେ ଏବଂ ପରିବାରର ସଦେଶ୍ୱ ମାନେ ଦେଖିବାକୁ ପାଇଲେ ଶେଖର ବିଶ୍ୱାସ ବାତରୁମ ଭିତରେ ବେହୋସ ଅବସ୍ଥାରେ ପଡ଼ି ରହିଛନ୍ତି ।
କାଳ ବିଳମ୍ବ ନ କରି ପରିବାର ଲୋକେ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇଥିଲେ ସେଠି ତାଙ୍କର ଅବସ୍ଥା ସଙ୍କଟପୂର୍ଣ୍ଣ ଥିବାରୁ ଉମରକୋଟ ଜୋନାଲ ହସ୍ପିଟାଲକୁ ସ୍ଥାନ୍ତର କରିଥିଲେ | କିନ୍ତୁ ଉମରକୋଟ ଜୋନାଲ ହସ୍ପିଟାଲରେ କୌଣସି ଚେକଆପ କରିବା ସରଞ୍ଜାମ ନ ଥିବାରୁ କୋରାପୁଟ ହସ୍ପିଟାଲରେ ସ୍ଥାନ୍ତର କରିଥିଲେ। ସେଠାରେ ମଧ୍ୟ ଶେଖର ର ଅବସ୍ଥା ସଙ୍କଟପୂର୍ଣ୍ଣ ଥିବାରୁ ବିଶାକାପଟନମ ହସ୍ପିଟାଲ ନେବା ପାଇଁ କୋରାପୁଟ ଡାକ୍ତର ପରାମର୍ଶ ଦେବାରୁ ଶେଖରଙ୍କୁ ବିଶାଖାପଟନମ ଆୟୁଷ୍ମାନ ହସ୍ପିଟାଲରେ ନେଇ ଭର୍ତ୍ତୀ କରି ଚିକିତ୍ସାଧୀନ ଥିଲେ କିନ୍ତୁ ଚିକିତ୍ସିତ ଅବସ୍ଥାରେ ଗତକାଲି ରାତିରେ ଶେଖର ଶେଷ ନିଶ୍ବାସ ତ୍ୟାଗ କରିଥିଲେ | ଶେଖର ଜଣେ ମିଷ୍ଟଭାଷୀ ମେଳାପୀ ଲୋକ ଥିଲେ। ତାଙ୍କର ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | ତାଙ୍କ ମୃତ୍ୟୁରେ ରାଇଘର ବଣିକ ସଂଘ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି |